-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
20-Sep-2023
(ପ୍ରେରଣା ଖବର )
ଯୁଯୋମୁରା,ବ୍ଲକ୍ କୁକୁଡ଼ାପାଲି ପଞ୍ଚାୟତ ଅନ୍ତର୍ଗତ ଗମ୍ଭାରିପଙ୍କ ଗ୍ରାମ ପାଲିତ ହେଲା ନୁଆଁଖାଇ ପର୍ବ | ଦିନ ବେଳା ସମସ୍ତେ ନିଜ ନିଜ କୁଳ ଦେବୀ କୁ କୌଳିକ ପରମ୍ପରା ରେ ପୂଜାର୍ଚ୍ଚନା ପରେ ନୁଆଁଖାଇ ଥିଲେ ଓ ସାନ୍ଧ୍ୟ ସମୟରେ ଗ୍ରାମର ହନୁମାନ ମନ୍ଦିର ନିକଟରେ ଗଣେଶ ପୁଜା କମିଟି ଓ ପ୍ଲାଣ୍ଟ କ୍ଲବ୍ ଆନୁକୁଲ୍ୟରେ ଆୟୋଜିତ ହୋଇଥିଲେ ନୂଆଖାଇ ଭେଟ ଘାଟ | ନୁଆଁଖାଇ ଭେଟ ଘାଟ ର ପ୍ରାରମ୍ଭ ରେ ଗ୍ରାମ ପୂଜକ ମାଁ ସମ୍ଲେଇ କୁ ବୈଦିକ ମତେ ପୁଜା ବିଧି ସମାପନ କରିଥିଲେ | ତା ପରେ ଗ୍ରାମର ବୈଯସ୍ଥ ବ୍ୟକ୍ତ ଏକାଠି ହୋଇ ଜୁହାର୍ ଭେଟ୍ ହୋଇଥିଲେ |ଏହି ପରିପେକ୍ଷିରେ ମୁଖ୍ଯ ଅତିଥି ଭାବରେ ଦେବେନ୍ଦ୍ର ମହାପାତ୍ର ରେଡ଼ାଖୋଲ୍ ବିଧାୟକ ପ୍ରାର୍ଥୀ ମୁଖ୍ୟ ବକ୍ତା ଭାବରେ ଆକାଶବାଣୀ କଳାକାର ତେଜରାଜ୍ ନାଏକ,ସମ୍ମାନିତ ଅତିଥି ଭାବରେ ସମିତି ପ୍ରାଥୀ ସସ୍ମିତା ଦେହେରି,ଅଜିତ ସାହୁ ଉପସ୍ଥିତ ଥିଲେ |ଶ୍ରୀ ପ୍ରଦ୍ୟୁମ୍ନ ବିଶି ଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହାକୁ କବି ମହେଶ୍ୱର ନାଏକ ପରିଚାଳନା ଭାର ତୁଲାଇ ଥିଲେ,ଯୋଗେଶ୍ୱର ଭୋଇ,ପରକ୍ଷିତ ଦେହେରି ମୁଖ୍ୟ ସହଯୋଗ କରିଥିଲେ | ସତ୍ୟନାରାୟଣ ପଧାନ,ସଂସାର ଭୁଏ,ସାରଙ୍ଗ ପଟ୍ଟନାୟକ ,ବିରଞ୍ଚି ନାରୟଣ ପଣ୍ଡା ପରମା ନନ୍ଦ ବାରିକ ମଂଚସ୍ଥ ଅତିଥି ଥିବାବେଳେ ଗ୍ରାମର ଆବାଳ ବୃଦ୍ଧ ବନିତା ସମସ୍ତେ ଉପସ୍ଥିତ ରହି ଥିଲେ | ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ଶେଷରେ ଉମାକାନ୍ତ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |