-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
22-Sep-2023
ବଲାଙ୍ଗିର : ଆଜି ବଲାଙ୍ଗିର ମାଲପଡା ବାସୀନ୍ଦା ଶ୍ରୀମତୀ ରମାରାଣୀ ଶତପଥୀଙ୍କ ୭୩ ବର୍ଷ ବୟସରେ ପରଲୋକ ହୋଇଯାଇଛି l କିଛିଦିନ ହେବ ରମାରାଣୀ କିଡନୀ ରୋଗରେ ଆକ୍ରାନ୍ତ ହୋଇ ସମ୍ବଲପୁର ବିକାଶ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବଲାଙ୍ଗିରର ପ୍ରତିଷ୍ଠିତ ଓକିଲ ସ୍ଵର୍ଗତ ରମେଶ ଚନ୍ଦ୍ର ଶତପଥି ଙ୍କ ସେ ଧର୍ମ ପତ୍ନୀ ଥିଲେ।ବଲାଙ୍ଗିର ବ୍ରାହ୍ମଣ ପଡ଼ା ସ୍ଥିତ ଶ୍ମଶାନ ଘାଟରେ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।ଏହି ଅନ୍ତିମ ସଂସ୍କାରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ। ରୋଟାରୀ କ୍ଲବ ସେଣ୍ଟ୍ରାଲ, ମାଲପଡ଼ା ରାମସ୍ଵାମୀ କମିଟି,ମାଲପଡ଼ା ନାଗରିକ କମିଟି ର ବହୁ ସଦସ୍ୟ ମୃତ୍ଯ ଖବର ଶୁଣିବା ପରେ ଶେଷ ଦର୍ଶନ ପାଇଁ ତାଙ୍କ ମାଲପଡ଼l ବାସଭବନରେ ପହଞ୍ଚି ଥିଲେ l ମୃତ୍ୟୁ ଶଯ୍ୟାରେ ରମାରାଣୀ ଙ୍କ ଦୁଇ ପୁଅ ଜ୍ଞାନ ରଞ୍ଜନ , ବିଜ୍ଞାନ ରଞ୍ଜନ, ପୁତ୍ରବଧୂ ମଧୁମିତା , ବର୍ଷା ,ଝିଅ ଶ୍ଵେତାଲୀନା, ଜ୍ୱାଇଁ ପ୍ରଶାନ୍ତ ନନ୍ଦ ଓ ଶତପଥୀ ପରିବାର ବର୍ଗ ଉପସ୍ଥିତ ଥିଲେ l
ରମାରାଣୀ ଜଣେ ମିଷ୍ଟଭାଷୀ, ମେଳାପୀ, ଓ ଧର୍ମ ପରାୟଣା ମହିଳା ଭାବରେ ଜଣାଶୁଣା ଥିଲେ l ଅନ୍ତିମ ସଂସ୍କାର ବେଳେ ତାଙ୍କ ଜ୍ୟେଷ୍ଠ ପୁତ୍ର ଜ୍ଞାନରଞ୍ଜନ ମୁଖାଗ୍ନି ପ୍ରଦାନ କରିଥିଲେ।ରମାରାଣୀ ଙ୍କ ବିୟୋଗରେ ମାଲପଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l