-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
10-Nov-2023
ସମ୍ବଲପୁର (ପଡିଆବାହାଲ): ଶିକ୍ଷା, ସ୍ୱାସ୍ଥ୍ୟ,ପରିବେଶ ଓ ଜନ ମଙ୍ଗଳ ଭଳି ମହତ ଉଦ୍ଦେଶ୍ଯ ରଖି ଡଙ୍ଗରପଡା ଗ୍ରାମ ପଞ୍ଚାୟତ ଗ୍ରାମସଭାରେ ପଞ୍ଚାୟତର ମହତ ଲକ୍ଷ୍ୟ ନେଇ ଜନମଙ୍ଗଳ ପ୍ରସ୍ତାବ ପାରିତ କରି ସମଗ୍ର ଜିଲ୍ଲାରେ ପଞ୍ଚାୟତ ଶାସନର ନୂଆଁ ଦିଶା ଦେଖାଇଛି ।m ଅଗଷ୍ଟ ୧୫ ତାରିଖ ସ୍ୱତନ୍ତ୍ର ଗ୍ରାମସଭା ସରପଞ୍ଚ୍ ଆନ୍ଦୋଳନ ଯୋଗୁଁ ବନ୍ଦ ଥିବା ବେଳେ ସେହି ମାସ ୨୮ ତାରିଖରେ ଡଙ୍ଗପଡା ପଞ୍ଚାୟତର ସ୍ୱତନ୍ତ୍ର ଗ୍ରାମସଭା ବୈଠକ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଜନ ଦାବି ସହିତ ବିଶେଷ କରି ଜନ ସମସ୍ୟା ହୋଇ ଠିଆ ହୋଇଥିବା ବିଭିନ୍ନ ଦିଗକୁ ଆଲୋଚନା ପର୍ଯ୍ୟାଲୋଚନା କରାଯାଇ ଗ୍ରାମସରକାରକୁ ମଜଭୁତ କରିବା ଓ ପ୍ରଶାସନ ଏଥିରେ ସହଯୋଗ ନକଲେ ସରକାରଙ୍କ ଅସଲ ଉଦ୍ଦେଶ୍ଯ ପାଣିରଗାର ବୋଲି ସମସ୍ତେ ଜାଣିବା ଉଚିତ ହେବ ବୋଲି ଶିକ୍ଷା,ସ୍ୱା୍ସ୍ଥ୍ୟ ଓ ପରିବେଶ ସୁରକ୍ଷା ସହିତ ସ୍ୱଚ୍ଛତାକୁ ଅଗ୍ରାଧିକାର ଦେଇ ଏ ସଂପର୍କରେ ବିଡିଓଙ୍କୁ ଚିଠି କରାଯାଇଛି ।ଗ୍ରାମସଭାରେ ପାରିତ ହୋଇଥିବା ପ୍ରସ୍ତାବ ମଧ୍ୟରେ ପଞ୍ଚାୟତର କୌଣସି ସ୍କୁଲ ପରିସରରେ ସର୍ବସାଧାରଣଙ୍କ ପାଇଁ ସଭା ସମିତି ଓ ଭୋଜି ଭାତକୁ ବାରଣ କରାଯିବା ସହିତ ସମଗ୍ର ଡଙ୍ଗରପଡା ପଞ୍ଚାୟତର ସବୁ ଗ୍ରାମରେ ଅବାଧ ମଦ ବିକ୍ରୟକୁ ନିଷେଧ କରାଯାଇଛି । ଏ ସଂପର୍କରେ ସ୍ଥନୀୟ ପ୍ରଧାନ ଶିକ୍ଷକ,ଅଗନୱାଡି କର୍ମୀ ଓ ଭାଟି ମ୍ୟାନେଜରଙ୍କୁ ଜଣାଇଦେବା ସହିତ ଏହାକୁ କାର୍ଯ୍ୟକାରୀ କରିବାରେ ପ୍ରଶାସନିକ ସହଯୋଗ ପାଇଁ ବିଡିଓ ଯୁଯୋମୁରା ଥାନା ଅଧିକାରୀଙ୍କୁ ମଧ୍ୟ ଗତ ୨୬ ତାରିଖ ପତ୍ର ସଂଖ୍ୟା ୭୭/୨୬-୧୦-୨୦୨୩ରେ ଜଣାଇ ଦିଆଯାଇଥିବା ସରପଞ୍ଚ୍ ଅୟସକାନ୍ତ ବଡପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ( ସମ୍ବଲପୁରରୁ ସଂଜୀବ କୁମାର ପାଣିଗ୍ରାହୀ)