-+91-9937148622 |

prerana_bgr@rediffmail.com |

  Thursday 3rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||      *ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   (02-Sep-2026)       ||      ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ   (02-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ : ସ୍ୱଭାବ କବିଙ୍କ କବିତା ସମ୍ଭାର ମାନବୀୟ ବାର୍ତ୍ତା ବହନ କରିଥାଏ ବୋଲି ଅତିଥି ଗଣ ଙ୍କ ଅଭିମତ   (02-Sep-2026)       ||       ଆଜି ଠାରୁ ଆରମ୍ଭ ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍....   (02-Sep-2026)       ||      ସଂଶୋଧିତ ଖଣି ଆଇନ ପ୍ରତିବାଦରେ ବାମପନ୍ଥୀ ଦଳ ମାନଙ୍କର ସାମ୍ବାଦିକ ସମ୍ମିଳନୀ   (02-Sep-2026)       ||      ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   (02-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   (02-Sep-2026)       ||      ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   (02-Sep-2026)       ||      ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   (02-Sep-2026)       ||      ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   (02-Sep-2026)       ||      ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   (02-Sep-2026)       ||      ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   (02-Sep-2026)       ||      ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   (01-Sep-2026)       ||      ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Sep-2026)       ||      ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   (01-Sep-2026)       ||      ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   (01-Sep-2026)       ||      ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   (01-Sep-2026)       ||      ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   (01-Sep-2026)       ||      ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    (01-Sep-2026)       ||     

HOME   ଜିଲ୍ଲା

ଟ୍ରେନ୍ ରୁ ପଡି ମହିଳା ଦାଦନଶ୍ରମିକର ମୃତ୍ୟୁ , ସ୍ବାମୀ ନିଖୋଜ୍

11-Nov-2023



ଟ୍ରେନ୍ ଭିତରେ ଅସଦାଚରଣ ଉଦ୍ୟମରୁ ଅଘଟଣ ନୁହେଁ ତ ?

 

ରହସ୍ୟରେ ଘଟଣା : ଦୁର୍ଘଟଣାର ରୂପ ଦେଇ ଭିନ୍ନମୋଡ ? 

 

 

ବେଲପଡା : ( ମଳୟ ମିଶ୍ରଙ୍କ ରିପୋର୍ଟ ) ଘଟଣାରୁ ପ୍ରକାଶ ଯେ ଗତ ୭ ତାରିଖରେ ବେଲପଡାରେ ରହୁଥିବା ମୁରିବାହାଲ ଟେଙ୍ଗରାର ଜଣେ ଦାଦନ ଦଲାଲ ଦଶରଥ ବାଗ ଓ ତା ଅଂଶୀଦାର ସର୍ଦ୍ଦାର ସୁଶାନ୍ତ ପାଢୀ ପଣ୍ଡରିଯୋର ପଞ୍ଚାୟତର ଭାଲୁବାହାଲିର ଧନୀରାମ ମାଝି ଓ ତାଙ୍କ ସ୍ତ୍ରୀ ଲିଜି ମାଝିଙ୍କୁ ଆଖପାଖ ଗ୍ରାମର ୭ ଟି ପରିବାର ସହିତ ଇଟାଭାଟିରେ କାମ କରିବାକୁ ଜଣକୁ ୫୦ ହଜାର ଲେଖାଏଁ ଅଗ୍ରୀମ ଟଙ୍କାଦେଇ କଣ୍ଟାବାଞ୍ଜିରୁ ଟ୍ରେନ୍ ରେ ସେକେଣ୍ଡ୍ ସର୍ଦ୍ଦାରଙ୍କ ସାଙ୍ଗରେ ତେଲେଙ୍ଗାନାକୁ ପଠାଉଥିଲେ । ପ୍ରକାଶିତ ଖବର ଅନୁଯାୟୀ , ଚାଲାଣବେଳେ ରାତିରେ ବାଟରେ କାଜୁପେଟା ନିକଟରେ ଟ୍ରେନ୍ ରୁ ଗୋଡଖସି ଲିଜା ଟ୍ରେନ୍ ତଳେ ପଡିଯାଇଥିଲେ ଓ ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍ବାମୀ ଧନୀରାମ ମାଝି ମଧ୍ୟ ଆହତ ହୋଇଥିଲେ । ସେମାନଙ୍କୁ ରେଳବାଇ ପୁଲିସ୍ ତେଲେଙ୍ଗାନାର ଉଆରାଙ୍ଗଲ୍ ଏମଜିଏମ ହସପିଟାଲକୁ ନେଇଥିଲା । ସେଠାରେ ଲିଜାଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ ଓ ସ୍ତ୍ରୀଙ୍କ ମୃତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇ ଧନୀରାମ କେଉଁଆଡେ ଚାଲିଯାଇଛନ୍ତି , ଯାହାଙ୍କର ଅଦ୍ୟାବଧି କୌଣସି ପତ୍ତା ମିଳିପାରିନାହିଁ । ଖବର ପାଇ ଗାଁ'ର ଜଣେ ପଡୋଶୀଙ୍କୁ ପଠାଇ ଦଲାଲ ଆମ୍ବୁଲାନ୍ସ ଯୋଗେ ଲିଜାଙ୍କର ଶବ ଓ ସାଙ୍ଗରେ ନେଇଥିବା ଏକ ଶିଶୁପୁତ୍ର ସୁମନ୍ତ ( ୫ ) କୁ ଆଣି ଗାଁ'ରେ ପହଞ୍ଚାଇଥିଲା । ଏ ସମ୍ପର୍କରେ ଲିଜାଙ୍କ ଶଶୁର ରଣଜିତ ମାଝି ବେଲପଡା ଥାନାରେ ଏକ ଏତଲା ଦେଇଛନ୍ତି । ପୁଲିସ୍ ଏକ ମାମଲା ଋଜୁ କରି ତଦନ୍ତ କରୁଥିବା ପ୍ରକାଶ । ମାଆବାପଙ୍କୁ ହରାଇ ଅନାଥ ହୋଇପଡିଥିବା ତିନୋଟି ଅନାଥ ପିଲାଙ୍କୁ ସରକାରୀ ସହାୟତା ନିମନ୍ତେ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି । ବେଲପଡା ତହସିଲଦାର ଗ୍ରାମକୁ ଯାଇ ତଦନ୍ତ କରି ସରକାରୀ ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ପ୍ରକାଶ । 

 

ତେବେ କେଉଁ ପରିସ୍ଥିତିରେ ଯାଉଥିବାବେଳେ ଉକ୍ତ ମହିଳାଦାଦନଶ୍ରମିକଙ୍କର ଏପରି ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ଘଟିଲା ଓ ତାଙ୍କ ସ୍ବାମୀ ନିଖୋଜ୍ ହେଇଗଲେ , ଏ ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି । ଗଲାବେଳେ ଟ୍ରେନ୍ ଭିତରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କେଚେର କେଚେର ବା କଳିଗୋଳ ହେତୁ ମହିଳାଶ୍ରମିକ ଜଣକ ଆତ୍ମହତ୍ୟା କରିବାକୁ ଡେଇଁପଡିଥିବା କେତେକେ କହୁଥିବାବେଳେ , ଆଉ ଏକ ଅସମର୍ଥିତ ସୂତ୍ରରୁ ଦଲାଲ ସାଙ୍ଗରେ ପଠାଇଥିବା ସେକେଣ୍ଡ୍ ସର୍ଦ୍ଦାରମାନେ ପ୍ରାୟତଃ ଘଟୁଥିବା ରାତିବେଳା ସୁଯୋଗ ନେଇ ଟ୍ରେନ୍ ଭିତରେ ଉକ୍ତ ମହିଳାଙ୍କ ସହ କିଛି ଅସଦାଚରଣ ଉଦ୍ୟମ କରିଥିବା ଓ ପ୍ରତିବାଦ କରିବାରୁ ତାଙ୍କ ସ୍ବାମୀଙ୍କ ସହ କିଛି ବି ଘଟିଥିବା ଅନୁମାନ କରାଯାଉଛି । ଏହା ସେମାନଙ୍କୁ ପଠାଇଥିବା ସର୍ଦ୍ଦାର , ତାଙ୍କ ଅନୁଚର ବା ସାଙ୍ଗରେ ଯାଇଥିବା ଅନ୍ୟ ଦାଦନଶ୍ରମିକମାନେ ହିଁ କହିପାରିବେ ! ତେଣୁ ପ୍ରକୃତ ଘଟଣା ନଜାଣି ଏଭଳି ସମ୍ବେଦନଶୀଳ ଘଟଣା ସମ୍ପର୍କରେ କେବଳ ଗପ ଶୁଣାଇବାରେ ସତ୍ୟତା ପ୍ରକାଶ ପାଇବ ନାହିଁ । ତଦନ୍ତକାରୀ ପୁଲିସ୍ ଏହାକୁ ଘଣ୍ଟ ଘୋଡାଉ ନାହିଁ ତ ? 

 

 

ଆହୁରି ମଧ୍ୟ , ଏବେ ସର୍ଦ୍ଦାରଠାରୁ ବଇନା ନେଇ ଅନେକତଃ ଦାଦନଶ୍ରମିକମାନେ ଅଧବାଟରୁ ଲୁଚି ପଳାଇ ଆସୁଥିବା ଦେଖାଯାଊଛି । ତେଣୁ ଘରେ ଦୁଇଟି ଛୋଟପିଲାଙ୍କୁ ଛାଡିଯାଇଥିବା ଏହି ଅଭାବଗ୍ରସ୍ତ ଗରିବ ଶ୍ରମିକଦମ୍ପତି ଏଭଳି କିଛି ଅପଚେଷ୍ଟା କରି ଦୁର୍ଘଟଣାର ଶିକାର ହୋଇଥିବା ସମ୍ଭାବନାକୁ ମଧ୍ୟ ଅସ୍ବୀକାର କରାଯାଇ ପାରୁନାହିଁ । ଏଣୁ ସଚେତନତା ସଭା କରି ସରକାର ମୁଣ୍ଡରୁ ଦାୟିତ୍ୱ ଖସାଇଦେବା ପରିବର୍ତ୍ତେ ବହୁଳଭାବେ ଚାଲିଥିବା ଏଭଳି ଅସୁରକ୍ଷିତ ଦାଦନଶ୍ରମିକ ଚାଲାଣ ପ୍ରତି ଆନ୍ତଃରାଜ୍ୟ ମାଇଗ୍ରେଣ୍ଟ୍ ଶ୍ରମିକ ନିୟମର ପାଳନ ପୂର୍ବକ ଏହି ସମ୍ବେଦନଶୀଳ ମାମଲାଟିର ଉଚିତ୍ ତଦନ୍ତ କରି ନିଖୋଜ୍ ଆହତ ଶ୍ରମିକଟିର ସନ୍ଧାନ କରି ଅନାଥ ଶିଶୁମାନଙ୍କୁ ଉପଯୁକ୍ତ ଥଇଥାନ ଏବଂ ସର୍ଦ୍ଦାରଙ୍କୁ ଯଥୋଚିତ ଦଣ୍ଡବିଧାନ କରିବା ସହ ଦାୟିତ୍ୱରେ ଅବହେଳା କରୁଥିବା ତଦନ୍ତକାରୀ ପୁଲିସ୍ , ଶ୍ରମବିଭାଗ ଓ ପ୍ରଶାସନିକ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକେ ଦାବି କରିଛନ୍ତି ।

 


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ   02-Sep-2026
  ଜିଲ୍ଲା  
*ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   02-Sep-2026
  ଜିଲ୍ଲା  
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ   02-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ : ସ୍ୱଭାବ କବିଙ୍କ କବିତା ସମ୍ଭାର ମାନବୀୟ ବାର୍ତ୍ତା ବହନ କରିଥାଏ ବୋଲି ଅତିଥି ଗଣ ଙ୍କ ଅଭିମତ   02-Sep-2026
  ଜିଲ୍ଲା  
 ଆଜି ଠାରୁ ଆରମ୍ଭ ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍....   02-Sep-2026
  ଜିଲ୍ଲା  
ସଂଶୋଧିତ ଖଣି ଆଇନ ପ୍ରତିବାଦରେ ବାମପନ୍ଥୀ ଦଳ ମାନଙ୍କର ସାମ୍ବାଦିକ ସମ୍ମିଳନୀ   02-Sep-2026
  ଜିଲ୍ଲା  
ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   02-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   02-Sep-2026
  ଜିଲ୍ଲା  
ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   02-Sep-2026
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   02-Sep-2026
  ଜିଲ୍ଲା  
ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   02-Sep-2026

You Might Also Like