-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||     

HOME   ଜିଲ୍ଲା

ଗଞ୍ଜାଇ ଚୋରାଚାଲାଣରେ ହୋମଗାର୍ଡ,ବଦନାମରେ ସୋନପୁର ପୋଲିସ, ବଡବଡିଆଙ୍କ ସଂମ୍ପୃକ୍ତି ନେଇ ସନ୍ଦେହ

15-Oct-2023



ବଲାଙ୍ଗୀର(ପ୍ରେରଣା ଖବର)-ରାଜ୍ୟରେ ଗଞ୍ଜାଇ ମାଫିଆଙ୍କ ଉତ୍ପାତ ପଛରେ ପୋଲିସ ବିଭାଗର ପ୍ରଚ୍ଛନ୍ନ ହାତ ରହୁଥିବା ଶେଷରେ ସ୍ପଷ୍ଟ ହେବାରେ ଲାଗିଛି । ବଲାଙ୍ଗୀର ଜିଲ୍ଲାର ପୁଇଁତଳା ପୋଲିସ ଦ୍ୱାରା ସୋନପୁର ଜିଲ୍ଲା ତରଭା ଥାନାର ହୋମଗାର୍ଡ ବିଜୟ ସାହୁ ଗଞ୍ଜାଇ ଚୋରାଚାଲାଣ ମାମଲାରେ ଧରାପଡି ଜେଲ ଯିବାପରେ ସୋନପୁର ପୋଲିସ ବିଭାଗ ଉପରେ ସନ୍ଦେହ ବଢିଛି । ଏପରିକି ବଲାଙ୍ଗୀର ପୋଲିସର ତଦନ୍ତ ବେଳେ ବିଜୟ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ଏକ ବିଶେଷସୂତ୍ରରୁ ସୂଚନା ମିଳିଛି । ବିଜୟ ସାହୁର ମୋବାଇଲ ଟ୍ରାକକରି ପୋଲିସ ଅନେକ ତଥ୍ୟ ଜାଣିପାରିଛି । ସେହିପରି ସୋନପୁର ଏସପିଙ୍କ ଖାସ ଲୋକ ବୋଲଉଥିବା ହୋମଗାର୍ଡ ରାଜକୁମାର ପଧାନଙ୍କୁ ନେଇ ଏବେ ସୋନପୁର ପୋଲିସର ଟେନସନ ବଢିଯାଇଛି । ଗତ ରାଜକୁମାର ସୋନପୁର ପୋଲିସର ଜଣେ ବ୍ଲୁଆଏଡ ବୟ । ତାଙ୍କୁ ନଧରିଲେ ସୋନପୁର ଏସପିଙ୍କ ପାଖରେ କିଛି କାମ ହୁଏନି । ସେ ମଧ୍ୟ ଗଞ୍ଜାଇ ଚାଲାଣର କାର୍ପଟଦାର । ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେଲାପରେ ତାଙ୍କୁ ନିଳମ୍ବନ କରାଯାଇଛି । କେବଳ ସେତିକି ନୁହେଁ ଦିନକୁ ଦିନ ତାଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ରାଜକୁମାର ୨୦୧୬ରେ ରାମପୁର ଥାନା ଅଞ୍ଚଳର ଏକ ମୋବାଇଲ ଚୋରୀମାମଲାରେ ଅଭିଯୁକ୍ତ ରହିଥିଲେ । ତଥାପି ସୋନପୁର ଏସପି ତାଙ୍କୁ ତାଙ୍ଗ ନିଜ ଘରେ ବ୍ୟକ୍ତିଗତ କାମରେ ରଖିଥିଲେ । ଠିକ ସେହିପରି ଗତ ଜୁଲାଇ ମାସରେ ଏକ ସ୍କୁଟିରେ ଗଞ୍ଜାଇ ଜବତ ମାମଲାରେ ସେଥିଲା ଷଡଯନ୍ତ୍ରକାରୀ । ଘଟଣାଟି ଜଣାପଡିଲା ଉଲୁଣ୍ଡାଥାନାର ଜଣେ ମହିଳା ଏଏସଆଇଙ୍କ ଛୁଟିକୁ ନୀୟମିତ କରାଇବାକୁ ଉକ୍ତ

ହୋମଗାର୍ଡ ତାଙ୍କୁ ଦେହସୁଖ ମଧ୍ୟ ଦାବିକରିଥିବା ବିଷୟରେ ସମ୍ବଲପୁର ଡିଆଇଜିଙ୍କ ପାଖରେ ଅଭିଯୋଗ ହୋଇଛି । ପ୍ରଥମେ ସୋନପୁର ଏସପିଙ୍କ ପାଖରେ ଅଭିଯୋଗ କରି ନୀରାଶ ହେବାପରେ ମହିଳା ଏସଏସଆଇ ଜଣକ ଶେଷରେ ସମ୍ବଲପୁର ଡିଆଇଜି ଦୀପକ କୁମାରଙ୍କ ପାଖରେ ଅଭିଯୋଗ୍ କରିଥିଲେ । ସେହି ଘଟଣାରେ ଡିଆଇଜି ଅଫିସରେ କାର୍ଯ୍ୟରତ ଜଣେ ଅତିରିକ୍ତ ଏସପି ର‌୍ୟାଙ୍କର ଅଧିକାରୀ ନାରାୟଣ ନାଏକ ତଦନ୍ତ କରୁଥିବା ଜଣାପଡିଛି । କେବଳ ସେତିକି ନୁହେଁ ହୋମଗାର୍ଡ ରାଜକୁମାରଙ୍କ ନାମରେ ଅଭିଯୋଗ ପରେ ସେ ମଦ୍ୟପାନ କରି ଉଲୁଣ୍ଡା ଥାନାକୁ ପହଞ୍ଚି ସମସ୍ତଙ୍କୁ ଗାଳିଗୁଲଜ କରିଥିବା ମଧ୍ୟ ଜଣାପଡିଛି । କିନ୍ତୁ ଏତେ ସବୁପରେ ମଧ୍ୟ ରାଜକୁମାର ସୋନପୁର ଏସପି ତାଙ୍କ ଉପରେ ଏତେ ଅନୁଗ୍ରହ କାହିଁକି ବୋଲି ଜନସାଧାରଣରେ ଆଲୋଚନା ହେଉଛି । କନ୍ଧମାଳ-ବୌଦ୍ଧ ଜିଲ୍ଲାରୁ ସୋନପୁର ଜିଲ୍ଲା ଦେଇ ଯେତେ ଗଞ୍ଜାଇ ଚୋରାଚାଲାଣ ହେଉଛି ସେଥିରେ ସୋନପୁର ଜିଲ୍ଲାପୋଲିସ ମୁଖିଆଙ୍କ ଗେଲହ୍‌ାପୁଅ ସାଜିଥିବା ହୋମଗାର୍ଡମାନେ କାର୍ପଟଦାର ସାଜିଛନ୍ତି । ଚାକିରି ସିନା ହୋମଗାର୍ଡ ମାତ୍ର ତାଙ୍କର ଷ୍ଟାଇଲ କୋଟିପତି ଅଫିସର ଭଳି । ପୋଲିସ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ କି ଭିଜିଲାନ୍ସ ତାଙ୍କୁ ହାତ ମାରିପାରନ୍ତି ନାହିଁ । ଫଳରେ ଅନାୟାସରେ ସେମାନେ ଏଭଳି ଖାକିବର୍ଦ୍ଦିରେ କଳାକାରନାମା ଚଳାଇଛନ୍ତି ବୋଲି ଅଭିଯୋଗ ହେଉଛି । ଏବେ ଗଞ୍ଜାଇ ଚାଲାଣରେ ତରଭା ଥାନାର ହୋମଗାର୍ଡ ବିଜୟ ସାହୁ ବଲାଙ୍ଗୀର ପୋଲିସ ଦ୍ୱାରା ଗିରଫ ହୋଇ ଜେଲରେ ରହିଛି । ସେପଟେ ରାଜକୁମାର ନାମରେ ଉଲୁଣ୍ଡା ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । କିନ୍ତୁ ଏତେ ସବୁ ପରେ ମଧ୍ୟ ସୋନପୁର ଏସପି ମୁହଁ ଖୋଲୁନାହାଁନ୍ତି ଯାହାକି ତାଙ୍କୁ ମଧ୍ୟ ସନ୍ଦେହ ଘେରକୁ ନେଉଛି । ରାଜ୍ୟ ଗୃହ ବିଭାଗ ଓ ପୋଲିସ ଡିଜି ଏନେଇ ସ୍ୱତନ୍ତ ତଦନ୍ତ କରାଇ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲି ଜନସାଧାରଣରେ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026

You Might Also Like