-+91-9937148622 |

prerana_bgr@rediffmail.com |

  Friday 7th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   (07-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   (07-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   (07-Aug-2026)       ||      ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||      ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   (06-Aug-2026)       ||      ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   (06-Aug-2026)       ||      କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   (06-Aug-2026)       ||      ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା    (06-Aug-2026)       ||      ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   (06-Aug-2026)       ||      ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ    (06-Aug-2026)       ||      ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   (06-Aug-2026)       ||      ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   (05-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା    (05-Aug-2026)       ||      ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର    (05-Aug-2026)       ||     

HOME   ଜିଲ୍ଲା

୧୫୦ରୁ କେବଳ ୩ଟି ‘ବିଜୁ ଗାଁ ଗାଡ଼ି’ ଗଢ଼ୁଛି; ବଳକା ଗାଡ଼ି ଗଲା କୁଆଡେ?

15-Dec-2020



(ପ୍ରେରଣା ଖବର) ଜୟପୁର: ରାଜ୍ୟ ସରକାର ସବୁ ମାଓ ଉପଦ୍ରୁତ ଗ୍ରାମାଂଚଳ ସହ ଦୁର୍ଗମ ଗାଁ ଗୁଡିକ ସହ ବ୍ଲକ ସଦରମହକୁମାକୁ ଯୋଡିବା ପାଇଁ ଆରମ୍ଭ କରିଥିଲେ ବିଜୁ ଗାଁ ଗାଡ଼ି। ଗତ ୨୦୧୫ମସିହାରେ ଜିଲ୍ଲାର ୧୪ଟି ବ୍ଲକର ୨୨୬ଟି ପଂଚାୟତକୁ ବି ଗମନାଗମନର ରାସ୍ତା ସୁଦୃଢ଼ ଥିବା ଦର୍ଶାଇ ୮ଜଣରୁ ୩୨ଜଣ ପର୍ୟ୍ୟନ୍ତ ଯାତ୍ରୀ ନିଆଅଣା କରିବା ପାଇଁ ୧୫୦ଟି ବିଜୁ ଗାଁ ଗାଡ଼ି ଚଳାଯାଇଥିଲା। ଏପରିକି କିଛି ବସକୁ ୫ବର୍ଷିଆ ପକ୍କା ପରମିଟ୍ ଦେବାସହ ରୋଡଟ୍ୟାକ୍ସ ଓ ପରମିଟ୍ ଫି ଆଦି ସରକାରୀ କର ବି ଛାଡ କରାଯାଇଥିଲା। ଯେଉଁ ମହତ ଲକ୍ଷ୍ୟ ନେଇ ଏହି ସେବା ଆରମ୍ଭ କରାଯାଇଥିଲା ତାହା ଏବେ ବାଟବଣା। ଓଏସଆରଟିସିର ବିଜୁ ଗାଁ ଗାଡ଼ି ଯୋଜନାରେ ସାମିଲ ହୋଇଥିବା ୧୬ଖଣ୍ଡ ବସରୁ କୋଟିଆ, ଇନ୍ଦ୍ରାବତୀ, ଚିତ୍ରକୋଣ୍ଡା ଏଭଳି ୩ଟି ବସ ହିଁ ଚାଳୁଛି।୧୫୦ଟି ଗାଡିରୁ ଏବେ ହାତ ଗଣତି ୩ଟି ଗାଡ଼ି ହିଁ ଗଢ଼ୁଥିବା ସୂଚନା ମିଳିଛି। ବଳକା ୧୪୭ଟି ଗାଡ଼ି ଗାଏବ। ତେବେ ଏହି ଗାଡି ଗୁଡିକ ଗଲା କୁଆଡେ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି। ଲୋକେ ପୂର୍ବ ଭଳି ମାଓ ଉପଦ୍ରୁତ ଓ ଦୁର୍ଗମ ଗାଁ ଗୁଡିକର ଲୋକେ ପୁଣି ହଇରାଣ ହରକତ ହୋଇ ସେଭଳି ଅଟୋ କିମ୍ବା ବଲୋରରେ ବିପଦସଂକୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି। ଏପରିକି ଏହି ଯୋଜନାରେ ବସ, ସହ ବଲୋର, ସାବାରି, ମାର୍ଶଲ, କମାଣ୍ଡର ଆଦିକୁ ବି ସାମିଲ କରାଯାଇଥିଲା। ଏଥିରେ ୨୨୬ଟି ପଂଚାୟତରୁ ୧୭୦ଟି ପଂଚାୟତକୁ ୧୦୯ଟି ବସ ଏବଂ ୫୬ଟି ପଂଚାୟତକୁ ବଲୋର, ସାବାରି, ମାର୍ଶଲ, କମାଣ୍ଡର ଆଦି ସେବା ଯୋଗାଉଥିବା ଆଂଚଳିକ ପରିବହନ ବିଭାଗର ସାଇଟରେ ଦର୍ଶାଉଛି। ଏପରିକି କିଛି ନ୍ୟାସ୍ତସ୍ବାର୍ଥ ବ୍ୟକ୍ତି ବିଜୁ ଗାଁ ଗାଡ଼ି ଯୋଜନାରେ ନିଜ ଗାଡ଼ି ଗୁଡିକ ସାମିଲ କରି ଫି ଆଦିରେ ଛାଡ ପାଇବା ସହ ପକ୍କା ପରମିଟ୍‌ ପାଇବା ପରେ ଗାଡ଼ିରେ ଲାଗିଥିବା ଷ୍ଟିକରକୁ ବି ହଟାଇ ଦେଇଛନ୍ତି। ପ୍ରକୃତ ପକ୍ଷେ ଏସବୁ ଠିକରେ ଚାଳୁଛି କି ନାହିଁ, ଏହି ଗାଡ଼ିର ମାଲିକ ମାନେ ଠକାମି କରୁନାହାନ୍ତି ତ ଏହାକୁ ନେଇ ଜିଲ୍ଲାପ୍ରଶାସନ ସମୀକ୍ଷା କିମ୍ବା ଆଂଚଳିକ ପରିବହନ ବିଭାଗ ପକ୍ଷରୁ ଯାଂଚ ବି କରାଯାଉନି।ବିଜୁ ଗାଁ ଗାଡିକୁ ନେଇ ଜିଲ୍ଲାପ୍ରଶାସନ ଯେଭଳି ତତ୍ପରତା ଦେଖାଇ ବ୍ୟାପକ ଧରପଗଡ଼ କରି ଯାଂଚ କରିଲେ ଅନିମିୟତାତା କରୁଥିବା ଗାଡ଼ି ଗୁଡିକ ଧରାପଡିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଜୟପୁର ଓଏସଆରଟିସି ଜୋନର କୋଟିଆ, ଇନ୍ଦ୍ରାବତୀ, ଚିତ୍ରକୋଣ୍ଡା ଏଭଳି ୩ଟି ବସ ଚଳାଚଳ କରୁଛି ବୋଲି କହିଛନ୍ତି ଭାରାପ୍ରାପ୍ତ ଡିଟିଏମ୍ କାହ୍ନୁଚରଣ ସାହୁ। କିଛିଟା ଗାଡ଼ି ଚାଳିଛି, ତେବେ କେତେ ସଂଖ୍ୟାରେ ଚାଳିଛି ତାହା କହିବା ମୁସ୍କିଲ, ଗାଡ଼ି ଗୁଡିକ ପାଉ ନଥିବାରୁ କିଭଳି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆଂଚଳିକ ପରିବହନ ଅଧିକାରୀ ପ୍ରସନ୍ନ କୁମାର ଦାସ।


News Comment




Photo in News

Advertisment
Lastest News
  ରାଜ୍ୟ  
ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   07-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   07-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   07-Aug-2026
  ରାଜ୍ୟ  
ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   07-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   07-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   06-Aug-2026
  ଜିଲ୍ଲା  
ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   06-Aug-2026
  ଜିଲ୍ଲା  
ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ   06-Aug-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   06-Aug-2026
  ଜିଲ୍ଲା  
ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   06-Aug-2026
ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   06-Aug-2026
  ଜିଲ୍ଲା  
ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   06-Aug-2026

You Might Also Like