-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
16-Dec-2020
(ପ୍ରେରଣା ଖବର) ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ଭଳି ରାଜ୍ୟର ଆଉ ୪ଟି ମନ୍ଦିର ପାଇଁ ସେହିପରି ଅଧ୍ୟାଦେଶ ଆଣିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ସମ୍ବଲପୁରର ସମଲେଶ୍ୱରୀ, ଯାଜପୁରର ବିରଜା, ଗଞ୍ଜାମର ତାରାତାରିଣୀ ଓ ନୟାଗଡ଼ କଣ୍ଟିଲୋରେ ଥିବା ନୀଳମାଧବ ମନ୍ଦିର ପାଇଁ ଅଧ୍ୟାଦେଶ ଆଣିବାକୁ ସେ ଅନୁରୋଧ କରିଛନ୍ତି। ଏହି ୪ ମନ୍ଦିରର ପରିଚାଳନା ଓ ଆନୁଷାଙ୍ଗିକ ବ୍ୟବସ୍ଥା ପାଇଁ ସଶକ୍ତ କମିଟି ଗଠନ ପାଇଁ ମଧ୍ୟ ଚିଠିରେ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି। ଏହି ସବୁ ମନ୍ଦିର ସହିତ ଓଡ଼ିଶାବାସୀଙ୍କ ଭାବାବେଗ ଜଡ଼ିତ। ସ୍ୱତନ୍ତ୍ର ଆଇନ ହେବା ଦ୍ୱାରା ମନ୍ଦିରଗୁଡ଼ିକର ସୁପରିଚାଳନା ହେବା ସହିତ ଉତ୍ତରଦାୟିତ୍ୱ ବଢ଼ିବ। ବଜେଟ୍, ଯୋଜନା ଓ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ସହାୟକ ହେବ। ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଭଲ ସୁବିଧା ସୁଯୋଗ ମିଳିପାରିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ।