-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
25-Nov-2023
ଲୋଇସିଂହା, (ପ୍ରେରଣା ଖବର) ଆଜି ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଲୋଇସିଂହା- ପଦ୍ମପୁର ରାସ୍ତା ପତ୍ରାପାଳି ରାଇସ ମିଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ସୂଚନା ରୁ ପ୍ରକାଶ ଯେ ବରଗଡ଼ ଜିଲ୍ଲା ଗାଇସିଲେଟ ଅଞ୍ଚଳର ଅମନ ନାୟକ (୨୭) ପି. ପ୍ରମୋଦ ନାୟକ, ରେଭୀଉ ପାଣ୍ଡେ. ପି. ଆଦିତ୍ ପାଣ୍ଡେ ଓ ଅରୁଣ ବରିହା (୨୫) ପି. ଅଲେଖ ବରିହା ଏହି ତିନି ଜଣ ଏକ ବାଇକ୍ (ଓ ଡି ୧୭ ଏସ୍ ୯୯୬୦) ରେ କୌଣସି କାମ ସାରି ଘରକୁ ଫେରିବା ବେଳେ ପତରାପାଲି ରାଇସମିଲ ନିକଟରେ ଏକ ଅଜଣା ଗାଡି ସେମାନଙ୍କର ବାଇକ୍ କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା l ଖବର ପାଇ ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଦୁର୍ଘଟଣାରେ ଗୁରୁତର ହୋଇଥିବା ୩ ଜଣକୁ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ l ଲୋଇସିଂହା ଡାକ୍ତରଖାନାରେ ହିଁ ରେଭିଉ ପାଣ୍ଡେ ଙ୍କ ପ୍ରାଣବାୟୁ ଉଡିଯାଇଥିବା ବେଳେ ଅନ୍ୟ ୨ ଜଣ ଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ ରେ ଭର୍ତ୍ତି କରାଯାଇଛି l ଦୁର୍ଘଟଣା ପରେ ପୋଲିସ ଏକ କେଶ ରୁଜୁ କରିଛି ପ୍ରକୃତ ଘଟଣା ପୋଲିସ ତଦନ୍ତ ପରେ ଜଣାପଡିବ l