-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
03-Nov-2023
ମୁରିବାହାଲ(ସୁଦାମ ଚରଣ ବଘାର):ବଲାଙ୍ଗୀର ଜ଼ିଲ୍ଲା ମୁରିବାହାଲ ତହସିଲ ରେ ନୂତନ ଭାବରେ ନିଯୁକ୍ତି ପାଇଥିବା ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ମୁରିବାହାଲ ସମ୍ବାଦିକ ସଂଘ ତରଫରୁ ଗୁରୁବାର ଦିନ ସ୍ୱାଗତ ଓ ସମର୍ଦନା ଦିଆ ଯାଇଛି I
ମୁରିବାହାଲ ତହସିଲଦାର ଭାବରେ ଆୟୁବ ମଣ୍ଡଳ ଓ
ଅତିରିକ୍ତ ତହସିଲଦାର ରୂପେ ଖଦାଲ ପାତ୍ର କୁ ସ୍ୱାଗତ କରା ଯାଇଛି, ଏହି ପରି ପରିପେକ୍ଷୀରେ ସମ୍ବାଦିକ ସଂଘର ସଭାପତି ସୁବ୍ରତ ମହାକୁର, ଉପ ସଭାପତି କେଦାର ବଡ଼ଜେନା, ସାଧାରଣ ସମ୍ପାଦକ ସୁଦାମ ଚରଣ ବଘାର, ମୁଖ୍ୟ ଉପଦେଷ୍ଟା ଶ୍ରୀବତ୍ସ ବେହେରା, ସଭ୍ୟ ପ୍ରଫୁଲ୍ଲ କୁମାର ବଘାର, ଶଙ୍କର ମାଝୀ.ମୋନଜ କୁମାର କର ଉପସ୍ଥିତ ରହି ଥିଲେ, ଏହା ପୂର୍ଵରୁ ମୁରିବାହାଲ ତହସିଲଦାର ରୂପେ ଗତ ୩ ବର୍ଷ ଧରି ସୋନାଲି ପାତ୍ର କାର୍ଯ୍ୟ କରୁ ଥିବା ବେଳେ ତାହାକୁ କରାପୁଟ ବନ୍ଧୁଗାଁ ତହସିଲଦାର ରୂପେ ବଦଳି ହୋଇଥିବା ବେଳେ ଶ୍ରୀ ମଣ୍ଡଲ କରାପୁଟ ଜ଼ିଲ୍ଲା ର କୁନ୍ଦ୍ରା ତହସିଲଦାର ରୁପେ କାର୍ଯ୍ୟ କରୁ ଥିଲେ l