-+91-9937148622 |

prerana_bgr@rediffmail.com |

  Wednesday 6th May 2026 |

| | | |

R.N.I. Regd No. ODIODI/2010/46693

Breaking News

ବରିଷ୍ଠ ସମାଜ ସେବୀ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ   (06-May-2026)       ||      *ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   (05-May-2026)       ||      ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   (05-May-2026)       ||      ବିଜେପି ନେତା ଚିତ୍ତରଞ୍ଜନ ଦାସଙ୍କୁ ହତ୍ୟା ଧମକ   (05-May-2026)       ||      ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ୱ ♦️ ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି   (05-May-2026)       ||      ବାତ୍ୟା ଆଶଙ୍କା । ୮ରୁ ୯ ତାରିଖ ମଧ୍ୟରେ କେରଳ ଉପକୂଳରେ ସୃଷ୍ଟି    (05-May-2026)       ||      ଗୋଡଭଗାରେ ଡକ୍ଟର ଚିତ୍ତରଂଜନ ଜେନାକୁଂ ସମ୍ବର୍ଦ୍ଦନା ପ୍ରଦାନ କଲେ ଆଞ୍ଚଳିକ ସାହିତ୍ୟ ପରିଷଦ   (05-May-2026)       ||      ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ   (05-May-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୦ଟି ଦରଖାସ୍ତ ଗ୍ରହଣ, ୬ଟିର ତୁରନ୍ତ ସମାଧାନ   (05-May-2026)       ||      ବରପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ତ୍ରି ଦିବସୀୟ ସାମୁହିକ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ   (05-May-2026)       ||      ଚନ୍ଦନଭାଟି କଲ୍ୟାଣମଣ୍ଡପ ଉପରମହଲା ଉଦ୍‌ଘାଟନ କଲେ ନରସିଂହ   (05-May-2026)       ||      ବୁଢୀପଦର ଠାରେ ଷୋହଳପ୍ରହରୀ ନାମଯଂଜ୍ଞ ଅନୁଷ୍ଠିତ   (05-May-2026)       ||      ବାଘ୍ ନାଇଁ ଦେଖଲେ ବିଲେଇ ଦେଖ   (05-May-2026)       ||      କୁମ୍ଭାରି ଧାନ ମଣ୍ଡିରେ ଚାଷୀ ସଚେତନତା ସମାବେଶ   (05-May-2026)       ||      ଲାଦେରପାଲିରେ ସମାପନ ହେଲା ଚୋବିଶ ପ୍ରହରୀ ନାମଯଜ୍ଞ ର ରୈ।ପ୍ୟ ଜୟନ୍ତୀ ମହୋତ୍ସବ   (05-May-2026)       ||      ବରପାଲି ଶୀତଳଷଷ୍ଠୀ ତାଡ଼କାସୁର ଭୂମିକା ପାଇଁ ବରିଷ୍ଠ କଳାକାର ଜଗଦାନନ୍ଦ ମିଶ୍ରଙ୍କୁ ବରଣ   (05-May-2026)       ||      କାଲିମେଳା ବ୍ଲକ ଲୁଗେଲ ପଞ୍ଚାୟତରେ ଜିଲ୍ଲାପଳାଙ୍କ ଅଭିଯୋଗ ଶୁଣାଣି : ୬୧ଟି ଆବେଦନ ଗ୍ରହଣ ସହ ସେବା ପ୍ରଦାନ ପାଇଁ ସ୍ବତନ୍ତ୍ର କ୍ୟାମ୍ପ    (05-May-2026)       ||      ଦୀର୍ଘ ଦିନ ଧରି ପାଇପ୍ ମରାମତି ଅଭାବରୁ ପାଇପ୍ ପାଣି ଲିକ୍ ବସୁଧା ପାଣି ପାଇଁ ପାରୁନାହାନ୍ତି ରାଜେନିପ୍ଡିଆ ସାହି ଲୋକ ଅନ୍ତସନ୍ତ ହୋଇ ରହୁଛନ୍ତି ଗ୍ରାମ ବାସୀ   (05-May-2026)       ||      ଚାଷୀ ସଚେତନତା ସମାବେଶ    (05-May-2026)       ||      ରଘୁନାଥ ଜୀଉ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା   (05-May-2026)       ||     

HOME   ଜିଲ୍ଲା

ଗଞ୍ଜାମ ଚାଷୀ ସବୁ‌ କ୍ଷେତ୍ରରେ ପ୍ରତାରିତ, ତେଜୁଛି ଅସନ୍ତୋଷ

15-Dec-2020



(ପ୍ରେରଣା ଖବର) ବ୍ରହ୍ମପୁର: ଗଞ୍ଜାମ ଏକ କୃଷି ପ୍ରଧାନ ଜିଲ୍ଲା। ଜିଲ୍ଳାର ପ୍ରାୟ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭଳଶୀଳ। କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ଗଞ୍ଜାମ ଚାଷୀଙ୍କ ଚିର ସହଚର ପାଲଟିଛି। ପ୍ରତିବର୍ଷ ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରକୃତିକ ବିପର୍ଯ୍ୟୟ ସାଙ୍ଗକୁ ନକଲି ବିହନ, ସାର, ଜଳସେଚନ ଅଭାବ ଓ କୀଟନାଶକ ଭଳି ମନୁଷ୍ୟକୃତ ସମସ୍ୟା ନେଇ ଜିଲ୍ଲାର ଚାଷୀ ଅତିଷ୍ଠ। ଗୋଟିଏ ପଟେ ପ୍ରକୃତି ଦାଉ ସାଧୁଥିବା ବେଳେ ଅନ୍ୟପଟେ ସରକାରଙ୍କ ଖାମଖିଆଲି ନୀତି ଲାଗି ଗଞ୍ଜାମ ଚାଷୀ ସବୁ କ୍ଷେତ୍ରରେ ପ୍ରତାରିତ ହୋଇ ଆସୁଛି। କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷିନୀତିକୁ ବିରୋଧ କରି ଦେଶବ୍ୟାପୀ ଚାଷୀ ଆନ୍ଦୋଳନ ଚାଲିଛି। ଏ ଭିତରେ ଗଞ୍ଜାମ ପ୍ରତାରିତ ଚାଷୀଙ୍କ ମଧ୍ୟରେ ଅସନ୍ତୋଷର ନିଆଁ ଜଳୁଛି। ଗଞ୍ଜାମ ଜିଲ୍ଲାରେ ୪ଲକ୍ଷ ୩୪ହଜାର ହେକ୍ଟର ଚାଷୋପଯୋଗୀ ଜମି ରହିଛି। ସେଥିରୁ ପ୍ରତିବର୍ଷ ଖରିଫରେ ୪ଲକ୍ଷ ୬ହଜାର ହେକ୍ଟର ଜମିରେ ଚାଷ ହେଉଛି। ଏଥିରୁ ପ୍ରାୟ ୨ଲକ୍ଷ ୮୦ ହଜାର ହେକ୍ଟର ଜମି ଜଳସେଚିତ। କିନ୍ତୁ ରବିରେ ମାତ୍ର ୫୮ ହଜାର ୩୯୬ ହେକ୍ଟର ଜମିକୁ ଜଳଯୋଗାଣ ସମ୍ଭବ ହେଉଛି। ଜିଲ୍ଲାର ଏକମାତ୍ର ବୃହତ ଜଳସେଚନ ପ୍ରକଳ୍ପ ଋଷିକୁଲ୍ୟା ବ୍ୟାରେଜ ତିନୋଟି ମଧ୍ୟମ ଜଳସେଚନ ପ୍ରକଳ୍ପ ବାଘଲଟି, ଡହ ଏବ˚ ଘୋଡ଼ାହାଡ଼ ଡ୍ୟାମ୍‌ ଏବ˚ ୧୦୯୨ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଦ୍ବାରା ଚାଷ ଜମିକୁ ଜଳସେଚନ କରାଯାଉଛି। ଜିଲ୍ଲାର ପ୍ରାୟ ଅର୍ଦ୍ଧାଧିକ ଜମିକୁ ଜଳସେଚନ ହୋଇପାରୁ ନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା, ଖରିଫ୍‌ରେ ଜଳସେଚନ କିଛି ମାତ୍ରରେ ହୋଇ ପାରୁଥିବା ବେଳେ ରବିରେ ଜଳସେଚନର ବିକାଶ ହୋଇପାରୁ ନାହିଁ। ଋଷିକୁଲ୍ୟାର ଉଦ୍‌ବୃତ୍ତ ଜଳ ସମୁଦ୍ରକୁ ବହି ଯାଉଥିବା ବେଳେ ତାହାକୁ ସର˚କ୍ଷଣ କରି ରଖିବା ଲାଗି ଏଯାବତ୍‌ ଋଷିକୁଲ୍ୟା ଉପର ମୁଣ୍ତରେ ଡ୍ୟାମ୍‌ ହୋଇପାରି ନାହିଁ। ପିପଳପଙ୍କା ପ୍ରକଳ୍ପ ଦୀର୍ଘ ବର୍ଷ ହେଲା ପ୍ରସ୍ତାବରେ ରହିଛି। ଛେଳିଗଡ଼ ଓ ଘଟକେଶ୍ବର ଭଳି ଜଳସେଚନ ପ୍ରକଳ୍ପ ଦୀର୍ଘ ବର୍ଷ ହେଲା ନିର୍ମାଣଧୀନ ସ୍ଥିତରେ ଗଞ୍ଜାମରେ ୩ଲକ୍ଷ ୨୨ହଜାର ୬୬୦ ଚାଷୀ ପରିବାର ରହିଥିବା ବେଳେ ୫ ଲକ୍ଷ ୪ହଜାର ୮୦୬ କୃଷି ଉପରେ ନିର୍ଭରଶୀଳ ଶ୍ରମିକ ରହିଛନ୍ତି। କିନ୍ତୁ ଉପଯୁକ୍ତ କାମ ଓ ମଜୁରୀ ନ ମିଳିବାରୁ ଏବ˚ ଅଧିକ ଅର୍ଥ ରୋଜଗାର ଆଶାରେ କୃଷି ଶ୍ରମିକ ମାନେ ଭିଟାମାଟି ଛାଡ଼ି ରାଜ୍ୟ ବାହାରକୁ କାମଧନ୍ଦା ଅନ୍ବେଷଣରେ ଯାଉଛନ୍ତି। ବିଶେଷ କରି ଅଧିକା˚ଶ କୃଷି ଶ୍ରମିକ ସୁରତ ଯାଉଛନ୍ତି। ସୁରତ‌ରେ ଗଞ୍ଜାମର ୩ରୁ ୪ଲକ୍ଷ ଶ୍ରମିକ ସୁତାକଳରେ କାମ କରୁଛନ୍ତି। କରୋନା ସମୟରେ ଅର୍ଥାତ ଗତ ଏପ୍ରିଲରେ ସୁରତ ସୂତାକଳ ଶ୍ରମିକ କାମ ହରାଇ ଘରବାହୁଡ଼ା କରିବା ଓ କରୋନା ପରବର୍ତ୍ତୀ ଆର୍ଥିକ ସମସ୍ୟାକୁ ଅଙ୍ଗେ ନିଭାଇଛନ୍ତି। ଅନ୍ୟପକ୍ଷରେ ଚାଷୀର ଉତ୍ପାଦିତ ଫସଲକୁ ସରକାର ଉଚିତ ଦରରେ କିଣୁ ନାହାନ୍ତି। ଚାଷୀଙ୍କୁ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ ଦେବା ଲାଗି ସରକାର ଚାଷୀଙ୍କ ଠାରୁ ପ୍ରତିବର୍ଷ ଯୋଗାଣ ନିଗମ ଜରିଆରେ ଧାନ କିଣୁଛନ୍ତି। କିନ୍ତୁ ଗଞ୍ଜାମ ଜିଲ୍ଲାରେ ବିଚିତ୍ର ସ୍ଥିତି। ଜିଲ୍ଲାରେ ଧାନ ବିକ୍ରି କରିବା ଲାଗି ପଞ୍ଜୀକରଣ କରୁଥିବା ଚାଷୀଙ୍କ ମଧ୍ୟରୁ ମାତ୍ର ୪୫ ପ୍ରତିଶତ ଚାଷୀଙ୍କ ଠାରୁ ସରକାର ଆଦୌ ଧାନ କିଣୁନାହାନ୍ତି। ଗତ ୪ବର୍ଷ ମଧ୍ୟରେ ସରକାରଙ୍କୁ ଧାନ ବିକ୍ରି କରିବା ଲାଗି ୪ଲକ୍ଷ ୭୮ହଜାର ୫୪୨ଜଣ ପଞ୍ଜୀକରଣ କରିଥିଲେ। ଏଥିମଧ୍ୟରୁ ୨ଲକ୍ଷ ୨୦ହଜାର ୧୪୬ଜଣ ଚାଷୀଙ୍କ ଠାରୁ ସରକାର ଆଦୌ ଧାନ କିଣି ନାହାନ୍ତି। ଏହି ବାଟରେ ଜିଲ୍ଲାରେ ଚାଷୀ ଧାନ ବିକ୍ରି କରିବାକୁ ପଞ୍ଜୀକରଣ କରି ପ୍ରତାରିତ ହେଉଛନ୍ତି। ୨୦୧୭ ମସିହା ଖରିଫରେ ୨ଲକ୍ଷ ୭ହଜାର ୩୨୪ଜଣ ଚାଷୀଙ୍କ ଋଣ ଦେବାକୁ ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ୧ଲକ୍ଷ ୬୧ହଜାର ୨୬୨ଜଣ ଚାଷୀଙ୍କୁ କୃଷି ଋଣ ଦିଆ ଯାଇଥିଲା। ସେହିପରି ୨୦୧୮ ଖରିଫରେ ୧ଲକ୍ଷ ୯୮ହଜାର ୮୬୬ଜଣ କୃଷି ଋଣ ଦେବାକୁ ଟାର୍ଗେଟ ରହିଥିବା ୧ଲକ୍ଷ ୬୦ହଜାର ଚାଷୀଙ୍କୁ ଦିଆ ଯାଇଥିବା ଜଣାପଡ଼ିଛି। ସମବାୟ ବ୍ୟାଙ୍କ୍‌ ଜରିଆରେ ୧ଲକ୍ଷ ୨୧ହଜାର ୮୮୮ଜଣ ଚାଷୀଙ୍କୁ ୩୯୪ କୋଟି ୮୬ଲକ୍ଷ ଟଙ୍କା କୃଷି ଋଣ ଦିଆଯାଇଛି। ଜିଲ୍ଲାର ସମୁଦାୟ ଚାଷୀଙ୍କ ମଧ୍ୟରୁ ୫୨ ପ୍ରତିଶତ ଚାଷୀ କୃଷି ଋଣ ସୁବିଧା ପାଉଥିବା ଜଣାପଡ଼ିଛି। ଜିଲ୍ଲାର ଚାଷୀ ବାରମ୍ବାର ବିପର୍ଯ୍ୟୟର ସାମ୍ନା କରି ଆସୁଥିଲେ ହେଁ ଦୀର୍ଘ ୧୩ ବର୍ଷ ହେଲା ଚାଷୀଙ୍କ କୃଷି ଋଣ ଛାଡ଼ ହୋଇନାହିଁ। ଶେଷ ଥର ରାଜ୍ୟରେ ୨୦୦୭ ମସିହାରେ କୃଷି ଋଣ ଛାଡ଼ ହୋଇଥିଲା। କିନ୍ତୁ ଏହା ପରଠାରୁ କୃଷି ଋଣ ଛାଡ଼ ହୋଇନାହିଁ। କୃଷି ଋଣ ଛାଡ଼ ପାଇଁ ପ୍ରତିବର୍ଷ ଚାଷୀ ଆବେଦନ କରୁଛନ୍ତି, ବିଭିନ୍ନ ସ୍ତରରେ ଦାବି ଉଠିବା ସତ୍ତ୍ବେ ସରକାର ତାହାକୁ ଏଡ଼ାଇ ଯାଉଛନ୍ତି। ଏଣେ କୃଷି ଓ କୃଷକର ବିକାଶ ଲାଗି ଗତ ବର୍ଷ କାଳିଆ ଯୋଜନା ଏବ˚ ଚଳିତ ବର୍ଷ ବଳିଆ ଯୋଜନା ଘୋଷଣା କରିଛନ୍ତି। କାଳିଆ ଯୋଜନାକୁ ଚାଷୀ ଏକରକମ ଭୁଲିଯିବା ଆରମ୍ଭ କଲେଣି। ଦୀର୍ଘ ବର୍ଷ ତଳୁ କୃଷି ଋଣ ନେଇ ପରିଶୋଧ କରି ନ ଥିବା ଚାଷୀ( ଋଣ ଖିଲାପୀ ତାଲିକାରେ ଥିବା)ଙ୍କ ସଂଖ୍ୟା ଜିଲ୍ଲାରେ ୪୮ହଜାର। ସେମାନଙ୍କ ନାଁରେ ବର୍ଷ ବର୍ଷ ଧରି ଋଣ ଗଡୁଛି। ଅ‌ନେକେ ମରି ହଜି ଗଲେଣି। କିଛି ଚାଷୀ ଜମି ବିକ୍ରି କରି ସାରି ଚାଷୀ ତାଲିକାରେ ମଧ୍ୟ ନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨୦୦୭ ମସିହାରେ ରାଜ୍ୟ ସରକାର କୃଷି ଋଣ ଛାଡ଼ କରିଥିଲେ। ଏହା କେବଳ ଖିଲାପି ଚାଷୀଙ୍କ ପାଇଁ ଉଦ୍ଧିଷ୍ଟ ଥିଲା। କିନ୍ତୁ ଯେଉଁ ଚାଷୀ ଋଣ ନେଇ ଋଣ ଶୁଝୁଥିଲେ ସେମାନଙ୍କ କୃଷି ଋଣ ମଧ୍ୟ ଛାଡ଼ ହେଲା ନାହିଁ। ଏହାକୁ ନେଇ ସେତେବେଳେ ଚାଷୀଙ୍କ ମଧ୍ୟ ଅସନ୍ତୋଷ ଦେଖା ଦେଇଥିଲା। ଏପରି କି କିଷାନ ଗୋଲ୍‌ଡ କାର୍ଡ଼ ପାଇଥିବା ଚାଷୀ ବି ଏଥିରେ ଅସନ୍ତୁଷ୍ଟ ହୋଇ ଋଣ ସୁଝି ନ ଥିଲେ। ତା’ ପର ଠାରୁ ସେମାନଙ୍କ ନାମରେ ଋଣ ଗଡୁଥିବା ଜଣେ ଅଧିକାରୀ କହିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରିଷ୍ଠ ସମାଜ ସେବୀ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ   06-May-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   05-May-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   05-May-2026
  ଜିଲ୍ଲା  
ବିଜେପି ନେତା ଚିତ୍ତରଞ୍ଜନ ଦାସଙ୍କୁ ହତ୍ୟା ଧମକ   05-May-2026
  ରାଜ୍ୟ  
ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ୱ ♦️ ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି   05-May-2026
  ଜିଲ୍ଲା  
ବାତ୍ୟା ଆଶଙ୍କା । ୮ରୁ ୯ ତାରିଖ ମଧ୍ୟରେ କେରଳ ଉପକୂଳରେ ସୃଷ୍ଟି   05-May-2026
  ଜିଲ୍ଲା  
ଗୋଡଭଗାରେ ଡକ୍ଟର ଚିତ୍ତରଂଜନ ଜେନାକୁଂ ସମ୍ବର୍ଦ୍ଦନା ପ୍ରଦାନ କଲେ ଆଞ୍ଚଳିକ ସାହିତ୍ୟ ପରିଷଦ   05-May-2026
  ଜିଲ୍ଲା  
ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ   05-May-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୦ଟି ଦରଖାସ୍ତ ଗ୍ରହଣ, ୬ଟିର ତୁରନ୍ତ ସମାଧାନ   05-May-2026
  ଜିଲ୍ଲା  
ବରପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ତ୍ରି ଦିବସୀୟ ସାମୁହିକ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ   05-May-2026
  ଜିଲ୍ଲା  
ଚନ୍ଦନଭାଟି କଲ୍ୟାଣମଣ୍ଡପ ଉପରମହଲା ଉଦ୍‌ଘାଟନ କଲେ ନରସିଂହ   05-May-2026
  ଜିଲ୍ଲା  
ବୁଢୀପଦର ଠାରେ ଷୋହଳପ୍ରହରୀ ନାମଯଂଜ୍ଞ ଅନୁଷ୍ଠିତ   05-May-2026

You Might Also Like