-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
26-Nov-2023
ବଲାଙ୍ଗୀର, ବଲାଙ୍ଗୀର ନାଗରିକ କମିଟିର କାର୍ଯ୍ୟକାରୀ କମିଟି ବୈଠକ ସ୍ଥାନୀୟ ଜେ.ଏସ୍. ଏମ୍. କମର୍ସ କଲେଜ ଠାରେ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ଇଂ. ବେଲାର ସିଂ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ସଂପାଦକ ମନୋରଂଜନ ସାହୁ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ଦୀର୍ଘ ଦିନ ପରେ ନାଗରିକ କମିଟି ତରଫରୁ ଏକ ସ୍ମରଣିକା ‘ସୌରଭ’ ଆସନ୍ତା ଡିସେମ୍ବର ୨ ତାରିଖ ସଂଧ୍ୟାରେ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାଧାରଣ ସଭା ଅବସରରେ ପ୍ରକାଶିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ସେହିପରି ଜିଲ୍ଲାର ଶିକ୍ଷାନୁଷ୍ଠନ ଗୁଡିକରେ ଥିବା ସମସ୍ୟା ସମ୍ବନ୍ଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ, ସ୍ୱାସ୍ଥ୍ୟ ତଥା କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ କେନ୍ଦ୍ର ର ସମସ୍ୟା, କମିଟିର ନିର୍ବାଚନ ଓ ଅନ୍ୟାନ୍ୟ ସାଂଗଠନିକ ବିଷୟ ଉପରେ ଆଲୋଚନା ହୋଇଥିଲା । କମିଟିର ଉପସଭାପତି ନିତ୍ୟାନନ୍ଦ ମିଶ୍ର, କୋଷାଧ୍ୟକ୍ଷ ଗଜେନ୍ଦ୍ର ତ୍ରିଭୁବନ ଦାସ ଭ୍ରମର, ଗୋପଭୂଷଣ ନାଥ, ମନୋରଂଜନ ପୁରୋହିତ, ଜୟରାମ ମିଶ୍ର, ଧର୍ମବ୍ରତ ରଥ, ବିମଳ ଚୋପଦାର, ଗୋପବନ୍ଧୁ ପୁରୋହିତ, ଦିବାକର ହୋତା ଓ ସଲିମ୍ ଖାନ୍ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ କମିଟିର ସହସଂପାଦକ ଡ. ଚକ୍ରପାଣି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।