-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
16-Oct-2023
ସୋନପୁର,- ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡ କ୍ରସ ଚେୟାର ପର୍ସନ ତଥା ଜିଲ୍ଲା ଶିକ୍ଷଧିକାରୀ ଲକ୍ଷ୍ମଣ ଭୋଇଙ୍କ ଆହ୍ବାନ କ୍ରମେ ବିଭିନ୍ନ ସ୍କୁଲର ଜୁନିୟର ରେଡ କ୍ରସ ୟୁନିଟ ତରଫରୁ ବିଶ୍ଵ ହତାଧୁଆ ଦିବସ ପାଳିତ ହୋଇଯାଇଛି। ୨୦୨୩ ବର୍ଷର ଥିମ୍ "ସଫା ହାତ ଆମ ପହଞ୍ଚର" କ୍ରମରେ ସ୍ଥାନୀୟ ବାବୁପାଲି ସ୍କୁଲ , କୋଶଳ ଆବାସିକ ସ୍କୁଲ, ପ୍ରତାପପୁର ସ୍କୁଲ, ମୟବର୍ହା ହାଇସ୍କୁଲ, ସୁବଳୟା ହାଇସ୍କୁଲ, ଜୟ ଜଗନ୍ନାଥ ହାଇସ୍କୁଲ ଭଳି ବିଭିନ୍ନ ସ୍କୁଲ ରେ ଉକ୍ତ ଦିବସ ପାଳିତ ହୋଇଯାଇ ଛାତ୍ରଛାତ୍ରୀ ମାନଙ୍କୁ ହତାଧୁଆର ଛଅ ଗୋଟି ସୋପାନ ବିଷୟରେ ତାଲିମ ଦିଆଯାଇଛି। ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଡ. ରାଧାକାନ୍ତ ଗଡତିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ହାତ ଧୋଇବାକୁ
ନିତିଦିନ ଅଭ୍ୟାସ କରି ନିଜର ସ୍ବାସ୍ଥ୍ୟ କୁ ବିକଶିତ କରିବାକୁ ଗୁରୁତ୍ୱାରୋପ କରିଛନ୍ତି । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଜୁନି ୟର ରେଡ କ୍ରସ ଉପସଭପତି ଯୋଗଦେଇ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଜୁନିୟର ରେଡ କ୍ରସ ଅଫିସର ରବି ଚନ୍ଦ୍ର ପଶାୟତ ପରିଚାଳନା କରିଥିଲେ । ସାଧନ କର୍ମୀ ଚନ୍ଦ୍ରମଣି ବାଘ, ଗୋପେଶ ପଣ୍ଡା, ଚନ୍ଦ୍ର ଶେଖର ମହାପାତ୍ର, ମୋନାଲିସା ପରିମାଣିକ, ହେମନ୍ତ ମେହେର, ବ୍ରତାନନ୍ଦ ଭୋଇ, ସଙ୍ଗୀତା ପଧାନ ପ୍ରମୁଖ ତାଲିମ ଦେଇଥିଲେ । ପ୍ରଧାନଶିକ୍ଷକ ଶଶିଭୂଷଣ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।