-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
22-Sep-2023
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ର ପ୍ରସିଦ୍ଧ ହରଗୈ।ରୀ ଯାତ୍ରା ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖ ଠାରୁ ୪ନଭେମ୍ବର ପର୍ଯ୍ୟନ୍ତ ସହରର ଢେରାପଡା ଠାରେ ଆୟୋଜିତ ହେବ। ଏଥିପାଇଁ ଆଜି ସ୍ଥାନୀୟ ବୁଢ଼ିମା କଲ୍ୟାଣ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତି ୨ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି ଯାତ୍ରା କୋଭିଡ ପାଇଁ ଗତ ୨୦୧୯ ରେ ନିରାଡମ୍ବର ଭାବରେ କେବଳ ରୀତିକାନ୍ତୀ ଅନୁଯାୟୀ ଆୟୋଜିତ ହୋଇଥିଲା ବେଳେ ଚଳିତ ବର୍ଷରେ ଅତ୍ୟନ୍ତ ଜାକଜମକରେ ଏହା ଆୟୋଜନ କରିବା ପାଇଁ ଆଜିକାର ବୈଠକ ରେ ନିଷ୍ପତ୍ତି ହୋଇଛି। ଯାତ୍ରା ର ସୁ ପରିଚାଳନା ପାଇଁ ଏକ ପରିଚାଳନା କମିଟି ଗଠନ କରାଯାଇଛି। ସଭାପତି ଭାବରେ ପୁଣିଥରେ ଦିଲ୍ଲୀପ ପାତ୍ର ସଂପାଦକ ଭାବରେ ଜନ୍ମେଜୟ ପାତ୍ର ଙ୍କୁ ମନୋନୀତ କରାଯାଇଛି ସେହିପରି ଉପ ସଭାପତି ଆନନ୍ଦ ପାତ୍ର,ସହ ସଂପାଦକ ବି. ସତ୍ୟନାରାୟଣ ରାଓ, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ପାତ୍ର,ସ଼ହ କୋଷାଧ୍ୟକ୍ଷ ଭାବରେ ସନ୍ତୋଷ ପାତ୍ର ଓ ପ୍ରଦ୍ୟୁମ୍ନ ପାତ୍ର ରହିଛନ୍ତି। ସେହିପରି ସାଂସ୍କୃତିକ କମିଟିରେ ସ୍ଵରୁପ ପାତ୍ର,ନାଗେଶୁ ପାତ୍ର, ପି.ରାଜକିଶୋର ରାଓ, ପ୍ରଦ୍ୟୁମ୍ନ ପାତ୍ର, ସୁରଜ ପାତ୍ର, ଅକ୍ଷୟ ପାତ୍ର,ଅର୍ଥ କମିଟି ରେ ଅକ୍ଷୟ ପାତ୍ର, ପ୍ରଫୁଲ୍ଲ ପାତ୍ର, କେ.ସହଦେବ ପାତ୍ର , ରାମଚନ୍ଦ୍ର ପାତ୍ର, ସୁଦର୍ଶନ ପାତ୍ର (ଲୁଲୁ),ପି ରାମେଶୁ ରାଓ,ପୂଜା ଓ ଉପଦେଷ୍ଟା କମିଟି ରେ ନିମନ୍ ନାରାୟଣ ପାତ୍ର,ଗୋପାଲ ପାତ୍ର,ଓଟଲ ନାରାୟଣ ପାତ୍ର,ରାମକୁମାର ପାତ୍ର, ଗୋବିନ୍ଦ ପାତ୍ର, ନାଗେଶ୍ଵର ରାଓ ଓ କାର୍ଯ୍ୟାଳୟ ପ୍ରମୁଖ ଭାବରେ କେ .ସହଦେବ ପାତ୍ର,ଶ୍ୟାମ ସୁନ୍ଦର ପାତ୍ର,ବି.କାହ୍ନୁଚରଣ ଓ ପ୍ରଦ୍ୟୁମ୍ନ ପାତ୍ର ପ୍ରମୁଖ ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି। ଚଳିତ ବର୍ଷ ରାଜ୍ୟ ତଥା ରାଜ୍ୟ ବାହାରର ପାରଂପାରିକ କଳାକାର ମାନଙ୍କ ଦ୍ବାରା ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏବର୍ଷର ବଜେଟ ସମୁଦାୟ ୨୫ଲକ୍ଷ ରଖାଯାଇଛି ବୋଲି ପରିଚାଳନା କମିଟି ସୁତ୍ରରୁ ସୂଚନା ଦିଆଯାଇଛି।