-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
27-Sep-2023
ସୋନପୁର (ମନୋରଞ୍ଜନ ତ୍ରିପାଠୀ ): ଓଡ଼ିଶା ଜେଲ୍ କର୍ମଚାରୀ ମହାସଂଘ ଡାକରା କ୍ରମେ ସୋନପୁର ଜେଲ୍ କର୍ମଚାରୀ ମଧ୍ୟ ଜେଲ୍ ଆଗରେ ଆମରଣ ଅନଶନ ରେ ଧାରଣା ରେ ବସିଛନ୍ତି। ଗଣମାଧ୍ୟମ ଆଗରେ ତାଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ୱାଡ଼ର୍ ଙ୍କ ପେ ୧୯୦୦ ରୁ ୨୦୦୦ ଓ ଚିପ୍ ୱାଡ଼ର୍ ଙ୍କ ପେ ୨୦୦୦ ରୁ ୨୪୦୦ କୁ ବୃଦ୍ଧି। କାରାରକ୍ଷା ରୁ ମୁଖ୍ୟ କାରାରକ୍ଷା ପଦବୀ ପାଇଁ ପୁରୁଣା ପଦୋନ୍ନତି ନିୟମ (ବରିଷ୍ଠ ଭିତ୍ତି କ )୨୦୧୨ କୁ ଲାଗୁ କରିବା, ଉପଖଣ୍ଡ ସ୍ଥରକୁ ବଦଳି ନିୟମ କୋହଳ କରିବା, ଖାଦ୍ୟ ଭତ୍ତା ୪୦୦ ରୁ ୧୪୦୦ କୁ ବୃଦ୍ଧି, ଏବଂ ସପ୍ତମ ବେତନ କମିଶନ୍ ୨୦୧୭ ଅନୁଯାୟୀ ୧୩ ମାସିଆ ଦରମା ବୃଦ୍ଧି କରିବାକୁ ଆମେ ସରକାର ଙ୍କ ପାଖରେ ଦାବୀ ଉପସ୍ଥାପନା କରିଛୁ l ଏହି ପାଞ୍ଚ ଦଫା ଦାବି ରେ ବସିଥିବା ଜେଲ୍ କର୍ମଚାରୀ ମଧ୍ୟରୁ ତିନି ଜଣ ଗୁରୁତର ହେବାରୁ ଗତ କାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେ ଚିକିତ୍ସା ହେଉ ଥିବା ଏ କର୍ମଚାରୀ ପ୍ରକାଶ କରିଛନ୍ତି। ଏକ ଉଚ୍ଚ ସ୍ତରୀୟ ବୈଠକ ମହାସଂଘ ସହ ବସି ଆଲୋଚନା ହେଉଥିବା ଓ ଦାବୀ ପୂରଣ ହେବା ଆଶା ରଖି ଜେଲ୍ କର୍ମଚାରୀ ଅନଶନ ଧାରଣା ସାଙ୍ଗକୁ ଶୃଙ୍ଖଳିତ ଭାବେ ନିଜର କର୍ତ୍ତବ୍ୟ ମଧ୍ୟ କରି ଚାଲିଥିବା ବିଷୟ ଗଣମାଧ୍ୟମ ଆଗରେ ଆଜି ଏମାନେ ପ୍ରକାଶ କରିଛନ୍ତି। ଏବଂ ଏ ଅନଶନ ର ଦ୍ଵିତୀୟ ଦିନ ଠାରୁ ସୋନପୁର ଉପ କରାଗାର ଠାରେ ଓଡିଶା ପୋଲିସ କର୍ମଚାରୀ କାର୍ଯ୍ୟ ଭାର ର ଦାୟିତ୍ୱ ନେଇଥିବା ଜଣାପଡିଛି l