-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
01-Oct-2023
ବଲାଙ୍ଗିର (ପ୍ରେରଣା ଖବର ): ଆଜି ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ନିଜର କର୍ମୀ ମାନଙ୍କ ସହ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କରି ଲୋକଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ବୁଝାଇଥିଲେ l ପ୍ରତ୍ୟେକ ଗାଁ ରେ ସାଂସଦ ଙ୍କୁ
ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ବିଜେପି ର ମେରେ ଦେଶ ମେରେ ମିଟି କାର୍ଯ୍ୟକ୍ରମ ରେ ଶତାଧିକ ଗ୍ରାମବାସୀ ସାମିଲ ହୋଇଥିଲେ l ଦେଓଗାଁ ବ୍ଲକ ସାରସ୍ ମାଲ୍ ,ଚୋର ମରl, ଧଣ୍ଡାମାଳ,ଡୁମେର୍ ଜୋର୍ , ଡାହିମାଲ୍ , ଲଣ୍ଡା ପଥର,
କରୁଆ ଝର , ସିଲେଟ୍ କାନି , ବଡବନ୍ଧ୍, ସିକୁଆଁ , ମୁରଶିଙ୍ଗ, ବହଲି, କୁତୁର୍ଲା,ହାତୀସରା, ନାଇକକେନଶିରା ଆଦି ଗ୍ରାମ ପରିଦର୍ଶନ କରି ସାଂସଦ ଶ୍ରୀମତୀ ସିଂଦେଓ ଲୋକଙ୍କ ଅଭାବ ଅସୁବିଧା ବୁଝିଥିଲେ । ପ୍ରତ୍ୟେକ ଗ୍ରାମରେ ସାଂସଦଙ୍କ ସମେତ ବିଜେପି କର୍ମୀ ଓ କର୍ମକର୍ତ୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବଲାଙ୍ଗୀର ସାଂସଦ ଶ୍ରୀମତୀ ସିଂହଦେଓ କେନ୍ଦ୍ର ସରକାରଙ୍କ ହର୍ ଘର ନଲ୍ ଯୋଜନା, ଆବାସ ଯୋଜନା, ଉଜାଲା ଯୋଜନା ଆଦି ପ୍ରଗତିଶୀଳ ଯୋଜନା ସଂପର୍କରେ ଲୋକଙ୍କୁ ବଝାଇବା ସହ ଆଗାମୀ ଦିନରେ ରାଜ୍ୟର ସମୃଦ୍ଧି ଓ ସୁଶାସନ ପାଇଁ ବିଜେପି ହିଁ ଏକମାତ୍ର ବିକଳ୍ପ ବୋଲି କହିଥିଲେ । ସାଂସଦଙ୍କ ସହ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ, ଶଶୀ ସାହୁ , ଦେଓଗାଁ ମଣ୍ଡଳ ସଭାପତି ବାସୁ ସିଂହନୀନା, ସାଂସଦ ଙ୍କ ଦେଓଗାଁ ବ୍ଲକ ପ୍ରତିନିଧି ଅମିତ ସିଂ ନୀନା , ଯୁବ ମୋର୍ଚାର ପାର୍ଥ କରନ୍ , ଦେବରାଜ ନାହାକଙ୍କ ସମେତ ଶତାଧିକ ବିଜେପି କର୍ମୀ ବିଭିନ୍ନ ଗ୍ରାମ ପରିଦର୍ଶନ କରି ତୃଣମୂଳସ୍ତରରେ ବିଜେପିକୁ କିପରି ସୃଦୃଢ଼ କରାଯାଇ ପାରିବ ସେ ନେଇ ଜନସାଧାରଣ ଙ୍କ ସହ ଆଲୋଚନା କରିଥିଲେ l