-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
14-Sep-2023
ବରଗଡ, - ବିକାଶ ଲ’ ସ୍କୁଲରେ ଡି.ଏଲ୍.ଏସ୍.ଏ ଓ ବିକାଶ ଲ ସ୍କୁଲର ମିଳିତ ଆନୁକୂଲ୍ୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିକାଶ ଲ’ ସ୍କୁଲର ଅଧ୍ୟକ୍ଷ ବିକ୍ରମ କୁମାର ଦାସ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଂଯୋଜକ ଅଧ୍ୟାପକ ଶିବାନନ୍ଦ ସାହୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଲ ସ୍କୁଲର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଡ. ଦାସ୍ ଆଲୋଚ୍ୟ ବିଷୟ “ ଝବଲରଗ୍ଧଚ୍ଚ କ୍ଟଦ୍ଭ ଝକ୍ଟମସବକ୍ଷ ଗରୟସବ ଚକ୍ଷବଗ୍ଧଲକ୍ଟକ୍ସଜ୍ଞ ବଦ୍ଭୟ ଉଚ୍ଚଭରକ୍ସ କ୍ଷବଙ୍ଗ” ଉପରେ ଲୋକପାତ କରିଥିଲେ । ଲ’ ସ୍କୁଲର ଛାତ୍ରଛାତ୍ରୀ ସତ୍ୟମ କୁମାର ସାହୁ, ଲୁସିକା ପରଡିଆ, ଏକତା ରଥ, ଲଲାଟେନ୍ଦୁ ବେହେରା, ଆକାଶ ପଟ୍ଟନାୟକ ମଧ୍ୟ ଉପରୋକ୍ତ ବିଷୟବସ୍ତୁ ଉପରେ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ମଖ୍ୟ ଅତିଥି ଭାବରେ ଡି.ଏଲ୍.ଏସ୍.ଏ ର ସେକ୍ରେଟାରୀ ଶ୍ରୀ ବିଭୁ କଲ୍ୟାଣ ପାଢୀ ଯୋଗଦେଇ ସାଇବର କ୍ରାଇମ୍ରେ ଇଂଟରନେଟ୍ର ଭୂମିକା ଓ ତାର ସୁରକ୍ଷା ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଅଭିନନ୍ଦନ ଖୁଂଟିଆ ସାଇବର କ୍ରାଇମ୍ରେ ସୋସିଆଲ ମିଡିଆର ଭୂମିକା ଓ ତାର ସୁରକ୍ଷା ନିମନ୍ତେ ଥିବା ଆଇନ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ବରଗଡ କୋର୍ଟର ଓକିଲ କିରଣ କୁମାର ମିଶ୍ର, ବରଗଡର ଡି.ଏସ୍.ପି ନିବେଦିତା ସୋରେନ୍, ଅଧ୍ୟାପିକା ରୋଜି ମେହେର, ସୁଶୋଭିତା ଦାସ୍, ସ୍ୱାଗତିକା ସାହୁ, ସାଗରିକା ବିଶ୍ୱାଳ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟାପକ ଜୈମିନି କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ବିକାଶ ଗ୍ରୁପର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ଶ୍ରୀ ଡି. ନାଗେଶ୍ୱର ରାଓ ବିଶେଷ ଅଭିବ୍ୟକ୍ତି ପ୍ରକାଶ କରିଥିଲେ ।