-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
18-Nov-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ଦୀର୍ଘ ବର୍ଷରୁ ପଶ୍ଚିମ ଓଡିଶାର ୧୧ ଗୋଟି ଜିଲ୍ଲାକୁ ନେଇ ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବୀ କରି ଆସୁଥିବା କୋଶଲ ମିଳିତ କ୍ରିୟାନୁଷ୍ଠାନ କମିଟି ଆଜି ପୁଣି କୋଶଲ ମହାବନ୍ଦ ଡାକରା ଦେଇଛି। ୧୮ ନଭେମ୍ବର ସକାଳ ୬ ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ଡାକରା ଦିଆ ଯାଇଥିବା ବେଳେ କୋଶଳ ରାଜ୍ୟ ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ଶାନ୍ତି ପୂର୍ଣ୍ଣ ଭାବରେ ଗ୍ରାମଠୁ ସହର ପର୍ଯ୍ୟନ୍ତ ଜନସାଧାରଣ ସ୍ୱତପ୍ରତଃ ଭାବରେ ବନ୍ଦପାଳନକୁ ସମର୍ଥନ କରିଛନ୍ତି। ଏଥିରେ ସ୍କୁଲ, କଲେଜ୍, କୋର୍ଟ, କଚେରୀ, ବ୍ୟାଙ୍କ, ପୋଷ୍ଟ ଅଫିସ, ସରକାରୀ ବେସରକାରୀ କାର୍ଯ୍ୟlଳୟ ଗୁଡ଼ିକ ବନ୍ଦ ରହି ଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି। କୋଶଳ ସେନା ଯାଇ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟଳୟ ବନ୍ଦ କରିଛନ୍ତି,l କୋଶଳ ସେନା ସହର ବିଭିନ୍ନ ଛକ ରେ ରାସ୍ତାରୋକ କରିଛନ୍ତି। ଏଥି ସହିତ ଛୋଟ ରୁ ବଡ ପର୍ଯ୍ୟନ୍ତ ସମସ୍ତେ କୋଶଳ ବନ୍ଦକୁ ସମର୍ଥନ କରିଛନ୍ତି। ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ଅନୁଷ୍ଠାନ ବନ୍ଦ ଥିବା ଦେଖା ଯାଇଛି l ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ୍ ମୃତୟନ ହୋଇ ଥିବା ବେଳେ ସୋନପୁର ବ୍ଲକ ଛକ, ସମେତ ବିଭିନ୍ନ ଜାଗାରେ କିଛି ଘଟଣା ଓ ଉତ୍ତେଜନା ପାଇଁ ଜିଲ୍ଲା ପୋଲିସ୍ କୁ ମଧ୍ଯ ବେଶ ନାକେଦମ୍ ହେବାକୁ ପଡ଼ିଥିବା ଦେଖିବାକୁ ମିଳିଥିଲା l ଆଜି ଖମ୍ବେଶ୍ୱରୀ ପାଲି ଛକ ଠାରେ ମଧ୍ୟ କୋଶଲ ସେନା ଯୁବକ ମାନେ ବାଇକ ଆରୋହୀଙ୍କୁ ମୁଖ୍ୟ ରାସ୍ତା ବନ୍ଦ କରିଥିବାରୁ ସାଧାରଣ ଜନତା ଓ ମିଡ଼ିଆଙ୍କ ସହିତ ଯୁକ୍ତି ତର୍କ ପରେ ସାମାନ୍ୟ ଉତ୍ତେଜନା ହେବାରୁ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ସେଠାରେ ମଧ୍ୟ ସୋନପୁର ଏସଡିପିଓ ଙ୍କ ସହ ଥାନା ଭାରପ୍ରାପ୍ତ ଅଧିକାରୀ ଉଭୟ ପୋଲିସ ଟିମ ପହଂଚି ବ୍ଲକ ଛକ ଓ ଖମ୍ବେଶ୍ବରୀ ପାଲି ଛକ ରୁ ୧୮ଜଣ ଆନ୍ଦୋଳନକାରୀଙ୍କୁ ଉଠାଇ ଥାନା ରେ ଅଟକ ରଖିଥିଲେ l ଏବଂ ଉଭୟ ଜାଗା ରେ ରାସ୍ତା ଅବରୋଧକୁ ହଟାଇଥିଲେ l