-+91-9937148622 |

prerana_bgr@rediffmail.com |

  Wednesday 2nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   (01-Sep-2026)       ||      ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Sep-2026)       ||      ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   (01-Sep-2026)       ||      ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   (01-Sep-2026)       ||      ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   (01-Sep-2026)       ||      ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   (01-Sep-2026)       ||      ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    (01-Sep-2026)       ||      ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ସମ୍ବଲପୁରର ଅଜ୍ଞାତ ଇତିହାସ, ଐତିହ୍ୟ ଓ ସଂସ୍କୃତି ଉପରେ ଜାତୀୟ ସମ୍ମିଳନୀ ସଂସ୍କୃତି ସଭ୍ୟତାର ପ୍ରୟୋଗଶାଳା ହେବ ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ଇତିହାସକାର ଶିବ ପ୍ରସାଦ ଦାସଙ୍କ ୧୨୫ତମ ଜୟନ୍ତୀ ପାଳିତ   (01-Sep-2026)       ||      ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||     

HOME   ଜିଲ୍ଲା

ଯୋଗାଣବିଭାଗରେ ଚଞ୍ଚକତା... ଗୋଟିଏ କନଜ୍ୟୁମର ନମ୍ବରରେ ଚାଲୁଛି ଦୁଇଟି ରାଇସ ମିଲ୍ , ଅଧିକ ଧାନ ନେବାକୁ ମସୁଧା

17-Nov-2023



ବଲାଙ୍ଗିର(ପ୍ରେରଣା ଖବର ): ସରକାର ଧାନକିଣା ଓ କଷ୍ଟମମିଲିଂରେ ସ୍ୱଚ୍ଛତା ଆଣିବାକୁ ବିଭିନ୍ନ ନିୟମକାନୁନ କରୁଛନ୍ତି । କିନ୍ତୁ ଏହାକୁ ଲାଗୁ କରିବାକୁ ଥିବା ବାବୁମାନେ ଅସାଧୁ ବ୍ୟବସାୟୀଙ୍କ ସହିତ ମିଶି ଚଞ୍ଚକତା କରୁଥିବା ଲକ୍ଷ୍ୟ କରାଯାଇଛି । ସରକାରଙ୍କ ଧାନକିଣା ଓ ଏହାକୁ କଷ୍ଟମମିଲିଂ ପାଇଁ ମିଲର୍ସମାନଙ୍କୁ ଦେବାରେ ଅନେକ ନିୟମ ରହିଛି । ସେଥିରେ ଯେଉଁମିଲ କଷ୍ଟମମିଲିଂରେ ଭାଗ ନେବେ ସେହି ମିଲର ସ୍ୱତନ୍ତ୍ର ନିଜସ୍ୱ ଜମିରେ ମିଲଥିବା ଓ ଏହାର ନିଜସ୍ୱ ଏକ ବିଦ୍ୟୁତ କନଜ୍ୟୁମର ନମ୍ବର ରହିଥିବ । ଏହା ସହିତ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ସାର୍ଟିଫିକେଟ,ଆରଏମସିର ପଞ୍ଜିକରଣ ଇତ୍ୟାଦି ରହିଥିବ । କିନ୍ତୁ ବଲାଙ୍ଗୀର ଜିଲ୍ଲାରେ ବିଚିତ୍ର ନିୟମ ଚାଲିଛି । ଜଣେ ମିଲର୍ସଙ୍କ ଗୋଟିଏ ବିଦ୍ୟୁତ କନଜ୍ୟୁମର ନମ୍ବରରେ ଅକାଧିକ ରାଇସମିଲ ଚାଲୁଥିବା ଦର୍ଶାଯାଇଛି । ଏପରିକି ଉକ୍ତ ମିଲର୍ସ ଚଳିତବର୍ଷ କଷ୍ଟମମିଲିଂରେ ସାମିଲ ହେବାକୁ କରିଥିବା ଆବେଦନକୁ ଯୋଗାଣ ବିଭାଗ ଗ୍ରହଣ କରି ତାକୁ ଧାନଦେବାକୁ ତାଲିକାଭୁକ୍ତ କରିଛି । ଏହି କାରବାରରେ ଯୋଗାଣ ବିଭାଗ, ଜିଲ୍ଲାପ୍ରଶାସନ ଓ ମିଲର୍ସଙ୍କ ମଧ୍ୟରେ ଏକ ବଡ ଡିଲ୍ ହୋଇଥିବା ଆଲୋଚନା ହେଉଛି ।  ଅନୁସନ୍ଧାନରୁ ଜଣାପଡିଛି ଯେ,ବଲାଙ୍ଗୀର ଜିଲ୍ଲାର ବେଲପଡା ବ୍ଲକର ସଲଣ୍ଡି ମୌଜାରେ ଦୀପକ ଅଗ୍ରୱାଲଙ୍କର ୧୯୯୮ ମସିହାରୁ ରାଇସମିଲ ରହିଛି । ଶ୍ରୀଶ୍ୟାମଜୀ ପେଡିପ୍ରୋସେସିଂ ପ୍ରା.ଲିଃ ନାମକ ଉକ୍ତ (ଉଷୁନା)ରାଇସମିଲର ବିଦ୍ୟୁତ କନଜ୍ୟୁମର ନମ୍ବର (୯୧୨୦୦୦୦୦୦୦୨୨) ରହିଥିବା ବେଳେ ଚଳିତବର୍ଷ ଉକ୍ତ କନଜ୍ୟୁମର ନମ୍ବର ଦର୍ଶାଇ ଆଉ ଏକ ଅରୁଆ ରାଇସମିଲ କରିଥିବା କହି କଷ୍ଟମମିଲିଂରେ ସାମିଲ ହେବା ପାଇଁ ଆବେଦନ କରିଛନ୍ତି । ଠିକ ସେହିପରି  ସେହି କ୍ୟାମ୍ପସରେ ୨୦୨୧ ମସିହାରୁ ଆଉ ଏକ ଉଷୁନା ଚାଉଳର  ରାଧେଗୋବିନ୍ଦ ଫୁଡପ୍ରଡକ୍ଟ ରାଇସମିଲ କରାଯାଇଛି । ଏହି ରାଇସମିଲର ବିଦ୍ୟତୁ କନଜ୍ୟୁମର ନମ୍ବର (୯୧୨୦୦୦୦୦୦୦୯୧) ରହିଛି । ସେହି ରାଇସମିଲ ୨୦୨୨-୨୩ରେ ଯୋଗାଣ ନୀଗମରୁ ଧାନ ନେଇଥିଲେ । କିନ୍ତୁ ସେହି ସମାନ ବିଦ୍ୟୁ କନଜ୍ୟୁମର ନମ୍ବର ଦର୍ଶାଇ ଆଉ ଏକ ଅରୁଆ ରାଇସମିଲ କରିଥିବା କହି ଯୋଗାଣ ନିଗମରୁ ଧାନ ନେବାକୁ ଆବେଦନ କରାଯାଇଛି । ତେବେ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଲା ଯୋଗାଣ ନିଗମର ଅଧିକାରୀଙ୍କ ସୁପାରିଶରେ ଜିଲ୍ଲାପାଳ ସେହି ରାଇସମିଲମାନଙ୍କୁ ଚଳିତବର୍ଷର କଷ୍ଟମମିଲିଂରେ ସାମିଲ କରିବାକୁ ଅନୁମୋଦନ କରିଛନ୍ତି । ସରକାରଙ୍କ ନୀୟମ ରହିଛି କଷ୍ଟମମିଲିଂରେ ସାମିଲ ହେବା ପୂର୍ବରୁ ମିଲଗୁଡିକର ମିଲିଂ କାପାସିଟି, ଫିଜିବିଲିଟି, କାପାସିଟି, ବିଦ୍ୟୁତ କନଜ୍ୟୁମର ନମ୍ବର, ପଦୂଷଣନିୟନ୍ତ୍ରଣ ବୋର୍ଡର ଅନୁମତି, ଆରଏମସିର ସାର୍ଟିଫିକେଟ ଇତ୍ୟାଦି ଯାଞ୍ଚ କରି ଉପଖଣ୍ଡ ଯୋଗାଣ ଅଧିକାରୀ ଓ ଯୋଗାଣ ନୀରିକ୍ଷକ ରିପୋର୍ଟ ଦେଇଥାନ୍ତି । କିନ୍ତୁ ଏହି ମିଲମାନଙ୍କ କ୍ଷେତ୍ରରେ ତାହା କରାଯାଇ ନାହିଁ । ବେଲପଡା ତହସିଲ ଅନ୍ତର୍ଗତ ସଲଣ୍ଡି ମୌଜାର ଗୋଟିଏ କ୍ୟାମ୍ପସରେ ଦୁଇଟି ବିଦ୍ୟୁତ କନଜ୍ୟୁମର ନମ୍ବରରେ ୪ଟି ରାଇସମିଲ ଚଳାଯାଉଥିବା ଦର୍ଶାଇଛି । ନୀୟମ ରହିଛି  ଗୋଟିଏ ମିଲପାଇଁ ଗୋଟିଏ କନଜ୍ୟୁମର ନମ୍ବର ରହିଥିବ । କିନ୍ତୁ ଏଠାରେ ସେହି ନୀୟମର ଉଲଂଘନ କରାଯାଇ ଯୋଗାଣ ନୀଗମରୁ କଷ୍ଟମମିଲିଂରେ ଧାନ ନେବାକୁ ଚଞ୍ଚକତା କରାଯାଇଥିବା ଅଭିଯୋଗ ଉଠୁଛି । ତେବେ ଜିଲ୍ଲାପାଳ ଏ ବିଷୟରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଯୋଗାଯୋଗ କରିବାରୁ ସେ କୌଣସି ଉତ୍ତର ରଖିଲେ ନାହିଁ । ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଜି.ପ୍ରଭାକର ପାତ୍ରଙ୍କୁ ଏନେଇ ପଚାରିବାରୁ ଗୋଟିଏ କ୍ୟାମ୍ପସରେ ୪ଟି ରାଇସମିଲ ଥିବା ବିଷୟରେ ସେ ଜାଣିନାହାଁନ୍ତି । କିନ୍ତୁ ଗୋଟିଏ କ୍ୟାମ୍ପସରେ ଗୋଟିଏ ଉଷୁନା ଓ ଗୋଟିଏ ଅରୁଆ ରାଇସମିଲ ଗୋଟିଏ ବିଦ୍ୟୁତ କନଜ୍ୟୁମର ରେଜି ଷ୍ଟ୍ରେସନରେ ରହିପାରିବ ନାହିଁଁ ବୋଲି କିଛି ଉଲ୍ଲେଖ ନାହିଁ ବୋଲି କହିଛନ୍ତି । ଠିକ ସେହିପରି ରାଇସମିଲର ମାଲିକ ଦୀପକ ଅଗ୍ରୱାଲଙ୍କୁ ପଚାରିବାରୁ ସମାନ ନାମରେ ଅରୁଆ ଓ ଉଷୁନା ମିଲ ଗୋଟିଏ କ୍ୟାମ୍ପସରେ ରହିପାରିବ । ଅମ ଜିଲ୍ଲାରେ ଅଅମ ପୂର୍ବରୁ ଓ ପରେ ମଧ୍ୟ ଅନ୍ୟମାନଙ୍କର ଏଭଳି କରାଯାଇଛି ବୋଲି କହିଛନ୍ତି । ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଅନେକ ରହସ୍ୟ ଫିଟିବ ବୋଲି ଦାବି ହେଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   01-Sep-2026
  ଜିଲ୍ଲା  
ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   01-Sep-2026
  ରାଜ୍ୟ  
ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   01-Sep-2026
  ଜିଲ୍ଲା  
ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   01-Sep-2026
  ଜିଲ୍ଲା  
ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   01-Sep-2026
  ଜିଲ୍ଲା  
ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   01-Sep-2026
  ଜିଲ୍ଲା  
ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    01-Sep-2026
  ଜିଲ୍ଲା  
ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   01-Sep-2026
  ଜିଲ୍ଲା  
ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   01-Sep-2026
  ଜିଲ୍ଲା  
ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   01-Sep-2026
  ଜିଲ୍ଲା  
ସମ୍ବଲପୁରର ଅଜ୍ଞାତ ଇତିହାସ, ଐତିହ୍ୟ ଓ ସଂସ୍କୃତି ଉପରେ ଜାତୀୟ ସମ୍ମିଳନୀ ସଂସ୍କୃତି ସଭ୍ୟତାର ପ୍ରୟୋଗଶାଳା ହେବ ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ଇତିହାସକାର ଶିବ ପ୍ରସାଦ ଦାସଙ୍କ ୧୨୫ତମ ଜୟନ୍ତୀ ପାଳିତ   01-Sep-2026
  ଜିଲ୍ଲା  
ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ   31-Aug-2026

You Might Also Like