-+91-9937148622 |

prerana_bgr@rediffmail.com |

  Sunday 16th August 2026 |

| | | |

R.N.I. Regd No. ODIODI/2010/46693

Breaking News

“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||      ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   (15-Aug-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||     

HOME   ଜିଲ୍ଲା

ଦେଶୀମଦର ୫୦୦କୋଟି ଜବତ ଘଟଣା : ଦାୟୀ କିଏ ?

10-Dec-2023



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ପଶ୍ଚିମଓଡିଶା ବନାମ ବଲାଙ୍ଗୀର, ବୌଦ୍ଧ ଆଦି ଜିଲ୍ଲାର ଗୋଟିଏ ଅଣଓଡିଆ ଦେଶୀମଦଭାଟି ମାଲିକଙ୍କ ମଦଭାଟି, ସଂଲଗ୍ନ ଅଫିସ୍ ଓ ପ୍ରସ୍ତୁତି କାରଖାନା ବା ମ୍ୟାନେଜରଙ୍କ ଭଡାଘରୁ ୫୦୦କୋଟି ବା ବଲାଙ୍ଗୀର ଜିଲ୍ଲାରୁ ୨୦୦କୋଟି ମହୁଲି ଦେଶୀମଦ ବିକ୍ରିର ନଗଦ ଟଙ୍କା ଆୟକର ବିଭାଗର ଅଚାନକ ଚଢାଉରେ ଜବତ ହେବା ଘଟଣା ଚାଞ୍ଚଲ୍ଯ ଖେଳାଇ ଦେଇଛି । ଏବେ ବି ଏହା ଗଣା ଓ ଚଢଉ ଚାଲିଛି । ଏହି ପରିମାଣ ଆହୁରି ବଢିବ । ତେବେ ଏହା ମାତ୍ର କିଛିମାସର ଘରଜମା ନଗଦ ଟଙ୍କା । ଏହା  ଏହି କମ୍ପାନୀର ବାର୍ଷିକ କାରବାର ଶହେ କୋଡିଏ କୋଟି ଟଙ୍କାଠାରୁ ଢେର୍ ଅଧିକ । ଏହା କିପରି ଓ କାହାର ବା କାହିଁକି ହଠାତ୍ ଏହି ଚଢାଉ ହେବାର ପ୍ରଶ୍ନ ଉଠିବା ସହିତ ଏଥିରେ ରାଜନୀତି ବି ପଶିଗଲାଣି । ସର୍ବୋପରି ବଲାଙ୍ଗୀର ପରି ଏକ ଦାଦନପ୍ରବଣ ପଛୁଆ ଏବେ ବି ପିଲାବିକ୍ରି ଓ ଅନାହାରମୃତ୍ୟୁ ଅଭିଯୋଗ ଥମି ନଥିବା ଗରିବ ଜିଲ୍ଲାରେ ଏତେଟଙ୍କା ଲୋକଲୋଚନକୁ ଆସିବା ଏକ ବିଡମ୍ବନା । ତେବେ ଏଥିପାଇଁ ଦାୟୀ କିଏ  ?

ଦଳୀୟ ରାଜନୈତିକ ପରସ୍ପରକୁ ଚିରାଚରିତ କାଦୁଅଫୋପଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟ୍ ର ଭାବପ୍ରବଣତା ବ୍ୟତୀତ ଯାହା ଉପରେ ଅଦ୍ୟାବଧି କେହି ମଗଜ ଖେଳାଇ ନାହାଁନ୍ତି, ତାହା ହେଲା ଆମ ସରକାରୀ ବ୍ୟବସ୍ଥାଗତ ତ୍ରୁଟିବିଚ୍ୟୁତି । 

ଏତେ ଟଙ୍କା ଠୁଳହୋଇଥିବାର କାରଣ ସ୍ବରୂପ ବିଭିନ୍ନ କଥା ଉଠୁଛି । ମୁଖ୍ୟତଃ ଏହା  ଦୁଇହଜାର ଟଙ୍କିଆ ନୋଟ୍ ବନ୍ଦ ହେଲାପରର ଜମା, ଜିଏସଟି ଲାଗୁ ପରର ଆୟକର  ଜବତ  ଅସମଞ୍ଜସ  ଓ  ନିର୍ବାଚନ ପାଇଁ ଏଠାରେ ଲୁଚାଇ ରଖାଯାଇଥିବା ନଗଦ ଇତ୍ୟାଦି ଯାହାସବୁ ଦିଗର କଳ୍ପନାଜଳ୍ପନା କରାଯାଉଛି ,  ତାହାକୁ ସମ୍ପୂର୍ଣ୍ଣ ନିରାଧାର ବୋଲି ବି କୁହାଯାଇ ପାରିବନି । 

ତେବେ ଏଥିପାଇଁ ମୁଖ୍ୟତଃ ଆମ ସରକାରୀ ଅବକାରୀ ନୀତି ଓ ଆୟକର ବିଭାଗର ଉଦାସୀନତା(ଇଚ୍ଛାକୃତ ?) ଦାୟୀ ନୁହଁ କି  ? ଏତେଦିନ ଧରି ସେମାନେ ଶୋଇପଡିଥା'ନ୍ତି କାହିଁକି  ? କାହିଁକି ଆୟକର ବିଭାଗର ନିର୍ଦ୍ଦିଷ୍ଟ ସମୟର ବ୍ୟବଧାନରେ ରେଡ୍ କରାଯାଏନାହିଁ  ? ଏଣୁ ନୋଟ୍ ବନ୍ଦୀରେ ବ୍ୟାଙ୍କରେ ଦୁଇହଜାର ଟଙ୍କିଆ ନୋଟ୍ ବଦଳର ଅସ୍ବାଭାବିକ  ପରିମାଣ ବୃଦ୍ଧିର ସୂତ୍ରରୁ ସୂଚନା ପାଇ ଏକ ବିରୋଧୀଦଳିଆ କମ୍ପାନୀ ମାଲିକଙ୍କୁ ସ୍ବଭାଭସୁଲଭ ଟାର୍ଗେଟ୍ କରି ଆଗାମୀ ନିର୍ବାଚନକୁ ଆଖିଆଗରେ ରଖି ରେଡ୍ କରୁ କରୁ ସେମାନେ ବି ଏତେ ବିପୁଳ ଅନାକାଂକ୍ଷିତ ନଗଦ ଟଙ୍କା ଦେଖି ତାଟକା ହୋଇପଡିଛନ୍ତି  ! 

ପ୍ରଥମତଃ ଆମର ସମବାୟ, ଧାନବିକ୍ରି , କେନ୍ଦୁପତ୍ର ଓ ଅନ୍ୟାନ୍ୟ ଅନେକ କୋହଳ ସରକାରୀ ନୀତି ପରି ମହୁଲ ଓ ମଦରୁ ରାଜସ୍ୱ ଆଦାୟରେ ସରକାର ଉକ୍ତ ବିଭାଗକୁ ଯଥେଷ୍ଟ ଢିଲା ଛାଡିଦେଇ ଆସିଛନ୍ତି । ଜଙ୍ଗଲଜାତ ଦ୍ରବ୍ୟ ମହୁଲଦର ଓ ବିକ୍ରି ନିର୍ଦ୍ଧାରଣଠାରୁ ଭାଟିସ୍ଥାପନ, ନିଲାମ , ଠିପିଖୋଲା ଦେଶୀମଦ ବିକ୍ରିଠାରୁ ପୁଣି ସହଜରେ ନିଆଅଣା ନିମନ୍ତେ ଜରି ପ୍ୟାକେଟ୍ ରେ ପାଉଚ୍ ସୁବିଧା, ଅବୈଧ ମଦବିକାଳିଙ୍କୁ ଧରାପଡୁଥିଲେ ବି କୋହଳ ନିୟମ ଯୋଗୁଁ ସହଜ ଦଣ୍ଡବିଧାନ ରେ ଜାମିନ୍ ରେ ବାହାରି ଆସିବା, ଅସଂଖ୍ୟ ଅବୈଧ କୁଚିଆ ମଦଦୋକାନ ଓ ଆଦିବାସୀ ଅଞ୍ଚଳର ଆଦିବାସୀଙ୍କ ପରମ୍ପରା ଆଳରେ ପର୍ବପର୍ବାଣୀ, ଯାନିଯାତ୍ରା, ଦାଦନଚାଲାଣ ଋତୁ, ବାହାବରାତି, ଭୋଜିଭାତ, ପୂଜାପାର୍ବଣ ଓ ନିର୍ବାଚନ ଇତ୍ୟାଦି ପାଇଁ ଦେଶୀମଦର ଖୋଲାଖୋଲି ବଣ୍ଟନ, ବିତରଣର କଥା କିଏ ନଜାଣେ  ? ସେହିପରି ଭାଟିର କୁତ୍ତାଖାତାରେ କାହାର ନାଁ' ନଥାଏ ? କେଉଁ ବିଭାଗୀୟ , ପ୍ରଶାସନିକ , ପୁଲିସ୍ , ସାମ୍ବାଦିକ, ନେତା , ବସ୍ତିବାଲେ, ବରିଷ୍ଠରୁ ତଳିଆ କର୍ମଚାରୀଙ୍କ ପର୍ଯ୍ୟନ୍ତ ଭାଟିରୁ ବଟି ଆଣନ୍ତି ନାହିଁ ? ଏହା ସହିତ ଆଜିକାଲି ତ ପିଲାଠାରୁ ବୁଢାବୁଢି ପର୍ଯ୍ୟନ୍ତ ମଦପିଆ ଏକ ଅତ୍ୟାବଶ୍ୟକୀୟ ପାନୀୟରେ ପରିଣତ ହୋଇଯାଇଛି । 

ରହିଲା , ବଲାଙ୍ଗୀର ଜିଲ୍ଲା ଖବର ।  ମହୁଲିମଦ ନିଷିଦ୍ଧ ହୋଇଥିବା ସମୟରେ ମୁଁ ଲେଖିଥିଲି 'ପ୍ରଜାତନ୍ତ୍ର ସାପ୍ତାହିକୀ' ରେ 'ବଲାଙ୍ଗୀରରେ ବେଲୁ' ଶୀର୍ଷକରେ ଆଗଲପୁର-ନଅଗାଁ - ବରଗଡ-ଚାଁଟିପାଲି ଅଞ୍ଚଳରେ ବିଷାକ୍ତ ମହୁଲିପୋଚ ହାଣ୍ଡିରେ ଚାରିଜଣ ଦିନମଜୁରିଆଙ୍କର ଶୋଚନୀୟ ମଦମୃତ୍ୟୁର ଚାଞ୍ଚଲ୍ୟକର ରିପୋର୍ଟ । ଏବେ ଯାଅ, ପ୍ରତି ଗାଁ' ଗାଁ'ରେ କୁଚିଆ ଓ ଦାଦନଚାଲାଣଋତୁରେ ସର୍ବତ୍ର ମଦର ବନ୍ୟା । ତହିଁରେ ମଦବେପାରୀ ପାଖରେ ମାସକେଇଟାରେ ଶହ ଶହ କୋଟି ଟଙ୍କା ଠୁଳ ହେଇଯିବାରେ ଆଶ୍ଚର୍ଯ୍ୟ କ'ଣ ଥାଏ  ?

ସରକାର ସବୁ ଜାଣନ୍ତି । ନୀତି ଓ ନିୟମ କୋହଳ କରିଥା'ନ୍ତି ।  ରାଜସ୍ୱରୁ ବଳିଯାଏ ବେପାରୀଙ୍କ ମୁନାଫା । ଜୟ କଳା  !


News Comment




Photo in News

Advertisment
Lastest News
  ଜିଲ୍ଲା  
“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   15-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   15-Aug-2026
  ଜିଲ୍ଲା  
*ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   15-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   15-Aug-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like