-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
14-Dec-2023
ନବରଙ୍ଗପୁର:(ମିହିର ଶଙ୍କର ପାତ୍ର) ନବରଙ୍ଗପୁର ବ୍ଲକ ଅନ୍ତର୍ଗତ କୁମଝର ଅଞ୍ଚଳରେ ଅବୈଧ ଧର୍ମାନ୍ତରଣ ର ଅଭିଯୋଗ ଆଣିଛି ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ବାଦୀ ସଂଗଠନ ହିନ୍ଦୁ ମହାସଂଘ। ନିଜ ତୀକ୍ଷ୍ଣ ଦୃଷ୍ଟି ଓ ହିନ୍ଦୁତ୍ବ ର ସୁରକ୍ଷା ପାଇଁ ହଠାତ୍ କାର୍ଯ୍ୟକ୍ଷମ ହୋଇ ଓଡ଼ିଶାରେ ଏକ ସ୍ବତନ୍ତ୍ର ପରିଚୟ ନିର୍ମାଣ କରିଥିବା ହିନ୍ଦୁ ମହାସଂଘ ପୁଣି ଥରେ ଧର୍ମାନ୍ତରଣ କୁ ନେଇ ଚାଞ୍ଚଲ୍ୟ କର କଥା କହିଛନ୍ତି ହିନ୍ଦୁ ମହାସଂଘ ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ସୌଭାଗ୍ୟ ବାବା ଏବଂ ପ୍ରମୁଖ ଜୟନ୍ତ କୁମାର ପାତ୍ର। ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖାତିଗୁଡା, ତେନ୍ତୁଳିଖୁଣ୍ଟି, ମାଳିଗୁଡା ପରେ ଏବେ କୁମଝର ଅଞ୍ଚଳରେ ଅନୈତିକ ଧର୍ମାନ୍ତରଣ ର ଅଭିଯୋଗ ଆଣିଛି। ଗ୍ରାମବାସୀଙ୍କ ନିମନ୍ତ୍ରଣ ରେ ଗାଁ କୁ ଆସି ପ୍ରମୁଖ ବ୍ୟକ୍ତି ମାନଙ୍କ ସହ ସୌଭାଗ୍ୟ ବାବା ଓ ଜୟନ୍ତ କୁମାର ପାତ୍ର ଆଲୋଚନା କରିଥିଲେ। ଗ୍ରାମବାସୀ ମାନେ ଗାଁ ରେ ଅବୈଧ ଚର୍ଚ୍ଚ ନିର୍ମାଣ ହେଉଥିବା ସୂଚିତ କରିଥିଲେ। ଏହା କୁ ଭିତି କରି ଆଗକୁ ଦେଶ ଓ ଧର୍ମ ର ସୁରକ୍ଷା ପାଇଁ ଆହୁରି ହିନ୍ଦୁମାନେ ସଂଗଠିତ ହେବାକୁ ମହାସଂଘ ପ୍ରମୁଖ ଶ୍ରୀ ପାତ୍ର ଗାଁ ବାସୀ ଙ୍କୁ ଜଣାଇ ଥିଲେ। ପୂର୍ଣ୍ଣ ନାୟକ, କେଶରୀ ହରିଜନ,କୁମର ଧାକଡ, ନିଳକଣ୍ଠ ନିଗି, ହରି ଘାସି, ଗୋପାଳ ଦାସ , ନବିନ , ସୁନିଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ