-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
15-Dec-2020
କଳାହାଣ୍ଡି କୋକସରା (ତ୍ରିନାଥ ବେଶ୍ରା)
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦୁନ୍ଦେଲମାଲ୍ ଗ୍ରାମପଞ୍ଚାୟତ ର ଏକ ଡୁଣ୍ଡା ଗ୍ରାମ ଏହି ଗ୍ରାମ ବନ ପାହାଡ ଭିତରେ ରହିଛି । ଦେଶ ସ୍ବାଧୀନ ହୋଇ ଦୀର୍ଘବର୍ଷ ହେବା ପରେ ମଧ୍ୟ ଏମାନେ ଅନୁଭବ କରୁଛନ୍ତି ଆମେ ପରାଧୀନ । ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ମୌଳିକ ଅଧିକାର ଗ୍ରାମରେ ପହଞ୍ଚି ପାରିନାହିଁ ।ଏହି ଗ୍ରାମରେ ପ୍ରାୟ ୫୨୦ ଜଣ ଆଦିବାସୀ ବସବାସ କରିଆସୁଛନ୍ତି ।
ତାଙ୍କରଦାବି ଗୁଡ଼ିକ ହେଲା :-
ବୁଢିପଦର୍ ଠାରୁ ଉପରଡୁଣ୍ଡା ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ରାସ୍ତାର ସମ୍ପୂର୍ଣ୍ଣ ନିର୍ମାଣ, ପାନୀୟଜଳ ର ସୁବ୍ୟବସ୍ଥା କରିବନିମନ୍ତେ ୫ଗୋଟି ନଳକୂପ ଖନନ କରାଯାଉ ,ନୂତନ ସ୍କୁଲଗୃହ ନିର୍ମାଣ କରାଯାଉ , ମନରେଗା ଯୋଜନାରେ ୨୦୦ ଦିନର କାମ ଯୋଗାଇ ଦିଆଯାଉ , ଆଧାର କାର୍ଡ ସଂଶୋଧନ କରି ବିଧବା ଓ ବାର୍ଧ୍ୟକ୍ୟ ଭତ୍ତା ପ୍ରାଦନ୍ କରାଯାଉ ,ଗ୍ରାମର ଗୃହହିନ ପରିବାରଙ୍କୁ ବିଜୁପକ୍କାଘର , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ମୋ କୁଡିଆ ଯୋଜନାରେ ଅନ୍ତର୍ଭୁକ୍ତ କରି ଘର ଯୋଗାଇ ଦିଆଯାଉ। ଏହି ସବୁ ଅସୁବିଧାକୁ ଗ୍ରାମର ଶତାଧିକ ଲୋକଙ୍କୁ ନେଇ C.P.I ନେତୃତ୍ୱରେ ଏକ ମହାରାଲି ଜୁନାଗଡ଼ BSNL OFFICE ସମ୍ମୁଖରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ କରିଥିଲେ । ଏହି ରାଲି ରେ C.P.I ନେତା ଦାମୋଦର ବେହେରାଙ୍କ ସମେତ ଅକ୍ଷ୍ୟ ମେହେର ,ଅଗଷ୍ଟ ନାୟକ, ସୁରେନ୍ଦ୍ର ସୁନାନୀ, ସଞ୍ଜୟ ସୁନାନୀ,ସୁରେଶ ମାଝୀ , ବନିତା ମାଝୀ,ଯଶୋଦା ଛତ୍ରିଆ ତଥା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଯୋଗଦେଇଥିଲେ । ବ୍ଲକ୍ ପ୍ରଶାସନକୁ ଜିଲ୍ଲାପାଳଙ୍କ ଉଦଦେଶ୍ୟରେ ଏକ ଛ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା ।