-+91-9937148622 |
prerana_bgr@rediffmail.com |
Friday 17th April 2026 |
R.N.I. Regd No. ODIODI/2010/46693
Breaking News
14-Dec-2023
କଣ୍ଟାମାଳ,( ଜୟ କୁମାର ମହାରଣା )
କୃଷି ବିଭାଗ ଓଡିଶା, ମିଲେଟ ମିଶନ ଏବଂ ସ୍ଵେଛାସେବୀ ଅନୁଷ୍ଠାନ ୱାଇ. ସି. ଡି. ଏ. ର ମିଳିତ ସହଯୋଗ ରେ ଗୁରୁବାର କଣ୍ଟାମାଳ ବ୍ଲକ କୃଷି କାର୍ଯ୍ୟାଳୟ ଠାରେ ମାଣ୍ଡିଆ ସଚେତନତା ରଥ ର ଶୁଭ ଉଦଘାଟନ ହେଇଯାଇଛି l ଉତ୍ସବରେ କଣ୍ଟାମାଳ ବ୍ଲକ କୃଷି ଅଧିକାରୀ ଶ୍ରୀଯୁକ୍ତ ଲଳିତ କୁମାର ସାହୁ ଏବଂ ସହ ବ୍ଲକ କୃଷି ଅଧିକାରୀ ଶ୍ରୀ ରାଜୀବ କୁମାର ସାହୁ ସବୁଜ ପତାକା ଦେଖାଇ ମିଲେଟ ସଚେତନତା ରଥ ର ଶୁଭାରମ୍ଭ କରିଥିଲେ l ଏଥିରେ ବ୍ଲକ କୃଷି କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ସହ ଓଡିଶା ମିଲେଟ ମିଶନ ର ବ୍ଲକ ସଂଯୋଜକ ଗୌରୀ ଶଙ୍କର ଥାଟି, ସହ ସଂଯୋଜକ ଅନିଲ ବେହେରା ଏବଂ ୱାଇ.ସି. ଡ଼ି.ଏ. ର ପୁର୍ଣ ଚନ୍ଦ୍ର ଖଟୁଆ , କମଲ କୁମାର ମହାନ୍ତି, ଶିବାନୀ ସାହୁ,ଏବଂ ମାତୃଶକ୍ତି ମହିଳା କୃଷକ ଉତ୍ପାଦକ କମ୍ପାନୀ ର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ l ଏହି ରଥ ଟି ବ୍ଲକ ର ବିଭିନ୍ନ ଗ୍ରାମ ଗୁଡିକୁ ବୁଲି ମାଇକ ଦ୍ୱାରା ପ୍ରଚାର କରିବା ସହିତ ଲିଫଲେଟ ବଣ୍ଟନ ମାଧ୍ୟମରେ ମାଣ୍ଡିଆ ଚାଷ ର ସୁବିଧା, ମାଣ୍ଡିଆ ଖାଦ୍ୟର ବ୍ୟବହାର ଓ ଉପକାରିତା ଏବଂ ମଣ୍ଡିରେ ବିକ୍ରି କରିବାର ସୁବିଧା ବିଷୟରେ ଚାଷୀଙ୍କୁ ସଚେତନ ବାର୍ତ୍ତା ପହଞ୍ଚାଇବା ଆରମ୍ଭ କରିଛି l