-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
08-Nov-2023
ନୂଆପଡ଼ା (ଡୁଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ନୂଆପଡ଼ା ଗ୍ରାମରେ ହେଉଥିବା ଗୀରିଗୋବର୍ଦ୍ଧନ ପୂଜା ଅବସରରେ
ଖୁଡ଼ ଖୁଡି ପଟି(ଜୁଆ) ଖେଳ ପାଇଁ ପୂଜା କମିଟି ୪୭ ହଜାର ନେଇ ଜୁଆ ଖେଲେଇବାକୁ ଅନୁମତି ଦେଇଥିବା ଅଭିଯୋଗ । ବର୍ତ୍ତମାନ ପାର୍ବଣ ସମୟରେ ଲୋକେ ପୂଜା ଦେଖୁବାକୁ ଆସି ଖୁଡ଼ ଖୁଡ଼ି ପଟିରେ ଜୁଆ ଖେଳି ସର୍ବସ୍ବାନ୍ତ ହୋଇଥାନ୍ତି। ଜୁଆ ଖେଳାଇବା ପାଇଁ ଗିରୀଗୋବର୍ଦ୍ଧନ ପୂଜା କମିଟି ଜୁଆ ଖେଳାଳିଙ୍କ ଠାରୁ ମୋଟା ରକମର ଟଙ୍କା ନେଉଥିବା ଅଭିଯୋଗ ହେଉଛି। ଏଥିପାଇଁ ବିଭିନ୍ନ ଖୁଡ ଖୁଡି ପାର୍ଟି କୁ ନିଲାମ କରାଯାଉଛି। ଯେଉଁ ପାର୍ଟି ବେଶୀ ଟଙ୍କା ଦେବ ସେ ହିଁ ଜୁଆ ଖେଳାଇବ। ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି ନୂଆପଡ଼ା ଗିରିଗୋବର୍ଧନ ପୂଜା ରେ କେନ୍ଦୁଗୁଡା ଗ୍ରାମର ସୁରେଶ ନାଗ ନାମକ ଜଣେ ବ୍ୟକ୍ତି ୪୭ ହଜାରଟଙ୍କା ଦେଇ ଜୁଆ ପାର୍ଟି ଖୁଡଖୁଡ଼ି ଖେଲାଇବା ନେଇ ସ୍ଥିର ହୋଇଛି । ଏହି ଗିରିଗିବର୍ଦ୍ଧନ ପୂଜା ଅବସରରେ ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ଏହାର ସୁଯୋଗ ନେଇ ଜୁଆ ଖେଳାଇବା ପାଇ ସ୍ଥିର କରାଯାଇଥିବାବେଳେ ବୁଦ୍ଧିଯିବି ମହଲରେ ଅସନ୍ତୋଷ ଦେଖାଦେଇଛି । ଏ ଦିଗରେ ଆରକ୍ଷୀ ଅଧୀକ୍ଷକ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।