-+91-9937148622 |

prerana_bgr@rediffmail.com |

  Wednesday 6th May 2026 |

| | | |

R.N.I. Regd No. ODIODI/2010/46693

Breaking News

*ଉଲୁଣ୍ଡା ଅଞ୍ଚଳ ରେ ଗଞ୍ଜେଇ ଓ ମଦ ଜବତ*-   (06-May-2026)       ||      ପାର୍ବତୀଗିରି ମହିଳା କଲେଜ, ବରଗଡ଼ରେ ସୁସଂଗଠିତ ପୂର୍ବ ଛାତ୍ରୀ ତଥ୍ୟଭଣ୍ଡାର ଆରମ୍ଭ   (06-May-2026)       ||      ଅଟୋ ଧକ୍କାରେ ମୋଟରସାଇକେଲ ଚାଳକ ମୃତ   (06-May-2026)       ||      ଖରିଫ ବିପଣନ ବର୍ଷ ୨୦୨୫-୨୬ ରେ ରବି ଧାନ ସଂଗ୍ରହ ପାଇଁ ବଲାଙ୍ଗୀର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ   (06-May-2026)       ||      ବିଧାୟିକା ସୋଫିଆଙ୍କ ଜନସମ୍ପର୍କ ପଦଯାତ୍ରା   (06-May-2026)       ||      ବରିଷ୍ଠ ସମାଜ ସେବୀ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ   (06-May-2026)       ||      *ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   (05-May-2026)       ||      ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   (05-May-2026)       ||      ବିଜେପି ନେତା ଚିତ୍ତରଞ୍ଜନ ଦାସଙ୍କୁ ହତ୍ୟା ଧମକ   (05-May-2026)       ||      ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ୱ ♦️ ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି   (05-May-2026)       ||      ବାତ୍ୟା ଆଶଙ୍କା । ୮ରୁ ୯ ତାରିଖ ମଧ୍ୟରେ କେରଳ ଉପକୂଳରେ ସୃଷ୍ଟି    (05-May-2026)       ||      ଗୋଡଭଗାରେ ଡକ୍ଟର ଚିତ୍ତରଂଜନ ଜେନାକୁଂ ସମ୍ବର୍ଦ୍ଦନା ପ୍ରଦାନ କଲେ ଆଞ୍ଚଳିକ ସାହିତ୍ୟ ପରିଷଦ   (05-May-2026)       ||      ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ   (05-May-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୦ଟି ଦରଖାସ୍ତ ଗ୍ରହଣ, ୬ଟିର ତୁରନ୍ତ ସମାଧାନ   (05-May-2026)       ||      ବରପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ତ୍ରି ଦିବସୀୟ ସାମୁହିକ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ   (05-May-2026)       ||      ଚନ୍ଦନଭାଟି କଲ୍ୟାଣମଣ୍ଡପ ଉପରମହଲା ଉଦ୍‌ଘାଟନ କଲେ ନରସିଂହ   (05-May-2026)       ||      ବୁଢୀପଦର ଠାରେ ଷୋହଳପ୍ରହରୀ ନାମଯଂଜ୍ଞ ଅନୁଷ୍ଠିତ   (05-May-2026)       ||      ବାଘ୍ ନାଇଁ ଦେଖଲେ ବିଲେଇ ଦେଖ   (05-May-2026)       ||      କୁମ୍ଭାରି ଧାନ ମଣ୍ଡିରେ ଚାଷୀ ସଚେତନତା ସମାବେଶ   (05-May-2026)       ||      ଲାଦେରପାଲିରେ ସମାପନ ହେଲା ଚୋବିଶ ପ୍ରହରୀ ନାମଯଜ୍ଞ ର ରୈ।ପ୍ୟ ଜୟନ୍ତୀ ମହୋତ୍ସବ   (05-May-2026)       ||     

HOME   ଜିଲ୍ଲା

ୱେସ୍କୋର ଘରୋଇକରଣକୁ ବିରୋଧ

15-Dec-2020



ବଲାଙ୍ଗୀର,(ସନ୍ତୋଷ କୁମାର ଠାକୁର)- ୱେସ୍କୋ, ସାଉଥକୋକୁ ଟାଟା ପାୱାରକୁ ବିକ୍ରି କରିବାକୁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏହାକୁ ପଶ୍ଚିମ ଓଡିଶା ବିଦ୍ୟୁତ କର୍ମଚାରୀ ଇଞ୍ଜିନିୟର୍ସ ଏକତା ମଞ୍ଚ ବଲାଙ୍ଗିର ସର୍କଲ ତରଫରୁ  ଏକ ସାଂବାଦିକ ସମ୍ମିଳନୀରେ ମଂଚର କର୍ମକର୍ତ୍ତମାନେ ବିରୋଧ କରିଛନ୍ତି ।  ମଂଚ ତରଫରୁ କୁହାଯାଇଛି ଯେ , ଗତ ୨୫ ସେପ୍ଟେମ୍ବର ୨୦୨୦ ରେ ସମସ୍ତ ସଂଗଠନ (ଡବ୍ଲୁଓବିଏସ୍‌କେଇଇଏମ୍‌) ତରଫରୁ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।   ରାଜ୍ୟପାଳ ଏବଂ ଶକ୍ତି ବିଭାଗ ନିର୍ଦ୍ଦେଶ ଦେଇଥିଲେ କି ଆମର ଦାବି ଉପରେ ଡିପାର୍ଟମେଣ୍ଟ ଆମ ସହିତ ଆଲୋଚନା କରି ରାଜ୍ୟପାଳ ବା ଶକ୍ତି ବିଭାଗ କୁ ରିପୋର୍ଟ ଦେବେ । କିନ୍ତୁ ଆଜି ପର୍ଯ୍ୟନ୍ତ କେହି ନ ଡାକି ଓଇଆରସି ବା ସରକାର ଘରୋଇ କରଣ କରିବାକୁ ଟାଟା ପାୱାର କୁ ୦୩.୧୨.୨୦୨୦ ରେ ଏଲ୍‌ଓଏଲ୍ ଦେଇଛନ୍ତି । ଯାହାକୁ ମଂଚ ଦୃଢ ବିରୋଧ କରୁଛି । ଦୀର୍ଘ ଦିନ ରୁ କାର୍ଯ୍ୟରତ ଆଉଟସୋର୍ସ କର୍ମଚାରୀଙ୍କୁ ପ୍ରତିଶୃତି ମୁତାବକ ରେଗୁଲାର କରିବାକୁ ସମାଧାନ ନ କରିବା, ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କୁ ଉତ୍ତରାଧୀକାରୀଙ୍କୁ ଚାକିରି, କର୍ମଚାରୀଙ୍କ ଅନ୍ୟାନ୍ୟ ବିଭିନ୍ନ ସମସ୍ୟା ଗୁଡିକୁ ସମାଧାନ ନ କରି, ଚାକିରି ସର୍ତ୍ତାବଳୀକୁ ଅପିବର୍ତ୍ତିତ ରଖିବା, ପେନସନ ପିଏଫ୍ ଟ୍ରଷ୍ଟ ବୋର୍ଡ ରେ ଥିବା କୋଟି କୋଟି ଟଙ୍କାର ଅଭାବକୁ ପୁରଣ ଇତ୍ୟାଦି ବିଷୟକୁ ନେଇ ଦ୍ୱିପାକ୍ଷିକ ଆଲୋଚନା ନ କରି ଏଭଳି ଏକ ତରଫା ଘରୋଇକରଣକୁ ମଂଚ ବିରୋଧ କରୁଛି । ଏହି ତିନୋଟି ସଂସ୍ଥାକୁ ବିଗତ ୧୯୯୯ ମସିହାରୁ ବିଏସ୍‌ଇଏସ୍ ପରେ ରିଲିଆନ୍ସ ଏନେର୍ଜି ପରି ଭାରତ ବର୍ଷର ବୃହତ୍ତର କଂପାନୀକୁ ରାଜ୍ୟ ସରକାର ୫୧ ପ୍ରତିଶତ ଅଂଶଧନ ବିକ୍ରି କରି ପରିଚାଳନା ଭାର ଦେଇଥିଲେ । ସେତେବେଳେ ଓଏସ୍‌ଇବି କୁ ଭାଙ୍ଗି ଦେଶର ପ୍ରଥମ ରାଜ୍ୟ ହିସାବରେ ବିଦ୍ୟୁତ କ୍ଷେତ୍ରକୁ ଘରୋଇକରଣ କରିଥିଲେ, ରାଜ୍ୟବାସୀଙ୍କୁ କହିଥିଲେ ଏହା ଫଳରେ କଂପାନୀମାନେ ବିଦ୍ୟୁତ କ୍ଷେତ୍ରରେ ଆବଶ୍ୟକ ଅର୍ଥ ନିବେଶ କରି ଏହି ସଂସ୍ଥାକୁ ପୁନରୁଦ୍ଧାର କରିବେ ।   ଶେଷରେ ୧୯୯୯ ରୁ ୨୦୧୫ ପର୍ଯ୍ୟନ୍ତ ଦୀର୍ଘ ୧୭ବର୍ଷ ଏହି କ୍ଷେତ୍ରକୁ ପରିଚାଳନା କରି କାଗଜ ପତ୍ରରେ ଖାଲି ଅତ୍ୟାଧିକ କ୍ଷତି ଦର୍ଶାଇ ହଜାର ହଜାର କୋଟି ଟଙ୍କା ଓଡିଶାରୁ ଲୁଟିନେଲେ ।   ସରକାର କ୍ୟାପେକ୍ସ ରେ ୧୪୬୪ କୋଟି ଖର୍ଚ୍ଚ ପାଇଁ ପ୍ଲାନ କଲେ ସେଥିରେ ସରକାର ୭୩୨ କୋଟି ଦେବେ ବୋଲି କହିଲେ ଅବଶିଷ୍ଟ ୭୩୨ କୋଟି କଂପାନୀମାନେ ଦେବେ ବୋଲି ନିଷ୍ପତ୍ତି ହେଲା । କିନ୍ତୁ କଂପାନୀମାନେ ଦେଲେ ନାହିଁ । ଏହାପରେ ସେତେବେଳେ ସରକାର ଏବଂ ୟୁନିୟନମାନଙ୍କ ନିବେଦନ ଓଇଆରସି ଙ୍କ ପାଖରେ ପହଞ୍ଚିଲା ଯେ ଘରୋଇ କଂପାନୀମାନେ ସବୁ ପ୍ରକାର ବିଫଳ ହୋଇଛନ୍ତି ।  ଶେଷରେ ଦୀର୍ଘ ଦିନରୁ ଚାଲିଆସିଥିବା ଅଭିଯୋଗକୁ ନେଇ ମାର୍ଚ୍ଚ ୨୦୧୫ ମସିହାରେ ସରକାର ଏବଂ ୟୁନିୟନଙ୍କ କଥା କୁ କମିଶନ ଗ୍ରହଣ କରି ଘରୋଇ କଂପାନୀଙ୍କର ଲାଇସେନ୍ସକୁ ପ୍ରତ୍ୟାହାରର କଲେ । ଏହା ପରେ ସରକାରଙ୍କର ୧୯୯୮ ରେ ବିଦ୍ୟୁତ କ୍ଷେତ୍ରର ଘରୋଇକରଣ ଏକ ଭୁଲ ନିଷ୍ପତ୍ତି ଥିଲା ବୋଲି ନିଜେ ବୁଝିଥିଲେ । ତାହା ପରେ ୨୦୧୫ ମସିହାକୁ ଲାଇସେନ୍ସ ପ୍ରତ୍ୟାହାର ପରେ ସରକାରଙ୍କ ବା ଗ୍ରୀଡକୋ ଅଧୀନରେ ତିନୋଟି ସଂସ୍ଥା ଗଲେ । ୨୦୧୫ ରୁ ସରକାର ବହୁତ ଅର୍ଥ ବିନିଯୋଗ କରି ସିଣ୍ଟମ ଉନ୍ନତିକରଣ କରି ଆଇଏଏସ୍ ମାନଙ୍କ ଦ୍ୱାରା ପରିଚାଳିତ କରି ଏଟିଏଣ୍ଡସି କ୍ଷତିକୁ ୨୦୧୩-୧୪ ରେ ୪୦% କ୍ଷତି ତୁଳନାରେ ୨୦୧୯ ସୁଦ୍ଧା ୱେସ୍କୋ ୩୯.୬୬%  ରୁ ୩୧.୬୪%, ନେସ୍‌କୋ ୩୬.୪୫% ରୁ ୨୩.୫୩%, ସାଉଥକୋ ୪୫.୮୧% ରୁ ୩୮.୯୩% ରେ ପହଞ୍ଚାଇବା ସହିତ ସରକାରଙ୍କ କୋଟି କୋଟି ଟଙ୍କା ବଞ୍ଚାଯାଇ ପାରିଛି ଯାହାକି ଏକ ବଡ ସଫଳତା ତଥା ପାଞ୍ଚ ବର୍ଷ ଭିତରେ ସଂସ୍ଥାକୁ ଆର୍ଥିକ ଏବଂ ଅନ୍ୟାନ୍ୟ ସବୁ କ୍ଷେତ୍ରରେ ଉନ୍ନତ ଅବସ୍ଥାକୁ ନେଉଥିବା ବେଳେ କାହିଁକି ପୁନଃ ଘରୋଇକରଣ କରାଯାଉଛି । ୨୦୧୫ ରେ ରିଲାଏନ୍ସ ଏନେର୍ଜିର ଲାଇସେନ୍ସ ରଦ୍ଦ ହେବା ପରେ ଜଣାପଡିଲା ଯେ କର୍ମଚାରୀଙ୍କ ୱେସ୍କୋ ପେନସନ ଟ୍ରଷ୍ଟ ରେ ପ୍ରାୟ ପାଖାପାଖି ୭୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା କମ ଅଛି, ସେ ଗୁଡିକ କଂପାନୀ ଜମା ନ କରି ଚଳୁ କରିଛି । ଏହା ଦ୍ୱାରା କର୍ମଚାରୀମାନେ ଭବିଷ୍ୟତରେ ପେନସନ ପାଇବେକି ନାହିଁ ସନ୍ଦେହ ସୃଷ୍ଟି ହୋଇଛି । ସରକାର ସେ ଟଙ୍କା କାହିଁକି ରିଲାଏନ୍ସ ଠାରୁ ଆଜି ପର୍ଯ୍ୟନ୍ତ ଆଦାୟ କଲେ ନାହିଁ କି ଆଜି ପର୍ଯ୍ୟନ୍ତ ଡିପୋଜିଟ କଲେ ନାହିଁ । ଏହିଭଳି ଘରୋଇ କଂପାନିମାନେ କୋଟି କୋଟି ଟଙ୍କାର ହିସାବ ନ ଦେଇ ଟାଳଟୁଳ ନିତି ଅବଲମ୍ବନ କରି ବିଦ୍ୟୁତ ସେବାରେ କୌଣସି ଅର୍ଥ ବିନିଯୋଗ ନ କରି ମାଛ ତେଲରେ ମାଛ ଭାଜିଲା ପରି ୧୭ ବର୍ଷ ଉପଭୋକ୍ତ ତଥା ସରକାରଙ୍କୁ ଠକି କି ଯିବା ପରେ କାହିଁକି ସରକାର ଆଉ ଥରେ ଘରୋଇକରଣ କରୁଛନ୍ତି । ଏହାର ଜବାବ ଓଡିଶାର ସମସ୍ତ ବିଦ୍ୟୁତ କର୍ମଚାରୀ, ଇଂଜିନିୟର ଏବଂ ଉପଭୋକ୍ତମାନେ ମାଗୁଛନ୍ତି । ଏହା ଏକ ସମ୍ପୁର୍ଣ୍ଣ ଭୁଲ ତଥା ରାଜ୍ୟ ପାଇଁ କ୍ଷତିକାରକ ପଦକ୍ଷେପ । ଏଣୁ ସମସ୍ତ କର୍ମଚାରୀ, ଉପଭୋକ୍ତାମାନେ ଏହାର ଦୃଢ ନିନ୍ଦା ସହିତ ସରକାରଙ୍କୁ ତିନୋଟି ଡିଷ୍ଟ୍ରିବୁସନ ୟୁଟିଲିଟିର ଘରୋଇକରଣକୁ ବନ୍ଦ କରିବାକୁ ମଂଚ ଦାବି କରିଛି । ତଥାପି ଯଦିି ସରକାର ୱେସ୍କୋ ଘରୋଇକରଣକୁ ବନ୍ଦ ନ କରନ୍ତି ପଶ୍ଚିମ ଓଡିଶାରେ ଆସନ୍ତା ୧୬ ତାରିଖରୁ ବ୍ୟାପକ ଆନ୍ଦୋଳନ / ବିରୋଧ ହେବ ସେଥି ପାଇଁ ସରକାର ଦାୟୀ ରହିବେ ବୋଲି ମଂଚ ଚେତାବନୀ ଦେଇଛି ।  ଏହି ସାଂବାଦିକ ସମ୍ମିଳନୀରେ ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘର ର ପବିତ୍ର ଖୁଣ୍ଟିଆ, ସମ୍ବିତ ପଣ୍ଡା, ଏନ୍‌ଓବିଏସ୍‌ଏମ୍ ର ବିଭୁତି ଶଙ୍କର ବିନ୍ଧାଣି, ଜ୍ୟୋତି ରଞ୍ଜନ ମହାନ୍ତି, ଡବ୍ଲୁଏସ୍‌ଏ ର ଇଂ. କମଲେସ ପଧାନ, ଇଂ ସଞ୍ଜିବ ପାଢି, ଓଇଇଏ ର ଇଂ.ଲିଙ୍ଗରାଜ ପଣ୍ଡା, ଇଂ. ଶଶିକାନ୍ତ ବାରିକ, ଡବ୍ଲୁଏସ୍‌ଏ ର ନିଳାଚଳ ତ୍ରିପାଠି, କୈଳାସ ସ୍ୱାଇଁ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
*ଉଲୁଣ୍ଡା ଅଞ୍ଚଳ ରେ ଗଞ୍ଜେଇ ଓ ମଦ ଜବତ*-   06-May-2026
  ଜିଲ୍ଲା  
ପାର୍ବତୀଗିରି ମହିଳା କଲେଜ, ବରଗଡ଼ରେ ସୁସଂଗଠିତ ପୂର୍ବ ଛାତ୍ରୀ ତଥ୍ୟଭଣ୍ଡାର ଆରମ୍ଭ   06-May-2026
  ରାଜ୍ୟ  
ଅଟୋ ଧକ୍କାରେ ମୋଟରସାଇକେଲ ଚାଳକ ମୃତ   06-May-2026
  ରାଜ୍ୟ  
ଖରିଫ ବିପଣନ ବର୍ଷ ୨୦୨୫-୨୬ ରେ ରବି ଧାନ ସଂଗ୍ରହ ପାଇଁ ବଲାଙ୍ଗୀର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ   06-May-2026
  ଜିଲ୍ଲା  
ବିଧାୟିକା ସୋଫିଆଙ୍କ ଜନସମ୍ପର୍କ ପଦଯାତ୍ରା   06-May-2026
  ଜିଲ୍ଲା  
ବରିଷ୍ଠ ସମାଜ ସେବୀ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ   06-May-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   05-May-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   05-May-2026
  ଜିଲ୍ଲା  
ବିଜେପି ନେତା ଚିତ୍ତରଞ୍ଜନ ଦାସଙ୍କୁ ହତ୍ୟା ଧମକ   05-May-2026
  ରାଜ୍ୟ  
ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ୱ ♦️ ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି   05-May-2026
  ଜିଲ୍ଲା  
ବାତ୍ୟା ଆଶଙ୍କା । ୮ରୁ ୯ ତାରିଖ ମଧ୍ୟରେ କେରଳ ଉପକୂଳରେ ସୃଷ୍ଟି   05-May-2026
  ଜିଲ୍ଲା  
ଗୋଡଭଗାରେ ଡକ୍ଟର ଚିତ୍ତରଂଜନ ଜେନାକୁଂ ସମ୍ବର୍ଦ୍ଦନା ପ୍ରଦାନ କଲେ ଆଞ୍ଚଳିକ ସାହିତ୍ୟ ପରିଷଦ   05-May-2026

You Might Also Like