-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

୮୪ଘର ଅଘରିଆ ସମାଜର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ,୧୦ହଜାର ଲୋକଙ୍କ ସମାଗମ, ଅଘରିଆ ଜାତିର ଇତିହାସ ଉପରେ ଗବେଷଣା ଓ ଜାତିରେ ଝୀଅଙ୍କୁ ପ୍ରଧାନ୍ୟଦେବାକୁ ଆହ୍ୱାନ

08-Oct-2023



ବଲାଙ୍ଗୀର,(ପ୍ରେରଣା ଖବର)-ପଶ୍ଚିମଓଡିଶାରେ ବସବାସ କରୁଥିବା ମୁଖ୍ୟତଃ ଚାଷିମାନଙ୍କ ମଧ୍ୟରେ ୮୪ଘର ଅଘରିଆ ସମାଜ ଅନ୍ୟତମ । ଏହି ଅଞ୍ଚଳରେ ଅଞ୍ଚଳରେ ଅଘରିଆଙ୍କ ପ୍ରଧାନ୍ୟ ବଢିଛି । କିନ୍ତୁ ଅଘରିଆ ସମାଜର ଇତିହାସ ଉପରେ ଯଥେଷ୍ଟ ଗବେଷଣା ହୋଇନାହିଁ । ୧୫୪୦ ମସିହା ସମୟରେ ଉତ୍ତରପ୍ରଦେଶର ଆଗ୍ରା ଅଞ୍ଚଳରୁ ଆସି ଏହି ମଧ୍ୟପ୍ରଦେଶ,ଛତିଶଗଡ,ଓଡିଶା,ଝାରଖଣ୍ଡ ଅଞ୍ଚଳରେ ବସବାସ କରିଥିବା ଅଘରିଆଙ୍କର ଏକ ସ୍ମରଣୀୟ ଇତିହାସ ହୋଇପାରିବ । ତେଣୁ ଅଘରିଆ ଜାତିର ଗବେଷକମାନେ ଏଦିଗରେ ଅଧିକ ଗବେଷଣା କରିବାକୁ ଆଜି ବଲାଙ୍ଗୀର କୋସଲକଳାମଣ୍ଡଳ ପଡିଆଠାରେ ଅଘରିଆ ସମାଜ ପକ୍ଷରୁ ଆୟୋଜିତ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଆହ୍ୱାନ ଦିଆଯାଇଛି । ଏହା ସହିତ ପୁଅ ଓ ଝିଅ ମଧ୍ୟ ପ୍ରଭେଦ ନରଖି ପୁଅଙ୍କ ସଂଖ୍ୟା ସାଙ୍ଗରେ ତାଳଦେଇ ଝିଅମାନଙ୍କୁ ଶିକ୍ଷା,ସ୍ୱାସ୍ଥ୍ୟ ଦିଗରେ ଆଗେଇନେବାକୁ ମଧ୍ୟ ଆହ୍ୱାନ ଦିଆଯାଇଛି । ଜିଲ୍ଲା ଅଘରିଆ ସମାଜର ସଭାପତି ସୁଭ୍ରାଂଶୁ ପଟେଲଙ୍କ ସଭାପତିତ୍ୱ ଓ ସଂପାଦକ ଦିଗାମ୍ବର ନାଏକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ଅତିରିକ୍ତ ଆରକ୍ଷୀଅଧିକ୍ଷକ ସୁରେଶ ନାଏକ,ସମ୍ମାନୀତ ଅତିଥି ଭାବରେ ଅଘରିଆ ସମାଜର ରାଜ୍ୟସଭାପତି ଦୀନବନ୍ଧୁ ନାଏକ,ମୁଖ୍ୟବକ୍ତା ଭାବରେ ତୁଷୁରା ତହସିଲଦାର ରବିନ୍ଦ୍ରକୁମାର ପଟେଲ ଓ ଅଘରିଆ ସମାଜର ଉପସଭାପତି ଲିଲି ପଟେଲ ମଞ୍ଚାସୀନ ରହିଥିଲେ । ମୁଖ୍ୟ ଅତିଥି ତାଙ୍କ

ବକ୍ତବ୍ୟରେ ଅଘରିଆ ସମାଜର ଏକତା ବଜାୟ ରଖିବାକୁ ଉଦବୋଧନ ଦେଇଥିଲେ । ବଲାଙ୍ଗୀର ଜିଲ୍ଲାରେ ଅଘରିଆ ସମାଜର ଏକତାରୁ ବିଭିନ୍ନ କାର୍ଯ୍ୟକ୍ରମ ସଫଳ ହୋଇପାରୁଛି ବୋଲି କହିଥିଲେ । ମୁଖ୍ୟବକ୍ତା ରବିନ୍ଦ୍ର ପଟେଲ ତାଙ୍କ ବକ୍ତବ୍ୟରେ ୧୫୪୦ ମସିହା ପରଠାରୁ ଏହି ଅଞ୍ଚଳରେ ଅଘରିଆମାନେ ବସବାସ କରିଆସୁଛନ୍ତି । କିନ୍ତୁ ପ୍ରଶାସନିକ ସେବାରେ ଅଘରୀଆଙ୍କ ସଂଖ୍ୟା କମ ରହିଛି । କେବଳ ପୋଲିସ ବିଭାଗରେ ମୋଟ ଉପରେ ୨ରୁ ୫% ପର୍ଯ୍ୟନ୍ତ ଲୋକ ରହିଛନ୍ତି ଯାହାକି ଗର୍ବର କଥା ବୋଲି କହି ଅଘରିଆ ସମାଜର ଇତିହସ ଉପରେ ଗବେଷଣା ଆବଶ୍ୟକ ବୋଲି କହିଥିଲେ । ଠିକ ସେହିପରି ଜିଲ୍ଲା ସଭାପତି ତାଙ୍କ ବକ୍ତବ୍ୟରେ ଜିଲ୍ଲାରେ ଅଘରିଆ ସମାଜ ପକ୍ଷରୁ ବିଗତ ଦିନରେ କରାଯାଇଥିବା କାର୍ଯ୍ୟକ୍ରମ ଉପରେ ବର୍ଣ୍ଣନା କରିଥିଲେ । ଏହା ସହିତ ସମାଜରେ ପୁଅମାନଙ୍କ ସଂଖ୍ୟା ତୁଳନାରେ ଝୀଅଙ୍କ ସଂଖ୍ୟା କମିଚାଲିଛି ଯାହାକି ଉଦବେଗର ବିଷୟ ବୋଲି କହିଥିଲେ । ସମାଜରେ ପୁଅ ଓ ଝିଅଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ । ତେଣୁ ଝିଅମାନଙ୍କ ଶିକ୍ଷା,ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯାଉ ବୋଲି ଆହ୍ୱାନ ଦେଇଥିଲେ । ସଭାପରେ ଅଘରୀଆ ସମାଜ ଶିଶୁ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରାୟ ୧୦ ହଜାର ଅଘରୀଆ ଲୋକଙ୍କ ସମାଗମରେ ନୂଆଖାଇ ଭେଟଘାଟର ସାଂସ୍କୃତିକ କାର୍ଯ୍ୟକ୍ରମରେ କୋସଳକଳାମଣ୍ଡଳ ପଡିଆ ଦୁଲୁକିଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପ୍ରାନ୍ତରୁ ଅଘରିଆ ସମାଜର ପୁରୁଷ/ମହିଳା ଯୋଗଦେଇଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like