-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
15-Oct-2023
ବୋଡ଼େନ(ଡୋଲେଶ୍ଵର ବାଗ ): ଆଜି ଅପରାହ୍ନରେ ବୋଡ଼େନ ଥାନା ଅନ୍ତର୍ଗତ ସୁନା ପୁର ପଞ୍ଚାୟତର ବାଗ ବାହାଲ ଗା ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଥିବାବେଳେ ଆଉ ଜଣେ କ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ପ୍ରାପ୍ତ ଖବର ଅନୁସାରେ ଆଜି ମକରବିର୍ଲି ଦୁଇ ଜଣ ଯୁବକ କୌଣସି କାମରେ ଏକ୍କା ମରେ କେଶରାଜ୍ ପୁର୍ ଗାକୁ ନିଜ ଭିଣୋଇ ଘରକୁ ଆସିଥିଲେ ଅପରାହ୍ନ ସମୟରେ ନିଜ ଗାଁ କୁ ଫେରୁଥିବା ବେଳେ ବାଗବାହଲ୍ ଗା ନିକଟରେ ଭାରସାମ୍ୟ ହରାଇ ବାଇକ୍ ଟି ପଡି ଯିବାରୁ ମାକର୍ ବିର୍ଲି ଗା ଚିତ୍ରୁ ମାଝୀ ବୟସ 22 ର ମୃତ୍ୟ ହୋଇଥିବା ବେଳେ ସେହି ଗା ର ଵୈ ଷ୍ଣ ବ ମାଝୀ ଗୁରୁତର ଆହତ ହୋଇଥିଲେ ।ଘଟଣାସ୍ଥଳ କୁ ବୋଡ଼େନ ପୋଲିସ ପହଞ୍ଚି ଉଦ୍ଧାର କରିଥିଲେ ତାପରେ ଆହତଙ୍କୁ ବୋଡ଼େନ ଡାକ୍ତର ଖାନ କୁ ଅଣାଯାଇଥିଲା । ମୃତ ଙ୍କୁ ଶବ ବେବଚ୍ଛେଦ କରାଯାଇଥିଲା ଓ ପରିବାରକୁ ହସ୍ତାନ୍ତର କରାଯାଇଥିଲା ।ବୋଡ଼େନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।