-+91-9937148622 |

prerana_bgr@rediffmail.com |

  Thursday 3rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||      *ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   (02-Sep-2026)       ||      ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ   (02-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ : ସ୍ୱଭାବ କବିଙ୍କ କବିତା ସମ୍ଭାର ମାନବୀୟ ବାର୍ତ୍ତା ବହନ କରିଥାଏ ବୋଲି ଅତିଥି ଗଣ ଙ୍କ ଅଭିମତ   (02-Sep-2026)       ||       ଆଜି ଠାରୁ ଆରମ୍ଭ ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍....   (02-Sep-2026)       ||      ସଂଶୋଧିତ ଖଣି ଆଇନ ପ୍ରତିବାଦରେ ବାମପନ୍ଥୀ ଦଳ ମାନଙ୍କର ସାମ୍ବାଦିକ ସମ୍ମିଳନୀ   (02-Sep-2026)       ||      ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   (02-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   (02-Sep-2026)       ||      ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   (02-Sep-2026)       ||      ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   (02-Sep-2026)       ||      ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   (02-Sep-2026)       ||      ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   (02-Sep-2026)       ||      ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   (02-Sep-2026)       ||      ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   (01-Sep-2026)       ||      ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Sep-2026)       ||      ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   (01-Sep-2026)       ||      ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   (01-Sep-2026)       ||      ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   (01-Sep-2026)       ||      ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   (01-Sep-2026)       ||      ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    (01-Sep-2026)       ||     

HOME   ଜିଲ୍ଲା

ପିଲାଙ୍କୁ ବାରଦ୍ବାର ଶୁଣ୍ଢିପିଣ୍ଡାରେ ବସାଉଛନ୍ତି କଲେଜବେପାରୀ : କେଉଁଠି ରାସ୍ତାକଡ ଦୋକାନଷ୍ଟଲ୍ ତ କେଉଁଠି କଲ୍ୟାଣୀମଣ୍ଡପ !

09-Nov-2023



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ):  ଏବେ ଛତୁ ଫୁଟିଲା ପରି ଗାଁ' ଗହଳରେ ଖୋଲିଛି କଲେଜ ବନାମ ହାୟର ସେକେଣ୍ଡାରୀ ସ୍କୁଲ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏଇ ତଥାକଥିତ କଲେଜ ଗୁଡିକ ମୁଖ୍ୟତଃ ଶିକ୍ଷାବେପାରୀଙ୍କ ଧାନଖଳା । ଭିତ୍ତିଭୂମି ଥାଉ ନଥାଉ , ଅଭିଜ୍ଞ ଶିକ୍ଷକମାନେ ଥାଆନ୍ତୁ କି ନଥାଆନ୍ତୁ, ପାଠପଢା ଚୁଲିକି ଯାଉ;  ପୁଳା ପୁଳା ଟଙ୍କାର ଫିଜ୍ ଆଦାୟ କରି ଓ ଶିକ୍ଷକ /କର୍ମଚାରୀଙ୍କ ନିଯୁକ୍ତି ଆଳରେ ଲକ୍ଷ ଲକ୍ଷ ଟଙ୍କା ଅନୁଷ୍ଠାନର ପାଣ୍ଠି ନାଁ'ରେ ଅସୁଲି କରି ବିଭାଗରେ ଲକ୍ଷ ଲକ୍ଷ ଦାଖଲ କରି ଚାଲିଛି ଏଇ ଶିକ୍ଷାବେପାର  !  ଦି'ଚାରି ସଂସ୍ଥା ବୁଡାଇ ପୁଣି ନୂଆ ଜାଗାରେ ନୂଆ କଲେଜ । ପିଲେ ପରୀକ୍ଷା ଦେଇ ନପାରିଲେ ଆନ୍ଧ୍ରା / ଝାଡଖଣ୍ଡ ବୋର୍ଡ଼ରୁ ଅନ୍ ଲାଇନ୍ ରେ  ୩୦ / ୪୦ ହଜାର ଦେଇ କିଣିଆଣୁଛନ୍ତି ସାର୍ଟିଫିକେଟ୍ ଓ ' SANS '( Student Academic Management System ) ବା ପ୍ରାଇଭେଟ୍ କଲେଜ ପାଇଁ ଉଚ୍ଚଶିକ୍ଷା ବିଭାଗର ଅଟୋ ଭେଲିଏସନ ସିଷ୍ଟମ୍  ବି ଅନୁମୋଦନ ଦେଇ ଦେଉଛି ଯୁକ୍ତ-୩ କଲେଜରେ ଆଡମିଶନ ନିମନ୍ତେ । ଗପ ଭାବୁଛ ? ଆସ ଦେଖିବ , ଆମ ବଲାଙ୍ଗୀରଜିଲ୍ଲାରେ ପୁଇଁତଳା ବ୍ଲକ୍ ର

ବଇରାସର , ଖପ୍ରାଖୋଲ ବ୍ଲକ୍ ର ଘୁନସର , ଦେଓଗାଁ ବ୍ଲକ୍ ର ଗଉଡଗୋଠ ଓ ସେପଟକୁ ତେଲନଦୀ ପାରିହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ର ଫାସେଡ । ଆହୁରି ବି କେତେ କୋଉଠି ଥିବେ ... ! ଆର୍ଟସ୍ ପାଇଁ ୮/ ୧୦ ଲକ୍ଷ , ସାଇନ୍ଷ ଓ କମର୍ସ ପାଇଁ ସେଇ ଅନୁପାତରେ ପଚିଶ / ତିରିଶ ଲକ୍ଷ ଯୋଗାଡ କଲେ ହେଲା । ସ୍କୁଲ୍ ବା କଲେଜ ପାଇଁ କିଛି ଜମିର କାଗଜପତ୍ର, ଆଗ ଛାତ୍ରଛାତ୍ରୀଙ୍କୁ ୬/ ୭ ହଜାର ଲେଖାଏଁ ଫିଜ୍ ନେଇ ଆଡମିଶନ କରିସାରି ଜଣକା ଏକ/ ଦେଢରୁ  ୩/ ୪ ଲକ୍ଷ ଉତ୍କୋଚ ନେଇ ଷ୍ଟାଫ୍ ନିଯୁକ୍ତି ଓ କିଛି ସୁଧଉଧାରୀ ଟଙ୍କା ଠୁଳ କରି ବି କରାଯାଇପାରା । ପୁଣି ଫେକ୍ ପରୀକ୍ଷା ବା  ସାର୍ଟିଫିକେଟ୍ କିଣାବେଳକୁ  ଅଭିଭାବକଙ୍କ ଠାରୁ ପିଲାକୁ ପାସ୍ କରିଦେବାକୁ ମୋଟାଅଙ୍କର କାରବାର । ମିଛ ଭାବୁଛ  ? 

ଯାଅ ଘୁନସର , ଲାଠୋର ରାସ୍ତାକଡର ଧାନମିଲ୍ ପଡିଆରେ ପ୍ରାୟ ସାଢେ ୧୨ ଏକର ଜମି କିଣି ( ଶିକ୍ଷାନୁଷ୍ଠାନ ପାଇଁ କୁଆଡେ ଆଦିବାସୀ / ଦଳିତଙ୍କ ଜମିର ବିକା ପରମିଶନ ମିଳିଯାଏ !) , ଗଉଡଗୋଡରେ ଜମି ଖୋଜା ଚାଲିଛି ଓ ବଇରାସରରେ ଏଥିପାଇଁ ଜାଗାଜମି ଠିକ୍ କରାଯାଇ ସରିଲାଣି  

ସେହିପରି  ବାପଅଜାଙ୍କ ନାଁ'ରେ ସଂସ୍ଥା ଖୋଲିଥିବା ବିନକା ଅଞ୍ଚଳର କଲେଜବାଲା ଆଗରୁ ନୂଆପଡା ଜିଲ୍ଲାର କୋଉଠି ଗୋଟେ କୋଉ କଲେଜରେ ଥିଲେ , ସେଠୁ ଛାଡି ଏଠି ୪ ବର୍ଷହେଲା ସଂସ୍ଥା ଖୋଲି ୫ ଲକ୍ଷ ଏମେଲେ ପାଣ୍ଠି ବି ହାସଲ କରିପାରିଛନ୍ତି । ତଥାପି ପିଲା ହଉ ନାହାଁନ୍ତି , ପଇସାପତ୍ରର ଘୋର ଅଭାବ , ପିଲା ପରୀକ୍ଷା ଦେଇ ନପାରିବାରୁ ବରତିଆରେ ଅଭିଭାବକ , ସାମାନ ଉଧାରୀ ସୁଝି ନପାରିବାରୁ ରେଲିଂ ଦୋକାନୀଙ୍କ ଠାରୁ ଏକାଧିକ ଥର ମାଡ ଖାଇଥିଲେଣି ( ସ୍ବୀକାର କରିଛନ୍ତି ) ଓ ଏବେ ସଂସ୍ଥା ଖାପିଦେବେ ବୋଲି ଶୁଭିଲାଣି  ! ଜୟ ମା' ଡୁମେରତଲିଏନ୍  !


ଗଉଡଗୋଡ ଯାଅ ଦେଖିବ , ଗୋଟେ ପଡାରେ ସେଠିକା ଗୁଲାସେକେସ୍ ଟେରୀ  ଗୋଟେ ଛୋଟିଆ କମ୍ପ୍ୟୁନିଟୀ ହଲ୍ ( ବା ସ୍ଥାନୀୟ ଲୋକଙ୍କ ଭାଷାରେ ' କଲ୍ୟାଣୀ ମଣ୍ଡପ ) ରେ କଲେଜ ଓ  ଗାଁ' ଖୁଲି ଏପଟର ' ମିଶନ ଶକ୍ତି ' ଗୁମୁଟୀଘରେ ଅଫିସ୍ ଖୋଲି ପରେ ଲେକଚରର୍ ଆଡମିଶନ କରିସାରି କଲେଜରେ ନିଜ ସ୍ତ୍ରୀକୁ ରଖି ଲୀଳାଖେଳା ଚଳାଇଛନ୍ତି । ସ୍ଥାନୀୟ ଲୋକେ ପଚାରୁଛନ୍ତି , କଲେଜ ପାଇଁ ଏତେ ଲକ୍ଷ ଲକ୍ଷ ଟଙ୍କା ଆଣି ସୋନପୁର ଜିଲ୍ଲାର କେଉଁ ବ୍ୟାଙ୍କ୍ ରେ ବାବୁ ଡିପୋଜିଟ୍ କଲେ କେଉଁଠୁ ଆଣି  ? ମ , ସେ ପରା ଦି'ଦିଟା ଗୁଲାର ସମ୍ପାଦନ କରୁଛନ୍ତି  !  ( ଗୋଟେ ସିଜନ୍ ରେ ଗୋଟେ ଧାନଗୁଲାର ଆୟ ଉପାର୍ଜନ କେତେ ଜାଣିଛ ଟି  ?)  ୟା' ଆଗରୁ ବାବୁ କୁଆଡେ ସିଆଡେ କୁଆଡେ ଗୋଟେ କଲେଜର ପ୍ରିନ୍‌ସ୍‌ପାଲ୍‌ ଥିଲେ  !  ସେଇଠୁ କଲେଜ ବେପାରର ସୁଆଦ ବାଜିଛି ଜିଭରେ  ?

ବଇରାସରର ବିକାଶ କଲେଜଟି ମେହେରବାବୁଙ୍କର । ମେହେର ମହାଜନଙ୍କୁ କଣ ଟଙ୍କାପଇସାର ଅଭାବ ? ଦିନକେଇଟାରେ ଖଟାଇଥିବା  ମୂଳଧନ ଉଠିଯିବନି ? ରାସ୍ତାକଡରେ ଷ୍ଟଲ୍ ଉପରେ କଲେଜ୍ । ସିଏ ବି କୁଆଡେ ସୋନପୁର ଜିଲ୍ଲାର ତରଭା ବ୍ଲକ୍ ର ଗୋଟେ ଭିତିରିଆ ଅଞ୍ଚଳର ତାଙ୍କ ଗାଁ' ଆଡେ କଲେଜ ଖୋଲିଥିଲେ  ? କଣ ହେଲା କେଜାଣି , ଖାପିଖୁପା କରି ଟଙ୍କା ଖଟେଇ ଏଠି ଏବର୍ଷ ଏ ଶିକ୍ଷାବେପାର ଖୋଲିଛନ୍ତି  ! 

ଅବଶ୍ୟ ଉପରୋକ୍ତ ସମ୍ପୃକ୍ତ ସ୍କୁଲ୍ ବା କଲେଜବାଲେ ଏଭଳି ଅଭିଯୋଗକୁ ଅସ୍ବୀକାର କରନ୍ତି  ।  ତେବେ ସମ୍ପୃକ୍ତ ଅଞ୍ଚଳର ପ୍ରଶାସନ ବା ଉପଜିଲ୍ଲାପାଳ , ବିଭାଗ ଓ ସରକାର ଏସବୁ ଜନ ଅଭିଯୋଗର ତଦନ୍ତ ନିମନ୍ତେ ଦାବି କରିଛନ୍ତି । ପ୍ରକୃତରେ ଏସବୁ ତଥାକଥିତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କ'ଣ  ?


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ   02-Sep-2026
  ଜିଲ୍ଲା  
*ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   02-Sep-2026
  ଜିଲ୍ଲା  
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ   02-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ : ସ୍ୱଭାବ କବିଙ୍କ କବିତା ସମ୍ଭାର ମାନବୀୟ ବାର୍ତ୍ତା ବହନ କରିଥାଏ ବୋଲି ଅତିଥି ଗଣ ଙ୍କ ଅଭିମତ   02-Sep-2026
  ଜିଲ୍ଲା  
 ଆଜି ଠାରୁ ଆରମ୍ଭ ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍....   02-Sep-2026
  ଜିଲ୍ଲା  
ସଂଶୋଧିତ ଖଣି ଆଇନ ପ୍ରତିବାଦରେ ବାମପନ୍ଥୀ ଦଳ ମାନଙ୍କର ସାମ୍ବାଦିକ ସମ୍ମିଳନୀ   02-Sep-2026
  ଜିଲ୍ଲା  
ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   02-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   02-Sep-2026
  ଜିଲ୍ଲା  
ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   02-Sep-2026
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   02-Sep-2026
  ଜିଲ୍ଲା  
ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   02-Sep-2026

You Might Also Like