-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
16-Oct-2023
ବଲାଙ୍ଗୀର:- ବଲାଙ୍ଗୀର ସହରରେ ଚୋରର ପ୍ରାଦୁର୍ଭାବ ବଢ଼ିବା ରେ ଲାଗିଛି। ପୋଲିସ ରାତିରେ ପହରା ଦେଉଥିଲେ ମଧ୍ୟ ଚୋର ଚତୁରତାର ସହ ଚୋରି କରି ଫେରାର ହେଉଛି।ସତ୍ୟନାରାୟଣ ପଡ଼ାରେ ରହୁଥିବା ଅମିତ୍ ଦର୍ଜି ଘରେ ଚୋର ବେଧଡକ ପଶି ସୁନା, ରୂପ, ନଗଦ ଟଙ୍କା ନେଇଯାଇଛି। ଅମିତ୍ ର ପତ୍ନୀ ଗର୍ଭାବସ୍ଥା ଯୋଗୁ ପଟେଲ ନର୍ସିଂ ହୋମରେ ଭର୍ତି ହୋଇଥିଲେ।ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଏଣୁ ପରିବାର ଲୋକେ ନର୍ସିଂ ହୋମରେ ରହୁଥିଲେ। ଘରେ କେହି ନ ଥିବାର ସୁଯୋଗ ନେଇ ଚୋର ଘରର ପଛ ପାଖର ତାଲା ଭାଙ୍ଗି ଘରେ ପ୍ରବେଶ କରି ଦୁଇ ଗୋଟି ଆଳମିରାକୁ ଭାଙ୍ଗି ସୁନା, ରୂପା ସହ ନଗଦ ୨୦ ରୁ ୩୦ ହଜାର ଟଙ୍କା ନେଇ ଯାଇଥିବା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ପୋଲିସ ଖବର ପାଇବା ପାରେ ପ୍ରାଥମିକ ତଦନ୍ତ କରି ସନ୍ଧ୍ୟା ୫ ଟାରେ କୁକୁର ଧରି ଯାଇ ଛାନଭିନ କରିଥିଲେ।କୌଣସି ସୁରାକ ନ ପାଇ ଫେରି ଆସିଥିଲେ। ଅମିତ୍ ଜଣେ ଅଟୋ ଚାଳକ। ଅଟୋ ଚଳାଇ ଯାହା ରୋଜଗାର କରେ ସେଥିରେ ତାର ପରିବାର ଚଲେ। ପୁଞ୍ଜି କହିଲେ ଚୋର ନେଇ ଯାଇଥିବା ୨୦ ରୁ ୩୦ ହଜାର ଟଙ୍କା ମାତ୍ର। ଚୋର ଅମିତ୍ ଘରେ କଳାକନା ବୁଲାଇ ଥିବା ବେଳେ ଏବେ ଜନ୍ମିତ ଶିଶୁ ଏବଂ ପତ୍ନୀ ଙ୍କୁ କିଭଳି ସେବା ଶୁଶ୍ରୁଷା କରିବ ସେ ନେଇ ଚିନ୍ତାରେ ମର୍ମାହତ। ସାଙ୍ଗରେ ବୃଦ୍ଧା ମାଁ। ଏ ପରିସ୍ଥିତିରେ ସେ କିଭଳି ନର୍ସିଂ ହୋମ ର ଫିଜ୍ ଦେବ ଏବଂ ତାର ପରିବାର ଚଲେଇବ ବୋଲି ଚିନ୍ତାରେ ଭାଙ୍ଗି ପଡିଛନ୍ତି। ଅମିତ୍ ଭଳି ଆଉ କୌଣସି ଗରିବ ପରିବାର ଚୋରର ହାବୁଡରେ ନ ପଡୁ ଏଣୁ ସହରରେ ଚୋର ଆତଙ୍କକୁ ରୋକିବା ପାଇଁ ଜନସାଧାରଣରେ ଦାବି ହେଉଛି।