-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
02-Oct-2023
ଭବାନୀପାଟଣା ( ତ୍ରିନାଥ ବେଶ୍ରା )
ଭବାନୀ ପାଟଣା ତାରିଣୀ ମନ୍ଦିର ରୋଡ ସ୍ଥିତ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ଗାନ୍ଧିଜୀ ଓ ଶାସ୍ତ୍ରିଜୀ ଜୟନ୍ତୀ ପାଳନ କରାଯାଇଛି | ମାନବ ସମାଜର ସୁସ୍ଥ ସୁନ୍ଦର ଜୀବନ ମୂଳରେ ସ୍ୱଚ୍ଛତା ଓ ସ୍ୱଚ୍ଛ ଭାରତ, ସୁସ୍ଥ ସମାଜ ଗଠନ ରେ ଛାତ୍ରଛାତ୍ରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ | ସ୍କୁଲ ର ଉପଦେଷ୍ଟା ମଣ୍ଡଳୀ ର ମୁଖ୍ୟ ସୂତ୍ତମ କୁମାର ନାୟକ, ବରିଷ୍ଠ ଶିଶୁ ଚିତ୍ରଶିଳ୍ପୀ ମୁକୁନ୍ଦ ରେଡ୍ଡୀ, ରାମେଶ୍ୱର ରାଉତ ଓ କବି ବିରଞ୍ଚି ନାରାୟଣ ମୁଣ୍ଡ ଅତିଥି ରୂପେ ଯୋଗ ଦେଇଥିଲେ ସକାଳେ ସ୍କୁଲ ର ସମସ୍ତ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ ଶର୍ମା କଲୋନୀ ଠାରୁ ବିବେକାନନ୍ଦ ମାର୍ଗ ସଫେଇ କାର୍ଯ୍ୟକ୍ରମ ହୋଇଥିଲା | ଅପରାହ୍ନ ସମୟ ରେ ବକୃତା ଓ ଚିତାଙ୍କନ ପ୍ରତିଯୋଗିତା ବିଭିନ୍ନ ସ୍କୁଲ ର ଶତାଧିକ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ସାମନ୍ତରାୟ, ମନୀଷା ସିନ୍ନା, ଅପରାଜିତା ମଲ୍ଲିକ, ସୋମ୍ୟରାଣୀ ମିଶ୍ର, ଚନ୍ଦ୍ରପ୍ରଭା ମିଶ୍ର, ସାଧନା ପ୍ରଧାନ, ବୃଷବ ଦାସ, ଶାନ୍ତି ଆରୁଖ, ନରେଶ ସୁନାନୀ ସହଯୋଗ କରିଥିଲା ବେଳେ ଶିକ୍ଷକ ସମ୍ପଦ ମୁଣ୍ଡ ଧନ୍ୟବାଦ ଦେଇଥିଲେ |