-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
15-Dec-2020
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି )- ସ୍ବାସ୍ଥ୍ୟ ସେବାର ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଅର୍ଥ ବିନିଯୋଗ କରୁଛନ୍ତି , ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ନିୟମ ରହିଛି । ସମ୍ବଲପୁର ଜିଲ୍ଲା ରେଢ଼ଖୋଲ ଡାକ୍ତରଖାନାରେ ସଂପ୍ରତି ଶ୍ବାସ ରୋଗି ବୃଦ୍ଧଙ୍କ ଆଜି ଅପରାହ୍ନରେ ଜୀବନ ଯାଇଛି , ହେଲେ ଡାକ୍ତରଙ୍କ ଚରମ ଅବହେଳା ଓ ଖାମଖିଆଲି ନୀତି ଯୋଗୁ ବୃଦ୍ଧଙ୍କ ଜୀବନ ଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି , ମୃତ ବୃଦ୍ଧ ଜଣକ ହେଲେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଆମ୍ବପାଲ ପଞ୍ଚାୟତ ବଦ୍ରିନାଳି ଗ୍ରାମର ଟିକେଇ ମଲ୍ଲିକ ( ୭୦) । ଡାକ୍ତର କର୍ତୁପକ୍ଷଙ୍କ ଅବହେଳାକୁ ଦାୟୀ କରି ବୃଦ୍ଧ ଜଣକ ମୃତ୍ୟୁ ହୋଇଥିବା ଅଭିଯୋଗ କରିବା ସହିତ ଏହାକୁ ନେଇ ଡାକ୍ତରଖାନା ଅଧିକ୍ଷକ ଓ ଡାକ୍ତର ମୃତ ପରିବାରଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ ଘଟଣା ସ୍ଥଳକୁ ରେଢ଼ାଖୋଲ ପୋଲିସ ଆସି ଆୟତ କରିଥିଲେ । ପ୍ରକାଶ ଥାଉକି ବଦ୍ରିନାଲି ଗ୍ରାମର ଟିକେଇ ମଲ୍ଲିକ୍ ଶ୍ୱାସ ରୋଗରେ ପୀଡିତ ହୋଇ ଆଜି ପରିବାର ଲୋକ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରି ଥିଲେ ତାଙ୍କୁ ସଲାଇନ ସହିତ ଔଷଧ ପତ୍ର ଦିଆଯାଇଥିଲା ହେଲେ ଏହା ସତ୍ବେ ମଧ୍ୟ ଶ୍ବସରୋଗି ବୃଦ୍ଧଙ୍କ ଅବସ୍ଥା ଗୁରୁତର ହେବାରେ ଲାଗିଥିଲା , ଏହାପରେ କାର୍ଯ୍ୟରତ ଥିବା ଡାକ୍ତରଖାନାରେ ଅଧିକ୍ଷକ ଓ ଡାକ୍ତର ମଦନମୋହନ ତ୍ରିପାଠୀଙ୍କୁ ପରିବାର ଲୋକେ କହିଥିଲେ ଏହା ପରେ ସନ୍ଧ୍ୟା ସମୟରେ ଆମେ ରଉଣ୍ଡରେ ଗଲା ସମୟରେ ଆମେ ଦେଖିବୁ ବୋଲି କହିଥିଲେ , ଦୀର୍ଘ ସମୟ ଡାକ୍ତର ନ ଆସିବାରୁ ବୃଦ୍ଧ ଜଣକ ମୃତୁ ହୋଇଥିବା ପରିବାର ଲୋକ କହିଛନ୍ତି ।