-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
17-Nov-2023
ବୋଡ଼େନ (ଡୋଲେସ୍ବର ଵାଗ )
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ବିଜେଡ଼ି କର୍ମୀ ମାନଙ୍କ ଦ୍ଵାରା ବୋଡ଼େନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ରାଜ୍ୟ ସରକାରଙ୍କ ନୂତନ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା ଉଦଘାଟନି କାର୍ଯ୍ୟକ୍ରମ ପୂର୍ବ ପ୍ରସ୍ତୁତି ମୁତାବକ ସୁଚାରିତ ଭାବରେ ପରିଚାଳିତ ହେଉଥିଲା କିନ୍ତୁ ହଠାତ୍ ନେଟୱର୍କ ସମସ୍ୟା ଦେଖାଦେବାପରେ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ଅଭିଭାଷଣ ଅଧାରେ ରହିଯାଇଥିଲା। ଯାହା ଫଳରେ ହଜାର ହଜାର ସଂଖ୍ୟାରେ ଯୋଗଦେଇଥିବା ଜନସାଧାରଣ ନିରାଶ ହେବା ସହ ନେଟୱର୍କ କଟିଙ୍ଗକୁ ନେଇ ତାଙ୍କ ମନରେ ଅନେକ ପ୍ରଶ୍ନ ଉପୁଜିଥିଲା ଯାହାଫଳରେ ବୋଡ଼େନ ବିଜେଡ଼ି କର୍ମୀ ମାନେ ବୋଡ଼େନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେହିପରି ସମାନ ଘଟଣା ସିନାପାଲି ବ୍ଲକରେ ମଧ୍ୟଘଟିଛି ଓ କେବୁଲ କଟିଙ୍ଗରେ ସଂପ୍ରୁକ୍ତ ଥିବା ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।