-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
14-Oct-2023
ମର୍ଷୁଣ୍ଢି/ବୀରମହାରାଜପୁର(ଆର୍ତ୍ତତ୍ରାଣ ଖୁର୍ଡିଆ):
ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକ କେନଝିରିଆପାଲି ପଞ୍ଚାୟତ ଅଧିନସ୍ଥ ବାରଝୁଲା ଗ୍ରାମର ମହିଳା ସଂକୀର୍ତ୍ତନ୍ଯ ଦଳର ଗାୟିକା କୁମଦିନୀ ବେହେରାଙ୍କ ଶୁଦ୍ଧିକ୍ରିୟା ନିମିତ୍ତ ଏକାଦଶାହ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।ସେ ଏକାଧାରାରେ ଜଣେ ଗାୟିକା,ପରୋପକାରୀ,ମେଳାପୀ ତଥା ବନ୍ଧୁବତ୍ସଳା ମହିଳା ଥିବାରୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାରେ ଚିକିତ୍ସାଧିନ ଅବସ୍ଥାରେ ଚଳିତ ମାସ ୦୪ ବୁଧୁବାର ଦିନ ତାଙ୍କର ଇଶ୍ୱରାଲୋକ ଘଟିଥିଲା।ତାଙ୍କର ତିନି ପୁତ୍ର ଲାଲାଜୀ,ଟୁକୁ,ସିଲୁଙ୍କ ସମେତ ଦୁଇ ବିବାହିତା ଝିଅ ସୁଷମା,ସୀମାଙ୍କୁ ସମ୍ବେଦନା ଜ୍ଞାପନ ନିମିତ୍ତ ବହୁ ବନ୍ଧୁବର୍ଗ ଓ ପରିଜନ ଉପସ୍ଥିତ ରହି ଆଜି ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ଜଣାଯାଇଛି।