-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
12-Sep-2023
ବଲାଙ୍ଗୀର(ପ୍ରେରଣା ଖବର ): ଗତକାଲି ରାତିରେ ବଲାଙ୍ଗୀର ପୁରୁଣା ରାଜବାଟୀ ସ୍ଥିତ ଏକ ଫଳ ଗୋଦାମ ର ସଟର୍ ଭାଙ୍ଗି କିଛି ଦୁର୍ବୃତ୍ତ ଦୋକାନର ଲକ୍ଷାଧିକ ଟଙ୍କର ସାମଗ୍ରୀ ଓ ଫଳମୂଳ ଚୋରୀ କରି ନେଇଛନ୍ତି । ସବୁଦିନ ପରି ଗତକାଲି ରାତି ୮ଟାରେ ଦୋକାନ ବନ୍ଦ କରି ଥିଲେ ଗୋଦାମର ମାଲିକ ଶଶୀକାନ୍ତ ପାଣିଗ୍ରାହୀ । ଆଜି ସକାଳେ ଗୋଦାମ ଖାଲିବା ପାଇଁ ଗଲା ବେଳେ ଦୋକାନର ସଟର୍ ଭଙ୍ଗା ଯାଇଥିବା ଦେଖିଥିଲେ ଶ୍ରୀ ପାଣିଗ୍ରାହୀ । ତା ପରେ ଗୋଦାମ ଭିତରକୁ ଯାଇ ଦେଖିଲା ବେଳକୁ ସେଠାରେ ଥିବା ଏକ ଏଲ୍ଇଡି ଟିଭି, ୧୭ପେଟି ସେଓ, ତିନୋଟି ଗ୍ୟାସ୍ ସିଲିଣ୍ଡର, ଓ ଗୋଦାମର ଟ୍ରେଜେରୀ ଭାଙ୍ଗି ୧୭ହଜାର ଟଙ୍କାର ଦଶଟଙ୍କିଆ କଏନ୍ , ଶହେ ଓ ପାଂଚ ଶହ ଟଙ୍କା ମିଶି ୧୫ହଜାର ଟଙ୍କା ଚୋରୀ ହୋଇଯାଇ ଥିବା ଦେଖିବାକୁ ପାଇଥିଲେ । ଆଜି ଏ ସଂକ୍ରାନ୍ତରେ ଦୋକାନର ମାଲିକ ଶ୍ରୀ ପାଣିଗ୍ରାହୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି ।