-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
04-Dec-2023
ତୁଷୁରା-( ପଞ୍ଚାନନ ନାୟକ)
ବଲାଙ୍ଗୀର ଜିଲ୍ଲାର ଗୁଡ଼ଭେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ବିଜେପି ବରିଷ୍ଠ ନେତା ତଥା ସମାଜସେବୀ ନବୀନ ଜୈନ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ୫୧ ୟୁନିଟ୍ ରକ୍ତ ସଂଗ୍ରହହୋଇଥିଲ ହୋଇଥିବା ବେଳେ ଡା.ସ୍ମରଣିକା ପଣ୍ଡା, ବଲାଙ୍ଗୀର ରକ୍ତଭଣ୍ଡାରର ଶେଖ ଅବଦୁଲ ଅସରଫ, ଜ୍ୟୋତିର୍ମୟୀ ନାଏକ, ରଞ୍ଜିତ ବେହେରା, ପ୍ରେମାନନ୍ଦ କୁଅଁର, କେଶବ ଷାଣ୍ଢ, ବିଭୁଦତ୍ତ ପଧାନ, ଚନ୍ଦ୍ର ପ୍ରକାଶ ନାଏକ, ଦେବେନ୍ଦ୍ର ନନ୍ଦ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।ଗୁଡଭେଲାବ୍ଲକ ଉପାଧ୍ୟକ୍ଷ ଟୁକୁରାମ ପାଣିଗ୍ରାହୀ, ସ୍ଵେଚ୍ଛାସେବୀ ଈଶ୍ବର ବାଗ, ଚୂଳେଶ୍ଵର ବାଗ, ରମାକାନ୍ତ ମହାପାତ୍ର, ରାମତାର ଅଗ୍ରୱାଲ, ବିମଳ ଷଡ଼ଙ୍ଗୀ, ପ୍ରଶାନ୍ତ ନାଏକ, ଶଙ୍କର୍ଷଣ କର୍ମୀ ପ୍ରମୁଖ ସହଯୋଗ କରିଥିଲେ ।