-+91-9937148622 |

prerana_bgr@rediffmail.com |

  Friday 7th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   (07-Aug-2026)       ||      ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା   (07-Aug-2026)       ||      *ସୁବର୍ଣ୍ଣପୁର ଗସ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ୍*- *ଏସ ଆଇ ଆର୍ ଉପରେ କଲେ ସମୀକ୍ଷା*-   (07-Aug-2026)       ||      ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   (07-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   (07-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   (07-Aug-2026)       ||      ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||      ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   (06-Aug-2026)       ||      ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   (06-Aug-2026)       ||      କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   (06-Aug-2026)       ||      ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା    (06-Aug-2026)       ||      ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   (06-Aug-2026)       ||      ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ    (06-Aug-2026)       ||      ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   (06-Aug-2026)       ||     

HOME   ଜିଲ୍ଲା

ଶୀତରେ ଥରୁଛି ରାୟଗଡ଼ା

15-Dec-2020



(ପ୍ରେରଣା ଖବର) ରାୟଗଡ଼ା : ‘‘ଶୀତ କଲାରେ ମିତର ଭାଇ, ବାଟରେ ବସିଛି କାଚ କଣ୍ଡେଇ। ଖାଉଛି ଗଞ୍ଜେଇ ଗାଉଛି ଗୀତ, ପିଠିରେ ପକାଇ ନେଉଛି  ଶୀତ…’’।

ନିୟମଗିରି ସମେତ ଆଦିବାସୀ ଅଧ୍ୟୁଷିତ ମାଳଭୂମି ରାୟଗଡ଼ାର ଗାଁ ଗଣ୍ଡାରେ ଶୀତକୁ ନେଇ ଶୁଭୁଛି ଏମିତି ଲୋକ ଗୀତ। ସକାଳ, ସଞ୍ଜରେ ନିଆଁ ଉମେଇ ନିକଟରେ ବସି ଖଟି ଗପ ସହ ଗୀତ ଗାଇ ଶୀତକୁ ଉପଭୋଗ କରୁଛନ୍ତି ଡଙ୍ଗରିଆ, ଆଦିବାସୀ ଓ ସାଧାରଣ ସଂପ୍ରଦାୟର ଲୋକ ।ଗତ ଏକ ସପ୍ତାହ ହେଲା ରାୟଗଡ଼ାରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ପାରଦ ୧୬ ଡିଗ୍ରୀକୁ ଖସିଥିବା ବେଳେ  ମଧ୍ୟରାତ୍ରି ଓ ଭୋରରେ ଶୀତର ପ୍ରକୋପ ଅଧିକ ରହୁଛି। ପୂର୍ବ ବର୍ଷ ତୁଳନାରେ ଯଦିଓ ରାୟଗଡ଼ାରେ ଶୀତ ଏତେଟା ଅନୁଭବ ହୋଇନାହିଁ କିନ୍ତୁ ଆଗକୁ ଶୀତର ପ୍ରକୋପ ଅଧିକ ରହିବ। ଥଣ୍ଡା ପାଗରେ ବଣ, ଜଙ୍ଗଲ ସବୁଜ ବନାନିରେ ପରିପୂର୍ଣ୍ଣ ହୋଇଥିବା ପାହାଡ଼ି ତଳ ଅଞ୍ଚଳ ସୋରିଷ ଫୁଲରେ ସଜେଇ ହୋଇଛି। ଶୀତୁଆ ସକାଳ ସହିତ ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ କିଏ ମର୍ଣ୍ଣିଂ ୱାକରେ ବାହାରି ଘାଟି ଉପରକୁ ଯାଉଛନ୍ତି ତ କିଏ ନିଆଁ ପାଖରେ ଏବଂ କିଏ କିଏ ଚାହା ଖଟିରେ ଆଡ୍ଡା ଜମାଉଛନ୍ତି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ଜୀବନଶୈଳୀ ଶୀତ‌ରେ ଟିକେ ନିଆରା। ଜୀବନ ଜୀବିକାର ଦୋ ଛକିରେ ବନ୍ଧା ଆଦିବାସୀ ହାଡଫଟା ଶୀତକୁ ଖାତିର ନ କରି ରାତି ପାହିବା ପୂର୍ବରୁ କର୍ମକ୍ଷେତ୍ରକୁ ଗୋଡ଼ କାଡୁଛନ୍ତି। ମହିଳାମାନେ ରାତି ଅଧାରୁ ଜଙ୍ଗଲରୁ କାଠ ସଂଗ୍ରହ ପାଇଁ ଯାଉଥିବା ବେଳେ ପୁରୁଷମାନେ ଚାଷକାର୍ଯ୍ୟରେ ସାମିଲ୍ ହେଉଛନ୍ତି। ଶୀତରେ ବେଶ୍ ମନୋରମ ହୋଇ ଉଠୁଥିବା ମାଳଭୂମିର ସୌନ୍ଦର୍ଯ୍ୟକୁ କିନ୍ତୁ ଚଳିତ ବର୍ଷ ଉପଭୋଗ କରିବାରୁ ବଞ୍ଚିତ ହୋଇଛନ୍ତି ବିଦେଶୀ ପର୍ଯ୍ୟଟକ। କରୋନା କଟକଣା ପର୍ଯ୍ୟଟକଙ୍କ ବାଟ ଓଗାଳିଛି। ବି‌ଶେଷ କରି ନଭେମ୍ବରରୁ ଫେବ୍ରୁଆରୀ ମଧ୍ୟରେ ରାୟଗଡ଼ାକୁ ଅଧିକ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି। ନିୟମଗିରି ପାହାଡ଼ ଉପରେ ଥିବା ଡଙ୍ଗରିଆ ଗାଁ ସମେତ ଗୁଣପୁରର ଲାଞ୍ଜିଆ ସଉରା ରହୁଥିବା ଅଞ୍ଚଳରେ ବିଦେଶୀ ପର୍ଯ୍ୟଟକମାନେ ବୁଲିଥାନ୍ତି। ପାଣିପାଗ ବିଭାଗର ସୂଚନା ମୁତାବକ, ୩/୪ ଦିନ ପରେ ଶୀତର ପ୍ରକୋପ ଅଧିକ ରହିବ। ଏବେ ଜିଲ୍ଲାରେ ତାପମାତ୍ରା ସର୍ବାଧିକ ୨୮ ଡିଗ୍ରୀ ଏବଂ ସର୍ବନିମ୍ନ ୧୬ ଡିଗ୍ରୀ ରହୁଛି। ପାହାଡ଼ିଆ ଇଲାକାରେ ସର୍ବନିମ୍ନ ତାପମାତ୍ରା ଏବେ ୧୨ରୁ ୧୪ ଡିଗ୍ରୀ ମଧ୍ୟରେ ରହୁଛି। ଆଗକୁ ଶୀତ ବଢ଼ିଲେ ସର୍ବନିମ୍ନ ତାପମାତ୍ରା ସହରାଞ୍ଚଳରେ ୧୦ ଡିଗ୍ରୀ ଏବଂ ଗ୍ରାମାଞ୍ଚଳରେ ୬ରୁ ଡିଗ୍ରୀ ମଧ୍ୟରେ ରହିବ। ବିଷମକଟକ, କଲ୍ୟାଣସିଂହପୁର, ମୁନିଗୁଡାକୁ ଲାଗିଥିବା ନିୟମଗିରି ଅଞ୍ଚଳ ଓ କାଶୀପୁର ଖଣି ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ରହିବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   07-Aug-2026
  ଜିଲ୍ଲା  
ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା   07-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଗସ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ୍*- *ଏସ ଆଇ ଆର୍ ଉପରେ କଲେ ସମୀକ୍ଷା*-   07-Aug-2026
  ରାଜ୍ୟ  
ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   07-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   07-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   07-Aug-2026
  ରାଜ୍ୟ  
ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   07-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   07-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   06-Aug-2026
  ଜିଲ୍ଲା  
ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   06-Aug-2026
  ଜିଲ୍ଲା  
ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ   06-Aug-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   06-Aug-2026

You Might Also Like