-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
09-Oct-2023
ଲୋଇସିଂହା, (ପ୍ରେରଣା ଖବର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସାରା ଜନସମ୍ପର୍କ ପଦଯାତ୍ରା ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ରୁ ଆରମ୍ଭ ହୋଇଛି l ଦୀର୍ଘ ଏକ ମାସ ଧରି ଏହି ପଦଯାତ୍ରା ଚାଲିବ l ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନମଣ୍ଡଳୀ ତଲିଉଡ଼ାର ପଞ୍ଚାୟତ ରେ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ଙ୍କ ପୁତ୍ର ତଥା ଯୁବନେତା ନିହାର ରଞ୍ଜନ ବେହେରା ଙ୍କ ନେତୃତ୍ଵରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ପଦଯାତ୍ରା ଲୋଇସିଂହା ନିର୍ବାଚନମଣ୍ଡଳୀ ତଲିଉଡ଼ାର ପୂର୍ଣ୍ଣମାସୀ ମନ୍ଦିରରେ ପୂଜାର୍ଚ୍ଚନା କରି ଏକ ବିରାଟ ଶୋଭାଯାତ୍ରାରେ ବାହାରି ଉପରଉଡ଼ାର ଠାରେ ପହଁଚି ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ବିଜୁ ଜନତା ଦଳ ବ୍ଲକ ସଭାପତି ହୃଦାନନ୍ଦ ବେହେରା , ଜୋନ 33 ର ଜିଲ୍ଲାପରିଷଦ ସଭ୍ୟା ସଂଯୁକ୍ତା ବରିହା, ବ୍ଲକ ବିଜେଡି ସଭାନେତ୍ରୀ ଜୋସ୍ନାମୟି ନାଗ , ସମିତି ସଭ୍ୟା ସୁଦେଷ୍ଣl ପଟେଲ ସହ ଦଳର କର୍ମକର୍ତ୍ତା ସାମିଲ ହୋଇଥିଲେ l ବିଜୁ ଜନତା ଦଳ ର ବିଭିନ୍ନ ଜନହିତକର ଯୋଜନା ସଂପର୍କ ରେ ପ୍ରତି ପଞ୍ଚାୟତ,ବ୍ଲକ ଓ ଜିଲ୍ଲା ରେ ଲୋକଙ୍କ ପାଖ କୁ ଯାଇ ଅବଗତ କରାଉଛନ୍ତି l ଗାଁ, ପଞ୍ଚାୟତ ଗୁଡିକରେ ଲୋକଙ୍କ ବହୁ ସମର୍ଥନ ମିଲୁଛି l ଏହା ଦୀର୍ଘ ଏକ ମାସ ଧରି ଏହି ପଦ ଯାତ୍ରା ଅନୁଷ୍ଠିତ ହେବ l