-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
07-Nov-2023
ସୋନପୁର (ମନୋରଞ୍ଜନ ତ୍ରିପାଠୀ ): ଜଷ୍ଟିସ ସି. ଆର ଦାଶଙ୍କ ଶ୍ୱଶୁର ବୀରେନ୍ଦ୍ର ମିଶ୍ରଙ୍କ ଆଜି ୯୦ ବର୍ଷ ବୟସରେ ପରଲୋକ ଘଟିଛି l ସୋନପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ୫ ଟା ବେଳେ ଶ୍ରୀ ମିଶ୍ରଙ୍କ ଦେହାନ୍ତ ଘଟିଛି l ସ୍ବର୍ଗୀୟ ମିଶ୍ରଙ୍କ ବିୟୋଗ ଖବରରେ ଆଜି ସୋନପୁର ସହର ସମେତ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି l ସକାଳ ୭ଟା ରେ ସୋନପୁର ଜୁଡ଼ିସିଆଲର ସମସ୍ତ ଅଧିକାରୀ, ସ୍ୱଚ୍ଛ ଭାରତ ସଂଗଠନ ସଦସ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମେଡିକାଲରେ ପହଂଚି ସ୍ୱର୍ଗତ ମିଶ୍ରଙ୍କ
ଅନ୍ତିମ ଦର୍ଶନ କରିଥିବା ବେଳେ ସନ୍ଧ୍ୟା ୭ ଟା ରେ ଜଷ୍ଟିସ ସି ଆର ଦାଶ ଓ ତାଙ୍କ ପରିବାର ସୁଦୂର କଲିକତା ରୁ ପହଂଚି
ସ୍ବର୍ଗୀୟ ମିଶ୍ରଙ୍କ ଅନ୍ତିମ ଦର୍ଶନ କରିଥିଲେ l ରାତି ୮ ଟା ରେ ସ୍ଥାନୀୟ ରାମେଶ୍ୱର ଶ୍ମାଶlନଘାଟରେ ସ୍ବର୍ଗତ ମିଶ୍ର ଙ୍କ ଅନ୍ତିମ ସଂସ୍କlର କରାଯାଇଥିବା ବେଳେ ଶ୍ରୀ ମିଶ୍ର ଙ୍କ ଶେଷ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ପାଇଁ ଜିଲ୍ଲା ଦୌରା ଜଜ , ସୁବର୍ଣ୍ଣପୁର ଏସପି, ଏ ଡ଼ିଏମ, ଙ୍କ ସମେତ ଜିଲ୍ଲା ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଆଇନଜୀବୀ ଥନାପତିପଡା ବାସ ଭବନରେ ପହଂଚିଥିଲେ l ସ୍ୱାଗୀୟ ମିଶ୍ର ଙ୍କ ଏକମାତ୍ର ପୁତ୍ର ଅବିନାଶ ସଂସ୍କାର ବେଳେ ମୁଖାଗ୍ନି ଦେଇଥିଲେ l