-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
21-Sep-2023
ମୁରିବାହଲ(ସୁଦାମ ଚରଣ ବଘାର): ମୁରିବହାଲ ବ୍ଲକ ହଳଦୀ ଗ୍ରାମ ର ପଶାୟତ ପଡ଼ାବାସୀ ଏକତ୍ର ମିଶି ନୂଆ ଖାଇ ଭାଇଚାରା ର ଏକ ବାସ୍ତବ ଉଦାହରଣ ସୃଷ୍ଟି କରିଛନ୍ତି। ବାରପାଲି ହଳଦୀ ର ଚକ୍ରଧର ପଶାୟତ ଙ୍କ ବଂଶଧର ଛୋଟ ରୁ ବଡ଼ ମିଶି ୧୧୧ ଜଣ ପରିବାର ଅଟନ୍ତି। ବୃତ୍ତି ରେ ବାରିକ କାମ କରି ପେଟ ପୋଷୁଥିବା ବେଳେ ଏହି ପରିବାର ରୁ ଅନେକ ଉଚ୍ଚ ଶିକ୍ଷିତ ବ୍ୟକ୍ତି ତଥା ଭାରତୀୟ ସେନାବାହିନୀ ରେ ଯୋଗଦାନ କରି ପରିବାର ତଥା ଅଂଚଳର ସୁନାମ ଅର୍ଜନ କରିଛନ୍ତି ।ଏହି ପରିବାର ନିଜ ବୃତ୍ତିକୁ ସମ୍ବଳ କରି ଭାଗବତ କଥା, ପାରାୟଣ, ନାମଯଜ୍ଞ ତଥା ବିଭିନ୍ନ
ଆଧ୍ୟାତ୍ମିକ କାର୍ଯକ୍ରମ ମଧ୍ୟ ଅନୁଷ୍ଠିତ କରିଥାନ୍ତି । ନୂଆଁଖାଇ ପଶ୍ଚିମ ଓଡ଼ିଶାର ଏକ ମହାନ ଗଣପର୍ବ, ଭାରତ ବର୍ଷରେ ନୂଆଁଖାଇ ଏକ ଏପରି ପର୍ବ ଯାହା ପରିବାର, ଗାଁ, ଅଞ୍ଚଳ, ଜାତି ତଥା ଦେଶକୁ ଗୋଟିଏ ସୂତାରେ ବାନ୍ଧିବାରେ ସକ୍ଷମ ହୋଇଥାଏ,ତେଣୁ ଏହି ଭାଇ ଚାରାର ପର୍ବରେ ପଶାୟତ ପଡା ବାସୀ ଏକତ୍ର ନୂଆ ଖାଇ ସମାଜକୁ ଗୋଟିଏ ସୂତାରେ ବାନ୍ଧିବାର ଅଞ୍ଚଳ ପାଇଁ ଏକ ନୂଆ ଉଦାହରଣ ଟିଏ ସୃଷ୍ଟି କରିବା ସାଙ୍ଗେ ସୁଦର୍ଶନ ପଶାୟତ, ଘନଶ୍ୟାମ ପଶାୟତ, ଋଷଭ ପଶାୟତ,ବେଣୁଧର ପଶାୟତ, କେଶବ ପଶାୟତ, ଅକ୍ଷୟ ପଶାୟତ, ବିନୋଦ ପଶାୟତ,ବସନ୍ତ ପଶାୟତ, ଦିଲୀପ କୁମାର ପଶାୟତ ପ୍ରମୁଖ ଏହି ପର୍ବର ଆୟୋଜନ କରି ଭାଇଚାରା ର ଏକତାର ସଂକଳ୍ପ ନେଇଛନ୍ତି ଓ ଅଂଚଳରେ ଏକ ଉଦାହରଣ ସ୍ରୁଷ୍ଟି କରିଥିବା ନେଇ ଅଂଚଳବାସୀ ପ୍ରଶଂସା କରିଛନ୍ତି।