-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
06-Oct-2023
ବଲାଙ୍ଗୀର(ପ୍ରେରଣା ଖବର) ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ଓ ନେହେରୁ ଯୁବ କେନ୍ଦ୍ର ର ମିଳିତ ଆନୁକୁୁଲ୍ୟରେ ଆଜି ବଲାଙ୍ଗିର ସଦର ବ୍ଲକ ନିକଟସ୍ଥ ଏଗ୍ରିକଲଚର କଲୋନି ଓ ବଲାଙ୍ଗିର ସହରାଂଚଳ କଲେଜ ଛକ ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ କ୍ଲିନ ଇଣ୍ଡିଆ ୩.୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନେହେରୁ ଯୁବ କେନ୍ଦ୍ର ର ଜିଲ୍ଲା ଯୁବ ଅଧିକାରୀ ନରସିଂହା କୁମାର, କାର୍ଯ୍ୟକ୍ରମ ସହାୟକ ବିପିନ ବିହାରୀ ଜେନା, ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ, ଦିନେଶ ପ୍ରଧାନ, ଅସୀତ ରଂଜନ ସାହୁ, ଶଙ୍କର ସାହୁ ତଥା ଜିଲ୍ଲାର ସମସ୍ତ ବ୍ଲକର ନେହେରୁ ଯୁବ କେନ୍ଦ୍ର ଓ ଯୁବ କୁଲୁତା ସମାଜର ସଦସ୍ୟଗଣ ସହଯୋଗ କରିଥିଲେ ।