-+91-9937148622 |

prerana_bgr@rediffmail.com |

  Tuesday 18th August 2026 |

| | | |

R.N.I. Regd No. ODIODI/2010/46693

Breaking News

*ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||      ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   (17-Aug-2026)       ||      *କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   (17-Aug-2026)       ||      ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (17-Aug-2026)       ||      *ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   (17-Aug-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   (17-Aug-2026)       ||      ଶିକ୍ଷକ ଯୋଗାଇବାର ପ୍ରତିଶ୍ରୁତି ପରେ ସ୍କୁଲ ଗେଟରୁ ଖୋଲିଲା ତାଲା   (17-Aug-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ବେଲପଡ଼ା ବ୍ଲକ ସଂଘର ସମ୍ମିଳନୀ ଅନଷ୍ଠିତ ଓ ନୂତନକର୍ମକର୍ତ୍ତାଙ୍କୁ ନେଇ କାର୍ଯକାରୀ କମିଟି ଗଠନ    (17-Aug-2026)       ||      ଡୁଙ୍ଗରିପାଲି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୪୪ଟି ଦରଖାସ୍ତ ଗ୍ରହଣ   (17-Aug-2026)       ||      ମହନୀ ଉତ୍ସବ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା    (17-Aug-2026)       ||      ଗଣ୍ତାବାହାଲିଠାରେ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ   (17-Aug-2026)       ||     

HOME   ଜିଲ୍ଲା

ଅପହରଣ ହତ୍ୟା ଅଭିଯୋଗ, ପୋଷ୍ଟ ମୋର୍ଟମ୍ ରିପୋର୍ଟକୁ ଅପେକ୍ଷା, ସନ୍ଦେହ ଘେରରେ ଗୃହରକ୍ଷୀ

06-Dec-2023



ସୋନପୁର(ମଳୟ ମିଶ୍ରଙ୍କ ରିପୋର୍ଟ):  ପୂର୍ବଦିନ ସନ୍ଧ୍ୟାରୁ ଘରୁ ନିଖୋଜ୍ ବୀରମହାରାଜପୁର ଥାନା ହିକୁଡି ଫାଣ୍ଡିର କେଶଲପୁରା ଗ୍ରାମର ଜଣେ ଶିକ୍ଷକ ଲୋକନାଥ ନାଏକ ( ୩୮)ଙ୍କର ମୃତଦେହ ଗତ ୨୨ ତାରିଖରେ ସୋନପୁର ବିଜୁସେତୁ ତଳରୁ ସାମାନ୍ୟ ଦୂର ନଦୀଶଯ୍ୟାରୁ ପୋଲରୁ ପ୍ରାୟ ଶହେ ମିଟର ଉପରମୁଣ୍ଡ ଏକ ପଥୁରିଆ ପ୍ରାୟ ବେକ ହେବ  ପାଣିଖାଲରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏସମ୍ପର୍କରେ ତାଙ୍କ ଘରଲୋକଙ୍କ ପକ୍ଷରୁ ଏହା ଏକ ଅପହରଣ କରି ହତ୍ୟାଘଟଣା ବୋଲି ଅଭିଯୋଗ କରି ସ୍ଥାନୀୟ ସୋନପୁର ଥାନାରେ ଏତଲାକ୍ରମେ ଏକ ଅପମୃତ୍ଯୁ ମାମଲା ଋଜୁ କରି ପୁଲିସ୍ ସୋନପୁର ଜିଲ୍ଲାମୁଖ୍ୟ ହାସପାତାଳରେ ଶବବ୍ୟବଚ୍ଛେଦ କରାଇଛି । ଅଦ୍ୟାବଧି ଶବବ୍ୟବଚ୍ଛେଦ ରିପୋର୍ଟ ଆସି ନଥିବାରୁ ଏହା ହତ୍ୟା , ଆତ୍ମହତ୍ୟା ନା ଦୁର୍ଘଟଣାଜନିତ ମୃତ୍ୟୁ , ଏନେଇ ଲୋକଙ୍କ ମଧ୍ୟରେ ବିଭିନ୍ନ ସନ୍ଦେହ ପ୍ରକାଶ ପାଇଛି । 

ମୃତକଙ୍କ ଭାଇ , ପୁତୁରା ଭଣଜା ପ୍ରମୁଖ ପରିବାର ଲୋକଙ୍କ ଅଭିଯୋଗରୁ ପ୍ରକାଶ ଯେ ଗତ ୨୦୧୦ରୁ ବରଗଡ ଗୋଡଭଗା ଥାନା ବରାହମୁଣ୍ଡା - କାଦୋବାହାଲ ଗ୍ରାମର ବିଶ୍ବସୁନ୍ଦରୀ ବାଘଙ୍କ ସହ ତାଙ୍କର ବିବାହ ପରେ ଏବେ ସେମାନଙ୍କର ପୁଅ ( ୭ ) ଓ ଏକ ବଧିର ଦୋଷଥିବା ଭିନ୍ନକ୍ଷମ ଝିଅ ଦୁଇଟି ସନ୍ତାନ ଅଛନ୍ତି । ଦୀର୍ଘଦିନ ଧରି ପତିପତ୍ନୀଙ୍କ ମଧ୍ୟରେ ପତ୍ନୀର ପରକୀୟା ସମ୍ପର୍କ ସନ୍ଦେହରେ  ବିବାଦ ସୃଷ୍ଟି ହୋଇ ଥାନାଫାଣ୍ଡିରେ ମାମଲା ଥିବାରୁ ପତ୍ନୀ ଅଲଗା ରହୁଥିଲେ । ପିଲାଦୁଇଟି ବାପ ପାଖରେ ରହୁଥିଲେ । ତେବେ ଦୁଇମାସତଳେ ପତ୍ନୀ ଘରକୁ ଆସିଥିଲେ ଓ ଚାରିଦିନପରେ ଗାଁ' ମୁଣ୍ଡରୁ ଜଣେ ଅଜଣା ବ୍ୟକ୍ତି ସାଙ୍ଗରେ ପଳାଇଯାଇ ସୋନପୁର ଓ ଅନ୍ୟତ୍ର ରହୁଥିଲେ । ଗତ ୨୧ ତାରିଖ ସନ୍ଧ୍ୟାରେ ଲୋକନାଥ ଘରୁ ଯାଇ ଆଉ ଫେରି ନଥିଲେ । ସେ ରାତିରେ ଘରକୁ ନ ଫେରିବାରୁ ଘରଲୋକେ ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜାଖୋଜି କରି ପାଇ ନଥିଲେ । ତେବେ ତାଙ୍କ ସହ ଏକ ଶେଷ ଫୋନ୍ କଲ୍ ଅସ୍ବାଭାବିକ ଥିବାରୁ ସେମାନେ କୌଣସି ଅଘଟଣ ସନ୍ଦେହ କରିଥିଲେ । କିଛିଲୋକ ତାଙ୍କୁ ଉଠାଇନେଇ ମଦଫଦ ପିଆଇ କି ମଦରେ କିଛି ମିଶାଇ ବା ପିଟାମରା କରି ହତ୍ୟାକରି ନଦୀରେ ଫିଙ୍ଗିଦେଇଥିବା ସେମାନେ ଅଭିଯୋଗ ପ୍ରକାଶ କରୁଛନ୍ତି ।

କିନ୍ତୁ ଏହାର ପରଦିନ ଗତ ୨୨ ତାରିଖରେ ସୋନପୁର- ବୀରମହାରାଜପୁର ବିଜୁସେତୁ ତଳଠାରୁ ଅଳ୍ପଦୂରର ଏକ ଅଳ୍ପପାଣି ରହିଥିବା ମହାନଦୀ ଶଯ୍ୟାରୁ ପାଣିରୁ ଭାସୁଥିବା ତାଙ୍କ ମୃତଦେହ ସୋନପୁର ପୁଲିସ୍ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲା । ଘରଲୋକେ ଖବର ପାଇ ଡାକ୍ତରଖାନାରୁ ଷ୍ଟ୍ରେଚର ସହ ଶବକୁ ଆଣି ଉକ୍ତ ପୋଲପାଖରେ ରାସ୍ତା ଅବରୋଧ କରି ତଦନ୍ତ ଦାବି କରିଥିଲେ । ପୁଲିସ୍ ଓ ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ଏହାଯେ , ତାଙ୍କର ଶଳା ତାଙ୍କୁ ଦେଇଥିବା ହତ୍ୟାଧମକ ଓ ସେ ଶେଷଥର କହିଥିବା ଅସ୍ବାଭାବିକ କଣ୍ଠସ୍ବରର ଅଡିଓ ରେକର୍ଡ ଭାଇରାଲ୍ ହେଉଛି । ଏହାକୁ ତଦନ୍ତର ପରିସରଭୁକ୍ତ କରାଯାଇଛି କି ନାହିଁ , ଜଣାପଡିପାରିନାହିଁ ।

ଅପରପକ୍ଷରେ ପତ୍ନୀପକ୍ଷରୁ ଜଣାଯାଇଛି ଯେ , ପୂର୍ବଦିନ ପତ୍ନୀ , ତାଙ୍କର ଜଣେ ସମ୍ପର୍କିୟା ଝିଆରୀ ଓ ଜଣେ ସମ୍ପର୍କୀୟ ଯୁବଡାକ୍ତର ହିକୁଡି ଫାଣ୍ଡିକୁ ଯାଇଥିଲେ । କାରଣ ସେଠାରେ ଥିବା ଜଣେ ହୋମ୍ ଗାର୍ଡ ସେମାନଙ୍କୁ ପରଦିନ ସ୍ବାମୀ-ସ୍ତ୍ରୀ ଉଭୟଙ୍କୁ ଡକାଇ ମାମଲାର ସମାଧାନ କରିଦେବାକୁ ଡେଟ୍ ଦେଇଥିବା  ସୋନପୁରରେ ରହୁଥିବା ଝିଆରୀଙ୍କ ସୂତ୍ରରୁ ପ୍ରକାଶ । ପୂର୍ବରୁ ମଧ୍ୟ ଏହି ହିକୁଡି ଫାଣ୍ଡି ଓ ତାଙ୍କ ବୀରମହାରାଜପୁର ଥାନା ସମେତ ଅନ୍ୟାନ୍ୟ ସ୍ଥାନରେ ଏହି ମାମଲା ସମାଧାନ ହୋଇପାରି ନଥିଲା । ଏପରିକି ପତ୍ନୀ ସୋନପୁର ସଖୀସେଣ୍ଟରରେ ବା ସ୍ବାଧାରଗୃହରେ ରହୁଥିଲେ । ଶେଷଥର ସ୍ବାମୀ ଅଣ୍ଡରଟେକିଂ ଲେଖିଦେଇ ପତ୍ନୀଙ୍କୁ ଘରକୁ ନେଇଥିଲେ ହେଁ , ପୁଣି ମାଡପିଟ କରିବାରୁ ସେ ବାଧ୍ୟହୋଇ ଶାଶୁଘରୁ ଲୁଚି ପଳାଇଆସି ସେହି ସଖୀସେଣ୍ଟରରେ ରହୁଥିଲେ ବୋଲି ତାଙ୍କ ପକ୍ଷରୁ ପ୍ରକାଶ । ଶେଷରେ ପରଦିନ ହିକୁଡି ଫାଣ୍ଡିକୁ ଆସିଲାବେଳେ ସ୍ବାମୀଙ୍କ ମୃତ୍ୟୁ ଖବର ପାଇ ପତ୍ନୀ ମୃତଦେହ ପାଖକୁ ଧାଇଁଯିବାବେଳେ ନଣନ୍ଦମାନେ ତାଙ୍କୁ ପିଟାମରା କରିବାରୁ ପୁଲିସ୍ ତାଙ୍କୁ ଉଦ୍ଧାର କରି ନେଇ ସଖୀସେଣ୍ଟରରେ ରଖିଛି । ଏପରିକି ତାଙ୍କୁ ତାଙ୍କ ପିଲାମାନଙ୍କୁ ଦେଖିବାକୁ ସେ ବ୍ୟାକୁଳ ହେଉଥିବା ସହ ସ୍ବାମୀଙ୍କର ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେବାକୁ ବୀରମହାରାଜପୁର ଥାନାରେ ଗୁହାରୀ କରିବାରୁ ଜଣେ ପୁଲିସ୍ ଅଧିକାରୀ ତାଙ୍କୁ ଓ ତାଙ୍କ ସହ ଯାଇଥିବା ଝିଆରୀଙ୍କୁ ଅପମାନିତ କରିଥିବା ସେମାନେ ଅଭିଯୋଗ ପ୍ରକାଶ କରିବା ସହ ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଛି ଓ ଏହାପଛରେ ତାଙ୍କ ଶାଶୁଘର ଲୋକଙ୍କ ବ୍ୟତୀତ ଅନ୍ୟକେହି ସମ୍ପୃକ୍ତ ରହିଥିବା ନେଇ ସେ ସନ୍ଦେହ ଓ ଅଭିଯୋଗ ପ୍ରକାଶ କରୁଛନ୍ତି । କାରଣ ତାଙ୍କ ଗ୍ରାମର ଜଣେ ସମିତିସଭ୍ଯ ବରାବର ତାଙ୍କ ଗତିବିଧି ଲକ୍ଷ୍ୟ ରଖିଥିବା ଓ ଏପରିକି ସେମାନେ ଫାଣ୍ଡିକୁ ଆସିଥିଲାବେଳେ ଫଟୋ ଉଠାଇ ତାଙ୍କୁ ପଠାଇ ଜେରା କରିଥିବା ସହ ଥରେ ' ମାରି ଦେବା କି ? ' ବୋଲି କୁଆଡେ କହିଥିବା ପତ୍ନୀଙ୍କ ସହ ପ୍ରାୟତଃ ଏହି ମାମଲାରେ ସହାୟତା କରିଆସୁଥିବା ପତ୍ନୀଙ୍କ ସମ୍ପର୍କୀୟା ଝିଆରୀ ଅଭିଯୋଗ ପ୍ରକାଶ କରୁଛନ୍ତି । ସେ ମଧ୍ୟ ହିକୁଡି ଫାଣ୍ଡିର ଉକ୍ତ ସମାଧାନ କରିଦେବାକୁ ଡକାଇଥିବା ଉକ୍ତ ହୋମ୍ ଗାର୍ଡ ଓ ସେହି ଫାଣ୍ଡିର ଜଣେ କନେଷ୍ଟବଳଙ୍କ ଭୂମିକାକୁ ସନ୍ଦେହ କରୁଥିବା ଅଭିଯୋଗ ପ୍ରକାଶ କରୁଛନ୍ତି । ଏପରିକି ଉକ୍ତ ହୋମ୍ ଗାର୍ଡଙ୍କ ସହ ପତ୍ନୀ ବହୁବାର କଥା ହେଉଥିବା ଓ ଉକ୍ତ କନେଷ୍ଟବଳ ମଧ୍ୟ ଝିଆରୀ ସହ ମୋବାଇଲ୍ ନମ୍ଭର ଦିଆନିଆ ହେବାପରେ ଶବମିଳିବା ପରେ ତାଙ୍କୁ ବ୍ଲକ୍ କରିଦେଇଥିବାରୁ ଝିଆରୀଙ୍କ ସନ୍ଦେହ ବୃଦ୍ଧି ପାଇଥିବା ତାଙ୍କ ସୂତ୍ରରୁ ପ୍ରକାଶ ।


ତେବେ ଏ ସମ୍ପର୍କରେ ହିକୁଡି ଫାଣ୍ଡି ଅଧିକାରୀ ଚକ୍ରଧର ବାରଲେବଡିଆଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ ଭଲକରି ଜାଣି ନଥିବା ଓ ଉକ୍ତ ହୋମ୍ ଗାର୍ଡ ତାଙ୍କୁ ଥରେ ସେମାନଙ୍କ ମାମଲା ସମ୍ପର୍କରେ କହୁଥିବା ଓ ଏହା ଦୁଇଦିନତଳର କଥା ବୋଲି ସଫେଇ ଦେଇ ପରେ ଦ୍ୱିତୀୟଥର ଆଉ ଫୋନ୍ ଉଠାଇ ନଥିଲେ  ! ଫାଣ୍ଡିର ଏପରି ଏକ ବାରମ୍ବାର ସମ୍ବେଦନଶୀଳ ମାମଲାର ତଦନ୍ତ ସମ୍ପର୍କରେ ତାଙ୍କ ବଦଳରେ ଜଣେ ହୋମ୍ ଗାର୍ଡଙ୍କ ହସ୍ତକ୍ଷେପ କାହିଁକି ହେଉଥିଲା  ? ସେହି ହୋମ୍ ଗାର୍ଡ ଓ ଜଣେ।କନେଷ୍ଟବଳ କାହିଁକି ଫାଣ୍ଡିକୁ ଅଭିଯୋଗ ନେଇ ଆସୁଥିବା ମହିଳାଙ୍କର ଫୋନ୍ ନମ୍ବର ରଖି କଥା ହେଉଥିଲେ  ? ସେମାନଙ୍କର କଥାହେବାର କାରଣ ଓ ବିଷୟବସ୍ତୁ କଣ ଥିଲା ? 

ତେବେ ଜଣେ ହୋମ୍ ଗାର୍ଡଙ୍କର ଥାନାଫାଣ୍ଡିର ମାମଲାରେ ଏତେ ଦଖଲଅନ୍ଦାଜୀ କରିବା କେତେଦୂର ଗ୍ରହଣୀୟ ? କିଛିଦିନତଳେ ସୋନପୁର ଏସ୍ ପି ଙ୍କ ହାତବାରିସୀ ସାଜି ଅତ୍ୟଧିକ କ୍ଷମତାଶାଳୀ ହୋଇ ଉଠିବା ସହ ଉଲୁଣ୍ଡାଥାନାର ଜଣେ ମହିଳା ପୁଲିସ୍ ଅଧିକାରୀଙ୍କୁ ଯୌନନିବେଦନ କରି ସେ ଏସପିଙ୍କୁ ଅଭିଯୋଗ କରିବା ପରେ ତାଙ୍କ ସ୍କୁଟିଟିକୁ ଅନ୍ୟଜଣେ ପୁଲିସ୍ ଅଫିସ୍ ରେ କାମ କରୁଥିବା ଯୁବକଙ୍କୁ ଗଞ୍ଜେଇ ଚୋରାଚାଲାଣରେ ଫସାଇଦେବା ପରି ଗୁରୁତର ଅଭିଯୋଗ ଉକ୍ତ ମହିଳାପୁଲିସ୍ ସମ୍ବଲପୁର ଡିଆଇଜିଙ୍କୁ କରିବାରୁ ତାଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ଭଳି ଘଟଣା ଚର୍ଚ୍ଚିତ ହୋଇଥିଲା । ଏହି ଘଟଣା ପରେ ସୋନପୁର ପୁଲିସ୍ ର ଆଉଜଣେ ହୋମ୍ ଗାର୍ଡଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗକୁ ଲୋକେ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ଥି ।  ସର୍ବୋପରି ଏହି ହତ୍ୟାଅଭିଯୋଗ ମାମଲାଟିର କିଛି ସନ୍ଦେହର ଚର୍ଚ୍ଚା ହିକୁଡି ଫାଣ୍ଡିର ଚାରିପଟେ ଘୁରିବୁଲୁଛି । ମୃତ୍ୟୁର ପୂର୍ବଦିନ ଏହି ହୋମ୍ ଗାର୍ଡ ବା ଝିଆରୀଙ୍କ କହିବାନୁଯାୟୀ , ' ଡକାଅ ତ , ଦୁଇ ଦୁଇ ବାଡି ଦେବା '  ଫାଣ୍ଡିରେ ସେମାନଙ୍କ ଆଗରେ କହିଥିବା ଉକ୍ତ କନେଷ୍ଟବଳଙ୍କର ଉକ୍ତ ମୃତଶିକ୍ଷକଙ୍କ ପ୍ରତି କୌଣସିପ୍ରକାରର ଘଟଣା ଘଟାଇ ନାହାଁନ୍ତି ତ ବୋଲି ସନ୍ଦେହ ରହସ୍ୟରେ ରହୁଛି । ଅବଶ୍ୟ ଉଦ୍ୟମ ସତ୍ତ୍ୱେ  ସେମାନଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

ତେବେ ଏହା ମୃତକ ଜଣକ ହତାଶ ହୋଇପଡି ପ୍ରଚୁର ମଦପିଇ ରାତିରେ ସେହି ଅନ୍ଧକାରାଚ୍ଛନ୍ନ ପଥର ସନ୍ଧିର ପାଣିରେ ପଡିଯାଇ ଆଉ ଉଠି ନ ପାରି ମୃତ୍ୟୁବରଣ କରିଥିବା , ମଦ ସହ କିଛି ବିଷ ପିଇ ଆତ୍ମହତ୍ୟା କରିଥିବା କିମ୍ବା  ତାଙ୍କୁ କେଉଁମାନେ ହତ୍ୟା କରିଥିବା ଇତ୍ୟାଦି ଏହାପଛର ବିଭିନ୍ନ ଦିଗର ପୁଲିସ୍ ତଦନ୍ତର ପରିସରଭୁକ୍ତ କରିବାକୁ ଲୋକେ ଦାବି କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   18-Aug-2026
  ଜିଲ୍ଲା  
କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   18-Aug-2026
  ଜିଲ୍ଲା  
ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   17-Aug-2026
  ଜିଲ୍ଲା  
ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   17-Aug-2026
  ଜିଲ୍ଲା  
ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   17-Aug-2026
  ଜିଲ୍ଲା  
ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   17-Aug-2026
  ଜିଲ୍ଲା  
ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   17-Aug-2026
  ରାଜ୍ୟ  
ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   17-Aug-2026
  ଜିଲ୍ଲା  
*କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   17-Aug-2026

You Might Also Like