-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
12-Dec-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁର୍ଡl ପଂଚାୟତ ପରିସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ସଚେତନତା ରଥ ପହଂଚିବା ପରେ ଭବ୍ୟ ସ୍ବାଗତ କରାଗଲା l ବୁର୍ଡl ସରପଞ୍ଚ ସୁଦିପ ସା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ ଯୋଗଦେଇ ହେଲଥ କ୍ୟାମ୍ପସ, ପ୍ରଧାନମନ୍ତ୍ରୀ ଆବାସ ଘର ଆପ୍ଲିକେସନ, ଉଜ୍ବଳl ଯୋଜନା, ରାସନ କାର୍ଡ , ନରେଗା ଯୋଜନା, ପୋଷଣ ଯୋଜନା ଏପ୍ଲିକେସନ ରେଜିଷ୍ଟ୍ରସନ ଜରିଆରେ କାର୍ଯ୍ୟକାରି କରାଯିବ ବୋଲି ବକ୍ତବ୍ୟ ରଖିଥିଲେ l ଏହାସହ ଲୋଇସିଂହା ବ୍ଲକ ଏବିଡିଓ ବିଜୟ କୁମାର ହୋତା, ସାଂସଦ ପ୍ରତିନିଧି ବାଳକୃଷ୍ଣ ଧରୁଆ, ବୁର୍ଡl ପିଇଓ ପ୍ରେମାନନ୍ଦ ମହାଲିଙ୍ଗ ପ୍ରମୁଖ ଯୋଗଦେଇ ନିଜ ସୁଚିନ୍ତିତ ମତାମତ ରଖିଥିଲେ l ଅନ୍ୟମାନେ ଯୋଗଦେଇ କେନ୍ଦ୍ର ସରକାର ଙ୍କ ତରଫରୁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ l
ଏହି ଅବସରରେ ରାଷ୍ଟ୍ରୀୟ ବିକାଶ ଓ ସଂହତି କୁ ନେଇ ସାମୁହିକ ଶପଥ ପାଠ କରାଯାଇଥିଲା ଓ କେନ୍ଦ୍ର ସରକାର ଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଜନକଲ୍ୟାଣ ଯୋଜନା ର ସଫଳତା ଉପରେ ଆଲୋଚନା ହୋଇଥିଲା l କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ଜିଆରଏସ କୃଷ୍ଣଚନ୍ଦ୍ର ବାବୁ, ଯୋଗାଣ ସହାୟକ ଯଜ୍ଞ କୁମାର ସାହୁ, ପଚାୟତ ର ସମସ୍ତ ୱାର୍ଡମେମ୍ବର ସଭ୍ୟ ଓ ସଭ୍ୟା, ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା, ସି.ଆର. ପି ବ୍ୟାଙ୍କ ମିତ୍ର, ଏମ. ବି. କେ ମହିଳା, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଛାତ୍ରଛାତ୍ରୀ ତଥା ଜନ ସାଧାରଣ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଶେଷରେ ବୁର୍ଡl ସରପଞ୍ଚ ସୁଦିପ ସା ଧନ୍ୟବାଦ ଅର୍ପଣ କରିଥିଲେ l