-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
25-Nov-2023
ନୂଆପଡା (ଡୋଲେସ୍ବର ଵାଗ )
ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନସ୍ଥ କରଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟ ଜନଜାତି ଗୈାରବ ଦିବସ ପାଳିତ ହୋଇଛି ।ପ୍ରଧାନ ଶିକ୍ଷକ ଅଖିଳ ଧରୁଅ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଗୋଡାଳ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀ ବୃନ୍ଦାବନ ଯୋକ୍ଷୀ , ବିଦ୍ୟାଳୟ ସେବକ ନରସିଂହ ପ୍ରସାଦ ନାୟକ , ,ସେବିକା ମିନାକ୍ଷୀ ପଣ୍ତା ,ସେବକ ନରେଶ ସୁନାନୀ ମଞ୍ଚାସୀନ ହୋଇଥିଲେ । ପ୍ରଧାନ ଶିକ୍ଷକ ଆଜିକାର କାର୍ଯ୍ୟକ୍ରମ ର ଉଦେଶ୍ୟ ଜ୍ଞାପନ ସହ ବିର୍ସା ମୁଣ୍ଡା ଙ୍କ ଜୀବନୀ ସଂପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଓ ଉଦବୋଧନ ଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ନରେଶ ସୁନାନୀ ପରିଚାଳନା କରୁଥିବା ବେଳେ ସେବିକା ମିନାକ୍ଷୀ ପଣ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।ଶେଷରେ ସେବାଶ୍ରମ ର ଛାତ୍ର ଛାତ୍ରୀ ମାନଙ୍କୁ ଦ୍ଵାରା ଆଦିବାସୀ କଳା ସଂସ୍କୃତିକୁ ଆଧାର କରି ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା ।