-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
10-Nov-2023
ବଲାଙ୍ଗୀର ଅଫିସ,
ବଲାଙ୍ଗୀର ଜିଲ୍ଲା ଗୁଡଭେଲାବ୍ଲକ ଅନ୍ତର୍ଗତ ପେନ୍ଦିମୁଣ୍ଡା ଗ୍ରାମ ସ୍ଥିତ ଗଜାନନ ରାଇସ ମିଲ ମାଲିକଙ୍କ ବିରୁଦ୍ଧରେ ବଲାଙ୍ଗୀରରୁ ପ୍ରକାଶିତ ପ୍ରେରଣା ଖବରକାଗଜରେ "ସାମ୍ବାଦିକଙ୍କୁ ମିଥ୍ୟା କେଶରେ ଫସାଇବା ନେଇ ଏଏସପି ପାଖରେ ଅଭିଯୋଗ, ତଦନ୍ତ ଦାୟିତ୍ବ ନେଲେ ଏସଡିପିଓ " ଶୀର୍ଷକ ଏକ ଖବର ପ୍ରସାରଣ କରିଥିବାରୁ ରାଇସ ମିଲ ମାଲିକ ଆଶିଷ ଶର୍ମା ଓରଫ ପିଣ୍ଟୁ ବାବା ଫୋନରେ ପ୍ରେରଣା ଖବରକାଗଜର ସାମ୍ବାଦିକ ପଞ୍ଚାନନ ନାଏକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଜାତିଆଣ ଆକ୍ଷେପ କରିଥିବା ନେଇ ଶ୍ରୀ ନାଏକ ତୁଷୁରା ଥାନାରେ ଅଭିଯୋଗ କରିଛନ୍ତି। ଆହୁରି ଶ୍ରୀ ନାଏକ କହିଛନ୍ତି ଯେ, ଆଉ ନ୍ୟୁଜ କଲେ ତତେ ଜୀବନରୁ ମାରି ଦେବୁ, କେହି ରକ୍ଷା କରି ପାରିବେ ନାହିଁ। ଏଣୁ ଉକ୍ତ ବ୍ୟକ୍ତିଙ୍କ ଠାରୁ ମତେ ରକ୍ଷା କରିବାକୁ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି। ଏନେଇ ତୁଷୁରା ଥାନାଧିକାରୀ ସଞ୍ଜୀବ କୁମାର ପ୍ରଧାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ଯ ଯୋଗାଯୋଗ ସମ୍ଭବ ନହେବାରୁ ତାଙ୍କର ମତାମତ ନିଆଯାଇ ପାରି ନଥିଲା।