-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
18-Nov-2023
ତୁଷୁରା (ପଞ୍ଚାନନ ନାଏକ)-ପଶ୍ଚିମ ଓଡିଶାର ବାରଟି ଜିଲ୍ଲାରେ କୋଶଲ ସେନା ଓ କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବୀରେ ଶନିବାର ୧୨ ଘଣ୍ଟିଆ ମହାବନ୍ଦ ଡାକରା ଦିଆଯାଇଛି । ବନ୍ଦର ପ୍ରଭାବ ବିଭିନ୍ନ ଅଞ୍ଚଳରେ ପଡିଛି । ସହରାଞ୍ଚଳରେ ଯାତାୟତ ପୁରା ଠପ୍ ହୋଇଥିବା ସହ ଦୋକାନ ବଜାର ବନ୍ଦ ରହିଛି । ସେହିପରି ବଲାଙ୍ଗିର ଜିଲ୍ଲା ଗୁଡଭେଲାବ୍ଲକ ଓ ତୁଷୁରା ଏନଏସି ଅଞ୍ଚଳରେ ମଧ୍ୟ ଶାନ୍ତି ଶୃଙ୍ଖଳା ସହ ବନ୍ଦ ପାଳନ କରାଯାଉଛି । ବନ୍ଦ ପାଳନ ପ୍ରଭାବରେ ଅଞ୍ଚଳର ସମସ୍ତ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଆଦି ବନ୍ଦ ରହିଛି । ୟୁଥ ଏକ୍ସନ କମିଟି, କୃଷ୍ଣପ୍ରିୟା କଳାକାର ପରିଷଦ ସମେତ ବିଭିନ୍ନ ସାମାଜିକ ସଂଗଠନ ଏଥିରେ ସାମିଲ ହୋଇ ପିକେଟିଂ କରିଥିଲେ । ବିଭିନ୍ନ ଛକ ଓ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରାଯାଇ ବନ୍ଦକୁ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ ଆନ୍ଦୋଳନକାରୀ । ଅଫିସ, ସ୍କୁଲ ଓ ବଜାର ପ୍ରମୁଖ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ତେବେ ଡାକ୍ତରଖାନା ଏବଂ ଆମ୍ବୁଲାନସରେ ରୋଗୀ ସେବାକୁ ଏହି ବନ୍ଦରୁ ବାଦ ଦିଆଯାଇଛି । ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ଛକରେ ପୁଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି ।