-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
02-Oct-2023
ବରପାଲି ବ୍ଲକ ଅନ୍ତର୍ଗତ କେବାଡ୍ ଗ୍ରାମରେ ତହଁକ ସାହିତ୍ୟ କୁଟୁମ ର ନୁଆଁଖାଇ ଭେଟ୍ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ଅନନ୍ତ ବ୍ରତ କମିଟି ବନ୍ଧପଡା ଦ୍ଵାରା ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ। ଗଣେଶ୍ଵର ଭୋଇଙ୍କ ସଭାପତିତ୍ବରେ ଦିଗାମ୍ବର ନାଏକ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନିରଞ୍ଜନ ପଣ୍ଡା, ପ୍ରୀତମ ଠାକୁର, ପଦ୍ମବାଗ ଯାଦବ ଯୋଗ ଦେଇଥିଲେ। ସମ୍ପାଦକ ରାଜେଶ ଦଣ୍ଡସେନା ବିବରଣୀ ପ୍ରଦାନ କରିଥିଲେ ଅକୃର ବାଗ ସ୍ଵାଗତ ଭାଷଣ ଦେଇଥିଲେ ଅତିଥି ପରିଚୟ ଦିଲିପ ମିଶ୍ର ଏବଂ ଅର୍ଜୁନ ସାହୁ ମଞ୍ଚ ପରିଚାଳନା କରିଥିଲେ। ସମାଜସେବୀ ଆଶୁତୋଷ ମେହେର ଏବଂ ଅନନ୍ତ ବ୍ରତ କମିଟୀ କେବାଡ କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଦ୍ଵିତୀୟ ଅଧିବେଶନ ରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା କବି ଶ୍ରିୟାକାନ୍ତ ଦାଶଙ୍କ ସଭାପତିତ୍ବରେ ଅଶୋକ ମିଶ୍ର, ନେପାଲ ବାଗ , ଦିବାକର ଯୋଶୀ, ଦୁର୍ବାଦଲ ମିଶ୍ର, ଦିଲୀପ ମିଶ୍ର ଜଗଦୀଶ ଭୋଇ ମଞ୍ଚାସୀନ ରହିଥିଲେ। ଆଲ୍ଲାଦିନୀ ପାଣିଗ୍ରାହୀ ଦାଶ, ରବିଚନ୍ଦ୍ର ସାହୁ, କବିତା ମିଶ୍ର ଏବଂ ସବିତା ମହରା କବିତା ସଂଯୋଜନା କରିଥିଲେ।
ଅନନ୍ତ ବ୍ରତ କମିଟୀ ଏବଂ ତହଁକ୍ କୁଟୁମ୍ ର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଶେଷରେ କବି ଦୁର୍ବାଦଲ ଖେତି ଧନ୍ୟବାଦ ଅର୍ପଣ କରିଥିଲେ।