-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
16-Dec-2020
(ପ୍ରେରଣା ଖବର) ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଜେପି ସାଂସଦ ସ୍ବପନ ଦାସଗୁପ୍ତାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଜି କେନ୍ଦ୍ର ନିର୍ବାଚନ କମିସନ (ଇସି)ଙ୍କୁ ଭେଟିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସୃଷ୍ଟି ହୋଇଥିବା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଇସିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଧାନସଭା ନିର୍ବାଚନର ଯଥେଷ୍ଟ ପୂର୍ବରୁ ପଶ୍ଚିମବଙ୍ଗରେ ମଡେଲ କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ କରାଯିବା ସହ କେନ୍ଦ୍ରୀୟ ବାହିନୀ ମୁତୟନ କରାଯିବା ପାଇଁ ଦାବି କରାଯାଇଛି। ଏହା ପୂର୍ବରୁ ପଶ୍ଚିମବଙ୍ଗ ବିଜେପି ବିଧାୟକ ସବ୍ୟସାଚୀ ଦତ୍ତ କେନ୍ଦ୍ର ନିର୍ବାଚନ କମିସନଙ୍କୁ ଏ ନେଇ ଏକ ଚିଠି ଲେଖିଥିଲେ। କାଶ୍ମୀରଠାରୁ ପଶ୍ଚିମବଙ୍ଗର ସ୍ଥିତି ଆହୁରି ଖରାପ ଏବଂ ଆଗକୁ ଏହା ବିସ୍ଫୋରକ ସ୍ଥିତି ସୃଷ୍ଟି କରିବ ବୋଲି ସେ ଚିଠିରେ ଦର୍ଶାଇଥିଲେ।