-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
07-Nov-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଏଥଲେଟିକ ଏସୋସିଏସନ୍ ପକ୍ଷ ରୁ ନୂଆଁଖାଇ ଭେଟଘାଟ - ୨୦୨୩ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଷ୍ଟାଡିୟମ ପରିସର ଏ ସୋ ସି ଏ ସନ୍ ପରିସର ରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବିଜେଡ଼ି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପ ଧାନ, ଜିଲ୍ଲା ପରିଷଦ ସଭ୍ୟ। ଲିଲିମା ବେହେରା ଓ ସଂଯୁକ୍ତା ବରିହା ଯୋଗ ଦେଇଥିଲେ। ଏହି ଅବସରରେ ପୂର୍ବାହ୍ନ ରେ ଆୟୋଜିତ ରକ୍ତ ଦାନ ଶିବିର କୁ ଅତିଥି ବୃନ୍ଦ ଉଦ୍ଘାଟନ କରିଥିଲେ। ଏଥିରେ ୨୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହାସହ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତି ବିଶେଷ ଓ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରା ଯାଇ ଥିଲା। ସମ୍ବର୍ଦ୍ଧିତ ବ୍ୟକ୍ତି ମାନେ ହେଲେ ଆନନ୍ଦ ଧ ରୂଆ, ସଞ୍ଜୟ ପ ଧାନ, କାର୍ତ୍ତିକ କର୍ତୀ, ଗୋବିନ୍ଦ ବେହେରା, ସୁନୀଲ ଅଗ୍ରୱାଲ, ସୁକୁମାର ପଟେଲ, ଗୋକୁଳ ମେହେର, ଅନ୍ତର୍ଯ୍ୟାମୀ ମେହେର, ଶୁଭମ ମେହେର, ସୌମ୍ୟ ରଞ୍ଜନ ମାହା କୁର, ମିନାକ୍ଷୀ ବଗର୍ତ୍ତୀ ଓ ଡ଼ଲି ଧ ରୁଆ ରହିଛନ୍ତି । କାର୍ଯ୍ୟକ୍ରମ ପରିଚାଳନାରେ ସଭାପତି ଶ୍ୟାମସୁନ୍ଦର ମେହେର, ସଂପାଦକ ସଚିଦା ନନ୍ଦ ସାହୁ, ମନୋଜ ଧରୁଆ, ସୁଧାଂଶୁ ମହା କୁର୍, ବିରେନ୍ଦ୍ର ଧ ରୁଆ, ସନ୍ତୋଷ ମେହେର, ସୁନୀଲ ମେହେର, ବିନୋଦ ଧ ରୁଆ, ଦିନେଶ ସାହୁ, ବଲ୍ଡେବ ବେହେରା ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ l