-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
18-Nov-2023
କଣ୍ଟାବାଞ୍ଜି (ପ୍ରେରଣା ଖବର )
ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା କ୍ଳଷ୍ଟରର ପଞ୍ଚମ କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ ଆଶ୍ରମ ବିଦ୍ୟାଳୟ ସେମଲା ଠାରେ ଅନୁଷ୍ଠିତ ହୋଇଥିଲା।କ୍ଳଷ୍ଟର ସଂଯୋଜକ ଶ୍ରୀ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକରେ କ୍ଳଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।ବୈଠକରେ ପୂର୍ବ ବୈଠକର ଆଲୋଚନା, ଡିକୋଡିଙ୍ଗ,ଭାଷାଜ୍ଞାନ ଓ ଗଣିତ ଉପରେ ଆଲୋଚନା ହୋଇଥିଲା।ଆଗକୁ ହେବାକୁ ଥିବା ସିଜ ପରୀକ୍ଷାର ପ୍ରଶ୍ନପତ୍ର ଉପରେ ଆଲୋଚନା ହୋଇଥିଲା।ଏହି ବୈଠକରେ ଶିକ୍ଷକ ଭ୍ରମରବର ମହାପାତ୍ର, ରବୀନ୍ଦ୍ର ରଥ,ସୁରୁମଣି ମେହେର, ଦେବ ବଗର୍ତ୍ତୀ, ପ୍ରଫୁଲ୍ଲ ମାଝୀ,ଡମ୍ବରୁଧର ମେହେର, ପୀତାମ୍ବର ଲୁହା, ପାର୍ଥବ ମହାନନ୍ଦ, ମାଧବୀଲତା ସାହୁ,ସୁଭଦ୍ରା ମେହେର,ବିମଳ ଧରୁଆ, ମାନସ ରଞ୍ଜନ ଜାଲ,ରାଜୀବ ଦାସ ଆଦି ଯୋଗ ଦେଇଥିଲେ।