-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
21-Sep-2023
ବଲାଙ୍ଗୀର-(ପ୍ରେରଣା ଖବର ): ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନିଜର ଉଲ୍ଲେଖଯୋଗ୍ଯ ଅବଦାନ ପାଇଁ ଓଡିଶା ର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଙ୍କ ଦ୍ବାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି । କଟକ ସ୍ଥିତସାରଳା ଭବନ ଠାରେ ଶ୍ରୀଅରବିନ୍ଦ ମେଡିକାଲ ଏସୋସିଏସନ ତରଫରୁ ଆୟୋଜିତ ୩୪ତମ ଅଲ ଓଡିଶା କନଫରେନ୍ସ ଅବସରରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ରାଜ୍ୟସ୍ତରୀୟ ଅଲ୍ଟ୍ରାସାଉଣ୍ଡ ପ୍ରଶିକ୍ଷକ ତଥା ବଲାଙ୍ଗୀର ଜିଲ୍ଲାର ସଇନ୍ତଳା ସି ଏଚ୍ ସି ରେ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଭାବରେ କାର୍ଯ୍ଯ କରୁଥିବା ଡାକ୍ତର ସମରେନ୍ଦ୍ର ମହାପାତ୍ରଙ୍କୁ ମାତୃ ଓ ଶିଶୁ ମୃତ୍ୟୁହାର କମ କରିବା ଓ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ପ୍ରମାଣପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। ଓଡିଶାର ଗ୍ରାମାଞ୍ଚଳରେ ଅପହଞ୍ଚ ସ୍ବାସ୍ଥ୍ୟସେବା ପାଇଁ ବିଭିନ୍ନ ଅଞ୍ଚଳରେମାତୃମୃତ୍ୟୁହାର ଓ ଶିଶୁ
ମୃତ୍ୟୁହାର ବଢୁଥିବା ବେଳେ ସଇନ୍ତଳା ଅଞ୍ଚଳରେ ଏହାକୁ ହ୍ରାସ କରିବାରେ ଉଲ୍ଲେଖଯୋଗ୍ଯ ସଫଳତା ପାଇଛନ୍ତି ଡାକ୍ତର ମହାପାତ୍ର। ତାଙ୍କର ଏହି ପୁରସ୍କାର ପ୍ରାପ୍ତି ଅଞ୍ଚଳରେ ଖୁସିର ଛାୟା ଖେଳାଇ ଦେଇଥିବା ଜଣାପଡିଛି। ଏହି ସମାରୋହରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ଓପ୍ରଫେସର ଡ.ଶ୍ୟାମ କାନୁନଗୋ, ଡାକ୍ତର ହସମୁଖଲାଲ, ଡାକ୍ତର ଜୟନ୍ତ କୁମାର ପଣ୍ଡା ଓ ଅନ୍ଯମାନେ ଉପସ୍ଥିତ ଥିଲେ।