-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
16-Dec-2020
(ପ୍ରେରଣା ଖବର) ନୂଆଦିଲ୍ଲୀ: ଜଷ୍ଟିସ୍ ଏସ୍. ମୁରଲୀଧର ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି। ସୁପ୍ରିମକୋର୍ଟଙ୍କ କଲେଜିୟମ୍ ତାଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିବା ଜଣାପଡ଼ିଛି। ବିଚାରପତି ଏସ୍. ମୁରଲୀଧର ୨୦୦୬ ମସିହା ମେ ମାସରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଚଳିତବର୍ଷ ଫେବ୍ରୁଆରି ୨୬ ତାରିଖରେ ତାଙ୍କୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ବଦଳି କରାଯାଇଥଲା। ବର୍ତ୍ତମାନ ସେ ପଞ୍ଜାବ ଓ ହାଇକୋର୍ଟର ଦ୍ବିତୀୟ ବରିଷ୍ଠ ବିଚାରପତି ଭାବେ ଅବସ୍ଥାପିତ ଅଛନ୍ତି।ସୂଚନାଯୋଗ୍ୟ ଯେ, ୧୯୮୪ରେ ବିଚାରପତି ମୁରଲୀଧର ଚେନ୍ନାଇରେ ଓକିଲାତି ଜୀବନ ଆରମ୍ଭ କରିଥିଲେ। ଭୋପାଳ ଗ୍ୟାସ ଲିକ୍ ଏବଂ ନର୍ମଦା ନଦୀବନ୍ଧ ବିସ୍ଥାପିତଙ୍କ ମାମଲା ଲଢ଼ି ଚର୍ଚ୍ଚାକୁ ଆସିଥିଲେ। ୨୦୦୬ରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ନିଯୁକ୍ତି ପରେ ସେ ଏକାଧିକ ଗୁରୁତ୍ବ ପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ, ଯାହାକୁ େନେଇ ସେ ସବୁବେଳେ ଚର୍ଚ୍ଚାରେ ରହୁଥିଲେ।